ବୃନ୍ଦାବନରେ ଫସି ରହିଛନ୍ତି ୬୦ ଓଡ଼ିଆ ତୀର୍ଥଯାତ୍ରୀ

ଅମରପାଲି, ୨୬ା୩(ଡି.ଏନ.ଏ.): ତୀର୍ଥ କରିବାକୁ ଯାଇଥିବା ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲାର ୬୦ ଜଣ ତୀର୍ଥଯାତ୍ରୀ ଏବେ ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୮ ଜଣ ମହିଳା। ଲକ୍‌ଡାଉନ ଯୋଗୁ ସେମାନେ ଏବେ ଫେରି ପାରୁ ନ ଥିବା କହିଛନ୍ତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଳକ ବଡ଼ଖମାରସ୍ଥିତ ବରାହପଦର ମଠର ମହନ୍ତ ଖେଳାକୃଷ୍ଣ ଦାଶ, ବାବା ନିତ୍ୟଗୋପାଳ ଦାଶ, ଭିକାରୀ ମେହେର, ବ୍ରହ୍ମାନନ୍ଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ଉକ୍ତ ଶ୍ରଦ୍ଧାଳୁମାନେ ମଥୁରା ଓ ବୃନ୍ଦାବନକୁ ତୀର୍ଥରେ ଯାଇଥିଲେ। ସେମାନେ ୨୫ମାର୍ଚ୍ଚ ସୁଦ୍ଧା ଘରକୁ ଫେରି ଆସିବାର ଥିଲା। ମାତ୍ର ଏବେ ଲକ୍‌ଡାଉନ ଯୋଗୁ ଗାଡ଼ି ଚଳାଚଳ ଓ ଟ୍ରେନ ସେବା ବାତିଲ ପାଇଁ ସେମାନେ ଆସି ପାରୁନାହାନ୍ତି। ଏବେ ସେମାନେ ବୃନ୍ଦାବନର କୌଣସି ଏକ ମଠରେ ଅଛନ୍ତି। ସେମାନଙ୍କ ପାଖରେ ଟଙ୍କା ନ ଥିବାରୁ ଖାଇବା ପିଇବାରେ ବହୁତ ଅସୁବିଧା ହେଉଥିବା ଆମ ପ୍ରତିିନିଧିଙ୍କୁ ଫୋନ୍‌ ଯୋଗେ ଜଣାଇଛନ୍ତି। ଏନେଇ ସେମାନେ ଉତ୍ତରପ୍ରଦେଶ ପୋଲିସକୁ ନିଜର ସମସ୍ୟା ଜଣାଇଥିଲେ ମଧ୍ୟ କୌଣସି ସହଯୋଗ ମିଳି ପାରିନାହିଁ। ଉକ୍ତ ତୀର୍ଥଯାତ୍ରୀ ଦଳରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ୨୫ ଜଣ, ଉଲୁଣ୍ଡା ବ୍ଲକର ୧୦, ବିନିକା ବ୍ଳକରୁ ୫, ଦେବଗଡ଼ ଜିଲାରୁ ୧୦ ଓ ବୌଦ୍ଧ ଜିଲାର ୭ ତୀର୍ଥଯାତ୍ରୀଙ୍କ ସହିତ ମହନ୍ତ ଓ ବାବା ମିଶି ୬୦ ଜଣ ରହିଛନ୍ତି। ଉକ୍ତ ତୀର୍ଥଯାତ୍ରୀମାନେ ଉଦ୍ଧାର ପାଇଁ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ବେହେରା ସେମାନଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ପ୍ରତିଶ୍ରୁତି ଦେଇଥିବା ତୀର୍ଥଯାତ୍ରୀ ମାନେ ପ୍ରକାଶ କରିଛନ୍ତି।

ନାସିକରେ ଅଟକିଛନ୍ତି ୨୮ ଓଡ଼ିଆ
ଜଳେଶ୍ୱର, ୨୫।୩(ସ୍ବ.ପ୍ର): ତୀର୍ଥଯାତ୍ରା କରିବାକୁ ଯାଇଥିବା ବାଲେଶ୍ୱର ଜିଲାର ୨୮ଜଣ ଯାତ୍ରୀ ୪ ଦିନ ଧରି ମହାରାଷ୍ଟ୍ରର ନାସିକ ସହରରେ ଅଟକି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ ପରିବାରବର୍ଗ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ବାଲେଶ୍ୱର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗତ ୩ ତାରିଖରେ ତୀର୍ଥଯାତ୍ରାରେ ଯାଇଥିବା ଏହି ଲୋକେ ବୃନ୍ଦାବନ, ଜୟପୁର, ଆଜମୀର, ଦ୍ୱାରିକା, ମାଉଣ୍ଟଆବୁ, ଉଜ୍ଜୟିନୀ, ସୋମନାଥ ମନ୍ଦିର ବୁଲିସାରି ନାସିକର ପଞ୍ଚବଟିରେ ପହଞ୍ଚିିଥିଲେ। ଗତ ୨୨ ତାରିଖରେ ସେମାନଙ୍କର ଫେରିବା କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସେଦିନ ଜନତା କର୍ଫ୍ୟୁ ଡାକରା ଯୋଗୁଁ ସେମାନେ ଫେରି ପାରି ନ ଥିଲେ।
ତିରୁପତିରେ ବି ୧୪ ତୀର୍ଥଯାତ୍ରୀ
କେନ୍ଦ୍ରାପଡ଼ା ଅଫିସ,୨୫।୩: କେନ୍ଦ୍ରାପଡ଼ା ଜିଲାର ୨ ଜଣ ସମେତ ଯାଜପୁର ଜିଲାର ମୋଟ ୧୪ ତୀର୍ଥଯାତ୍ରୀ ତିରୁପତିଠାରେ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି। ଏହି ଭିଡିଓ ଏବେ ଜିଲାରେ ଭାଇରାଲ ହେବାରେ ଲାଗିଛି। ତୀର୍ଥଯାତ୍ରୀମାନେ ସେମାନଙ୍କୁ ଉଦ୍ଧାର ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ, ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ, ଜିଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri