Posted inଖେଳ

୨ ଅଲିମ୍ପିକ୍ସ ଚାମ୍ପିୟନଙ୍କ ବରୋଧରେ ଡୋପିଂ ଅଭିଯୋଗ

ପ୍ୟାରିସ୍‌,୨୮।୩(ଏଏଫ୍‌ପି): ୨ ଅଲିମ୍ପିକ୍‌ ଚାମ୍ପିୟନଙ୍କ ସମେତ ୪ଜଣ ରୁଷୀୟ ଆଥଲେଟଙ୍କ ବିରୋଧରେ ଡୋପିଂ ଅଭିଯୋଗ ଆସିଛି। ଏହି ଆଥଲେଟମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି ବୋଲି ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ ତରଫରୁ କୁହାଯାଇଛି। ୨୦୦୮ ଅଲିମ୍ପିକ୍‌ ହାଇଜମ୍ପ ଚାମ୍ପିୟନ ଆଣ୍ଡ୍ରେ ସିଲନୋଭ, ୨୦୧୨ ଅଲିମ୍ପିକ୍‌ ୪୦୦ ମିଟର ହର୍ଡଲ୍ସ ଚାମ୍ପିୟନ ନାଟାଲିଆ ଆଣ୍ଟ୍ୟୁଖଙ୍କ ବିରୋଧରେ ଏଥିପାଇଁ କୋର୍ଟ ଅଫ୍‌ ଅର୍ବିଟ୍ରେଶନ ଫର ସ୍ପୋଟର୍‌ସ (ସିଏଏସ୍‌) ତରଫରୁ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ୨୦୦୭ ବିଶ୍ୱ ଚାମ୍ପିୟଶନଶିପ୍‌ ରୌପ୍ୟ ପଦକ ବିଜୟିନୀ ତଥା ୧, ୫୦୦ ମିଟର ରନର ୟେଲେନା ସୋବେଲେଭା ଓ ହାମର ଥ୍ରେୟର ଓକ୍‌ସାନା କୋଣ୍ଡ୍ରାତୟେଭା ମଧ୍ୟ ସମଦଶା ଭୋଗିଛନ୍ତି। ବିଶ୍ୱ ନିଶା ନିବାରଣ ସଂସ୍ଥା (ନାଡ଼ା) ଦ୍ୱାରା ମାନ୍ୟତା ପାଇଥିବା କାନାଡାର ଆଇନଜୀବୀ ରିଚାର୍ଡ ମ୍ୟାକଲରେନ ୨୦୧୬ରେ ରୁଷିଆରେ ବ୍ୟାପକ ସଂସ୍ଥାଗତ ଡୋପିଂ ମାମଲା ଲୋକଲୋଚନକୁ ଆଣିଥିଲେ। ଉଲ୍ଲେଖଥାଉ କି, ସିଲନୋଭ କ୍ରୀଡ଼ା କ୍ୟାରିୟର ଶେଷ କରିବା ପରେ ରୁଷିଆନ ଆଥଲେଟିକ୍ସ ଫେଡେରେଶନର ଉପାଧ୍ୟକ୍ଷ ହିସାବରେ କାର୍ଯ୍ୟ କରିଆସୁଛନ୍ତି। ସେ ମଧ୍ୟ ୨୦୧୬ରେ ଫେଡେରେଶନର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri