ରାଜ୍ୟରେ ୩୦ ଶାଖା ଖୋଲିବ ସିଣ୍ଡିକେଟ ବ୍ୟାଙ୍କ:ସିଇଓ

ଭୁବନେଶ୍ୱର,୯-୬(ବ୍ୟୁରୋ): ସିଣ୍ଡିକେଟ ବ୍ୟାଙ୍କ ବର୍ତ୍ତମାନ ଭୁବନେଶ୍ୱରରେ ୨ ଏବଂ ବ୍ରହ୍ମପୁରରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ସହ ସେବା ଯୋଗାଉଛି। ରାଜ୍ୟରେ ସହରୀକରଣ ଧାରା ଦ୍ରୁତ ହେଉଥିବାରୁ ଏହି ଧାରାକୁ ତ୍ୱରାନ୍ବିତ କରିବା ଲାଗି ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ନେଉଛି। ରାଜ୍ୟରେ ମୋଟ ୧୦୮ ଶାଖା ସହ ବ୍ୟାଙ୍କ ସେବା ଯୋଗାଣ କରୁଛି। ଚଳିତ ବର୍ଷ ସାରା ଦେଶରେ ୨୫୦ ଶାଖା ସହ ରାଜ୍ୟରେ ୨୫ ରୁ ୩୦ ନୂଆ ଶାଖା ଖୋଲିବା ନେଇ ଯୋଜନା ରହିଥିବା ବ୍ୟାଙ୍କର ଏମ୍‌ଡି ତଥା ସିଇଓ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଭୁବନେଶ୍ୱର-୨ ଆଞ୍ଚଳିକ କାର୍ଯ୍ୟାଳୟର ନିଜସ୍ବ ଅଫିସଗୃହ ଶୁଭ ଉଦଘାଟନ ଅବସରରେ ମହାପାତ୍ର କହିଛନ୍ତି ଯେ, ଭୁବନେଶ୍ୱର-୧ କାର୍ଯ୍ୟାଳୟର ମୋଟ ବ୍ୟବସାୟ ୨୫୬୬ କୋଟି ଟଙ୍କା ରହିଛି। ସେହିଭଳି ଭୁବନେଶ୍ୱର-୨ କାର୍ଯ୍ୟାଳୟ ୧୩୦୦ କୋଟି ଏବଂ ବ୍ରହ୍ମପୁର ୯୦୦ କୋଟି ଟଙ୍କାର କାରବାର ହାସଲ କରିଛି। ସାରା ଦେଶରେ ୪,୨୦୦ ଶାଖା ସହ ମୋଟ କାରବାର ୪.୯୦ ଲକ୍ଷ କୋଟି ଟଙ୍କା ଛୁଇଁଛି। ଶିଳ୍ପକୁ ଋଣ ପ୍ରଦାନ ବାଦ ହାଉସିଂ, ଏମ୍‌ଏସ୍‌ଏମ୍‌ଇ, ପିଏସ୍‌ବି ଲୋନ ୫୯ ମିନିଟ ଋଣ ଭଳି ପ୍ରଡକ୍ଟ ବ୍ୟାଙ୍କ ଏହାର ପୋର୍ଟଫୋଲିଓରେ ସାମିଲ କରିଛି। ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ଅଭିବୃଦ୍ଧିକୁ ଧ୍ୟାନରେ ରଖି ସଂସ୍ଥାଗୁଡିକୁ ୨୦ ମିନିଟରେ ଋଣ ପ୍ରଦାନ କରିବା ନେଇ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।
ବ୍ୟାଙ୍କର ଡିଜିଟାଲ ପଦକ୍ଷେପ ଉପରେ ସୂଚନା ଦେଇ ସେ କହିଛନ୍ତି, ବ୍ୟାଙ୍କ ଡିଜିଟାଲ ବ୍ୟାଙ୍କିଙ୍ଗ ଭିତ୍ତିଭୂମିରେ ବାର୍ଷିକ ପ୍ରାୟ ୭୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି। ସେହିଭଳି ପାର୍ଟନରଙ୍କ ସହ ମିଳିତ ହୋଇ ଏହା ସମ୍ପ୍ରସାରଣ ଧାରା ଜାରି ରଖିଛି। ବ୍ୟାଙ୍କର ମୋଟ ନେଣଦେଣର ୨୮% ଏବେ ଡିଜିଟାଲ ମାଧ୍ୟମରେ ହେଉଛି। ଆଗାମୀ ୨ ବର୍ଷରେ ଏହା ୪୫%କୁ ବଢିବା ନେଇ ସେ ମହାପାତ୍ର ଆଶା ରଖିଛନ୍ତି। ସେହିଭଳି ରାଜ୍ୟରେ ପ୍ରଫେସନାଲଙ୍କ ଅଭିବୃଦ୍ଧି ଅନ୍ୟ ରାଜ୍ୟ ତୁଳନାରେ ୧୦ରୁ ୧୮% ଅଧିକ। ପରିବର୍ତ୍ତିତ ସ୍ଥିତିରେ ଗ୍ରାହକଙ୍କୁ ସେବା ଯୋଗାଣ ଏବଂ ରାଜ୍ୟରେ କୃଷି ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହିତ କରାଯାଉଥିବା ସେ ପ୍ରକାଶ କରିଛନ୍ତି।
ଚଳିତ ବର୍ଷ ୫୦୦ରୁ ୧୦୦୦ କୋଟି ଟଙ୍କା ଲାଭ ହାସଲ କରିବା ନେଇ ଆଶାବାଦୀ ଥିବା ମହାପାତ୍ର କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ବ୍ୟାଙ୍କର ନେଟ୍‌ ଏନ୍‌ପିଏ ୫.୯% ଏବଂ ଗ୍ରସ୍‌ ଏନ୍‌ପିଏ ୧୦.୯% ରହିଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କର ନେଟ୍‌ ଏନ୍‌ପିଏ ୫.୪%ରେ ପହଞ୍ଚିବ। ନୂଆ ୨୫ ରିଜିଅନ ଖୋଲିବା ଦ୍ୱାରା ଏହା ବର୍ତ୍ତମାନ ମୋଟ ୯୫ରେ ପହଞ୍ଚିଛି। ଗତ ୨ ତ୍ରୈମାସରେ ବ୍ୟାଙ୍କ ଟର୍ନ ଆରାଉଣ୍ଡ କରିଥିବା ବେଳେ ଡିସେମ୍ବର ତ୍ରୈମାସରେ ବ୍ୟାଙ୍କ ୧୦୮ କୋଟି ଏବଂ ମାର୍ଚ୍ଚ ତ୍ରୈମାସରେ ଏହା ୧୨୮ କୋଟି ଟଙ୍କା ଲାଭ କରିଛି। ମାତ୍ର ଗତ ଆର୍ଥତ୍କ ବର୍ଷରେ ବ୍ୟାଙ୍କ ୨୪୭୮ କୋଟି ଟଙ୍କା କ୍ଷତି ସହିଛି। ସେହିଭଳି ବ୍ୟାଙ୍କ ୧୦ରୁ ୧୫ ବେସିସ ପଏଣ୍ଟ ସୁଧହାର ହ୍ରାସ କରିବା ନେଇ ସେ ଆଶା ରଖିଛନ୍ତି। ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ, ଫନୀ ପ୍ରଭାବିତ ଅଞ୍ଚଳଗୁଡିକରେ ଋଣ ପୁନର୍ଗଠନ,ରିଲିଫ ଭଳି କାର୍ଯ୍ୟରେ ବ୍ୟାଙ୍କ ନିଜର ଯୋଗଦାନ ରଖିଥିବା ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri