ରେପୋ ରେଟ୍‌ କମାଇଲା ଆର୍‌ବିଆଇ: ୩ ମାସ ଋଣ କିସ୍ତି ବନ୍ଦ

ନୂଆଦିଲ୍ଲୀ,୨୭ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଥିବାରୁ ଏହା ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଛି। ଏହି ପ୍ରଭାବକୁ ହ୍ରାସ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ରେପୋ ରେଟ୍‌ ୭୫ ବେସିସ୍‌ ପଏଣ୍ଟ ହ୍ରାସ କରିଛନ୍ତି। ଏଥିସହିତ ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ ଆର୍ଥତ୍କ ଅନୁଷ୍ଠାନ (ଏନ୍‌ବିଏଫ୍‌ସି)କୁ ୩ ମାସ ପାଇଁ ଋଣ କିସ୍ତି ଆଦାୟ ବନ୍ଦ ରଖିବାକୁ ଆର୍‌ବିଆଇ ଅନୁମତି ଦେଇଛି। ମଧ୍ୟବିତ୍ତ ଶ୍ରେଣୀ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପକ୍ଷରୁ ଏଥିପାଇଁ ଦାବି ହୋଇଆସୁଥିଲା।
ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲକ୍‌ଡାଉନ ଜନିତ ପ୍ରଭାବରୁ ସାଧାରଣ ଜନତାଙ୍କୁ ମୁକୁଳାଇବା ଲାଗି ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଥିଲେ। ବର୍ତ୍ତମାନ ରେପୋ ରେଟ୍‌ ୫.୧୫ ପ୍ରତିଶତ ଥିବାବେଳେ ଏହାକୁ ୪.୪ ପ୍ରତିଶତକୁ କମାଇ ଦିଆଯାଇଛି। ଫଳରେ ଋଣ ଉପରେ ସୁଧହାର କମ୍‌ ରହିବ। ସେହିପରି ରିଭର୍ସ ରେପୋ ରେଟ ୯୦ ବେସିସ୍‌ ପଏଣ୍ଟ ହ୍ରାସ ପାଇ ୪ ପ୍ରତିଶତ ରହିଛି। ମୁଦ୍ରାନୀତି କମିଟି ବୈଠକ ମାର୍ଚ୍ଚ ୩୧ରୁ ଏପ୍ରିଲ ୩ ମଧ୍ୟରେ ବସିବାକୁ ଥିବାବେଳେ ତାହାକୁ ଆଗୁଆ ଭାବେ କାରାଯାଇଥିଲା। ବୈଠକରେ ରେପୋ ରେଟ ହ୍ରାସ ସପକ୍ଷରେ ୪:୨ ସଂଖ୍ୟାଗରିଷ୍ଠତାରେ ଭୋଟ ମିଳିଥିଲା। ସେହିପରି ସମସ୍ତ ବ୍ୟାଙ୍କର କ୍ୟାସ୍‌ ରିଜର୍ଭ ରେସିଓ (ସିଆର୍‌ଆର୍‌)କୁ ୧୦୦ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇ ୩ ପ୍ରତିଶତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ପାକିସ୍ତାନୀଙ୍କୁ ଔକାତ୍‌ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ, ରାଗିଗଲେ ନକ୍‌ଭି, ICC ନିକଟରେ କରିବେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ପାକିସ୍ତାନ ୧୯ ବର୍ଷରୁ କମ୍‌ ଏସିଆ କପ ଫାଇନାଲରେ ଭାରତ ବିପକ୍ଷରେ ବିଜୟୀ ହୋଇଛି। ରବିବାର ମ୍ୟାଚ ସମୟରେ ଦଳର ପରାମର୍ଶଦାତା ସରଫରାଜ ଅହମ୍ମଦ...

ପୋଲିସ ଷ୍ଟେଶନକୁ ଚାଲି ଚାଲି ଗଲେ ମୃତକ, ଯାହାଙ୍କ ୬୧ ଦିନ ପୂର୍ବରୁ ହୋଇଥିଲା ଶେଷକୃତ୍ୟ, ସମ୍ପୂର୍ଣ୍ଣ ଖବର ଜାଣିଲେ…

ରାୟପୁର,୨୩।୧୨: ଛତିଶଗଡ଼ର ଜଶପୁର ଜିଲାରେ ପଞ୍ଜିକୃତ ଏକ ହତ୍ୟା ମାମଲା ପୋଲିସ ଷ୍ଟେଶନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ମୋଡ଼ ନେଇଥିଲା। ମୃତ ବୋଲି ଧରି ଦାହ...

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri