ଇଟାଭାଟି ସୁପରଭାଇଜରଙ୍କୁ ଗୁଳିମାଡ଼ ଘଟଣା: ଅଭିଯୁକ୍ତ ଗଲେ ଜେଲ, ୨ ସୁପାରି କିଲର ଫେରାର

ଦିଗପହଣ୍ଡି,୧୧ା୩(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମ ଶ୍ମଶାନ ନିକଟ ଇଟାଭାଟିରେ କାମ କରୁଥିବା ସୁପରଭାଇଜର ସାଗର ପାତ୍ରଙ୍କୁ ଗୁଳି ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗରେ ପୋଲିସ ବୁଧବାର ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ବ୍ରହ୍ମପୁର ଟାଉନ ଥାନା ବିଜିପୁର କେନାଲ ସାହିର ବସନ୍ତ ବେହେରା ଓରଫ ବାବୁ। ମାମଲା ନଂ.୪୫/୨୦ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ୍‌କୁ ପଠାଯାଇଛି।
ତଦନ୍ତକାରୀ ପୋଲିସ ଅଧିକାରୀ ଆଇଆଇସି ବସନ୍ତ କୁମାର ସେଠୀଙ୍କ ସୂଚନାନୁସାରେ, ବ୍ରହ୍ମପୁର ଟାଉନ ଥାନା ବିଜିପୁର ଲକ୍ଷ୍ମୀ ସାହିର ସାଗରଙ୍କ ସହ ବସନ୍ତଙ୍କ ମଧ୍ୟରେ କିଛିଦିନ ପୂର୍ବେ ଗଣ୍ଡଗୋଳ ହୋଇଥିଲା। ବସନ୍ତ ରାଗିଯାଇ ସାଗରଙ୍କୁ ହତ୍ୟା କରିବା ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ୨ ଜଣ ସୁପାରିକିଲରଙ୍କୁ ନିୟୋଜିତ କରିଥିଲେ। ଗତ ଗୁରୁବାର ସାଗର ଇଟାଭାଟିରେ କାମ କରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଇଟା କିଣିବେ ବୋଲି ସାଗରଙ୍କୁ କହିଥିଲେ। ଭାଟିରେ ଇଟା ଷ୍ଟକ ନ ଥିବାରୁ ନୂଆଁ ଇଟା ବାହାରିଲେ ବିକ୍ରି କରାଯିବ ବୋଲି ସାଗର କହିଥିଲେ। ଯୁବକ ଦ୍ୱୟ ସେଠାରୁ ଫେରି ଯାଇଥିଲେ। ପୁଣି ସେମାନେ ପ୍ରାୟ ୫ ମିନିଟ ପରେ ଆସି ସାଗରଙ୍କୁ ତାଙ୍କ ଫୋନ ଦେଇ ଦାଦାଙ୍କ ସଙ୍ଗେ କଥା ହେବାକୁ ବାଧ୍ୟ କରିଥିଲେ। ସାଗର ମନା କରିବାରୁ ଜଣେ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଚମ୍ପଟ ମାରିଥିଲେ। ଏତଲା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଇଟାଭାଟି ପରିସରରୁ ଖୋକା ଜବତ କରିଥିଲା। ସୁପାରିକିଲର ସାଗରଙ୍କୁ ଗୁଳି ମାଡ କରିବା ବେଳେ ଅଭିଯୁକ୍ତ ବସନ୍ତ ଅନ୍ୟ ଏକ ବାଇକ୍‌ରେ କିଛି ଦୂରରେ ଛକି ରହି ପରିସ୍ଥିତି ପ୍ରତି ନଜର ରଖିଥିବା ତଦନ୍ତ ସମୟରେ ଜଣାପଡିଥିବା ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri