ପାଟନା,୨୩।୩: ମହାମାରୀ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ନିଜ ନିଜ ପକ୍ଷରୁ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ବିହାରର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନାତା ଦଳ (ଆରଜେଡି)ର ନେତା ତେଜସ୍ବୀ ଯାଦବ। ଦେଶରେ କରୋନା ଭାଇରସ୍ର ପ୍ରକୋପକୁ ଦେଖି ତେଜସ୍ବୀ କହିଛନ୍ତି, ଯଦି ସରକାର ଚାହିଁବେ ତେବେ ତାଙ୍କର ସରକାରୀ ଗୃହକୁ ଆଇସୋଲେଶନ୍, ଯାଞ୍ଚ କେନ୍ଦ୍ର କିମ୍ବା କ୍ୱାରାଣ୍ଟାଇନ୍ ପାଇଁ ବ୍ୟବହାର କରିପାରିବେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରେ ସେ ଏକ ମାସର ଦରମା ଦେବାକୁ ସୋମବାର ଘୋଷଣା କରିଛନ୍ତି। ଏଭଳି କଠିନ ପରିସ୍ଥିତିରେ ସାମର୍ଥ୍ୟ ଥିବା ଲୋକମାନେ ଦାୟିତ୍ୱବାନ ହୋଇ ନିଜର କର୍ତ୍ତବ୍ୟ ପାଳନ କରିବା ଉଚିତ ବୋଲି ତେଜସ୍ବୀ କହିଛନ୍ତି। ତେବେ ଯେତେ ପାରୁଛନ୍ତି ନିଜେ ସୁରକ୍ଷିତ ରୁହନ୍ତୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ବିହାରବାସୀଙ୍କୁ ସେ କହିଛନ୍ତି। ଏଥିସହ ମାସ୍କ, ହ୍ୟାଣ୍ଡ ଓ୍ବାଶ୍ ଓ ସାନିଟାଇଜ୍ରର କଳାବଜାରି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।


