ଦାଣ୍ଡରେ ବିତୁଛି ପ୍ରତିଷ୍ଠିତ ମିଲ୍‌ ମାଲିକଙ୍କ ଜୀବନ

ଜୟପୁର,୧୮।୩(ନି.ପ୍ର.) – ଜୀବନରେ ଅଭାବ କ’ଣ ଜଣା ନ ଥିଲା। ପାଖରେ ଥିଲା ୨୫ ଏକର ଚାଷଜମି, ଜାତୀୟ ରାଜପଥ କଡ଼ରେ ଅନେକ ଦୋକାନଘର ସାଙ୍ଗକୁ ଧାନ ମିଲ୍‌। ଏସବୁ ସମ୍ପତ୍ତିର ମାଲିକ ଥିବା ଦମ୍ପତି ଏବେ ନିଃସ୍ବ। ଯୋଗାଣ ବିଭାଗର ଚଞ୍ଚକତା ଯୋଗୁ ଏଭଳି ଦଶା ଭୋଗିବାକୁ ପଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି।
ନୂଆଗାଁର ଦମୟନ୍ତୀ ମହାପାତ୍ର। ବୟସ ପାଖାପାଖି ୭୫ ହେବ। ତାଙ୍କ ସ୍ବାମୀ ୮୦ ବର୍ଷୀୟ ସୁବାସ ମହାପାତ୍ର। ପରିଣତ ବୟସରେ ଜୀବନର ଶେଷ ସମୟ ଏମିତି ଅଭିଶପ୍ତ କଟିବ ବୋଲି ସେମାନେ ଆଶା କରି ନ ଥିଲେ। ଅଭାବ ବୋଲି କିଛି ନ ଥିଲା। ବୋରିଗୁମ୍ମା ନିକଟସ୍ଥ ନୂଆଗାଁରେ ଏମାନଙ୍କ ଗୋଟିଏ ଧାନ ମିଲ ସହ ୨୫ ଏକର ଚାଷଜମି ଓ ଜାତୀୟ ରାଜପଥ କଡ଼ରେ ଅନେକ ଦୋକାନ ଘର ବି ଥିଲା। କିନ୍ତୁ ଦୁର୍ଭାଗ୍ୟ, ୩ ବର୍ଷ ହେଲା ମିଲଠାରୁ ଆରମ୍ଭ କରି ସବୁ ଦୋକାନ ଘରେ ତାଲା ଝୁଲୁଛି। ଏହି ତାଲା ଅନ୍ୟ କେହି ନୁହେଁ, ବରଂ ପ୍ରଶାସନ ମାରିଛି। ସେହିପରି ଜମିଗୁଡିକୁ ମଧ୍ୟ ପ୍ରଶାସନ ନିଜ ଦଖଲକୁ ନେଇଛି। ଏହା ପରେ ପରିସ୍ଥିତି ଏମିତି ହେଲା ଯେ ଏମାନେ ନିଜ ଗାଁ ଛାଡ଼ି ଏବେ ଜୟପୁରରେ ଜଣେ ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। କିଏ ଦେଲେ ଖାଉଛନ୍ତି, ନ ହେଲେ ନାହିଁ। ଏତେ ସମ୍ପତ୍ତିର ମାଲିକ ଥିବା ଏହି ଦମ୍ପତି ବୟସାଧିକ କାରଣରୁ ନିଜ ସମସ୍ତ ସମ୍ପତ୍ତି ନିଜ ପୁଅମାନଙ୍କୁ ତଦାରଖ ପାଇଁ ଦେଇଥିଲେ। ସାନପୁଅଙ୍କୁ ମିଲର ପାଓ୍ବାର ଅଫ ଆଟର୍ଣ୍ଣି ଓ ମଝିଆ ପୁଅଙ୍କୁ ଚାଷଜମିର ମାଲିକାନା ୨୦୧୩ରେ ଦେଇଥିଲେ। ଆଉ ଏହିଠାରୁ ହିଁ ଯୋଗାଣ ବିଭାଗ ସହ ଏମାନଙ୍କ ବିବାଦ ଆରମ୍ଭ ହୋଇଥିଲା। ଯାହା ପାଇଁ ପୂରା ପରିବାର ଏବେ ସର୍ବସ୍ବାନ୍ତ। ପରିବାରର ଅଭିଯୋଗ ହେଉଛି, ୨୦୧୩ରେ ଧାନ ଯୋଗାଇବାକୁ ସେମାନଙ୍କ ଦମୟନ୍ତୀ ରାଇସ ମିଲ ଯୋଗାଣ ବିଭାଗ ଚୁକ୍ତି କରି ନ ଥିଲା। କିନ୍ତୁ ଯୋଗାଣ ବିଭାଗ ସେମାନଙ୍କୁ ୮ ହଜାର କୁଇଣ୍ଟାଲ ଧାନ ଯୋଗାଇଥିବା ଜାଲ ଦସ୍ତାବିଜ ପ୍ରସ୍ତୁତ କରି ପାଖାପାଖି ଦେଢ କୋଟି ଟଙ୍କା ବକେୟା ଦାବି କରିଥିଲା। ଏହି ଅର୍ଥ ସେମାନେ ଦେଇ ନ ପାରିବାରୁ ମିଲରେ ତାଲା ମାରିଛି ଯୋଗାଣ ବିଭାଗ। କେବଳ ଏତିକି ନୁହଁ ଚାଷଜମି ବି ପ୍ରଶାସନ ନିଜ ଦଖଲକୁ ନେବା ସହ ବିନା ଦୋଷରେ ତାଙ୍କ ମଝିଆ ଭାଇଙ୍କ ରହିବା ଘର ଓ ଦୋକାନରେ ବି ତାଲା ପକାଇଛି। ଏହି ମାମଲା ଏବେ ଆର୍‌ଡିସିଙ୍କ ପାଖରେ ବିଚରାଧୀନ ରହିଛି। କୋର୍ଟଙ୍କ ରାୟ ଆସିବା ପରେ ହିଁ ସବୁ ସ୍ପଷ୍ଟ ହୋଇପାରିବ, ତା’ ପୂର୍ବରୁ ଦସ୍ତାବିଜ ଜାଲ୍‌ ବୋଲି କହିହେବନି ବୋଲି କହିଛନ୍ତି ଜିଲା ଯୋଗାଣ ଅଧିକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri