Posted inଜାତୀୟ

ଦେଶରେ ୨୯ କରୋନା ସଂକ୍ରମିତ: ପ୍ରସ୍ତୁତ ରହିବାକୁ ଡବ୍ଲ୍ୟୁଏଚ୍‌ଓର ପରାମର୍ଶ

ନୂଆଦିଲ୍ଲୀ,୫।୩: ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୧୬ ଇଟାଲୀ ପର୍ଯ୍ୟଟକ ଅଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବୁଧବାର ପ୍ରକାଶ କରିଛନ୍ତି। ବାହାର ଦେଶରୁ ଭାରତକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ବିମାନବନ୍ଦରଗୁଡ଼ିକରେ କଡ଼ା ଯାଞ୍ଚ କରାଯାଉଥିବା ସେ କହିଛନ୍ତି। ଦିଲ୍ଲୀର ମୟୂରବିହାରରେ ଜଣେ ଯୁବକ(୪୫), ଆଗ୍ରାରେ ଥିବା ତାଙ୍କର ୬ ସମ୍ପର୍କୀୟ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ସଫଦର୍‌ଗଞ୍ଜ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ହାଇଦ୍ରାବାଦର ଜଣେ ଯୁବକ (୨୪)ଙ୍କଠାରେ ଏହି ଭୂତାଣୁ ଚିହ୍ନଟ କରାଯିବା ପରେ ତାଙ୍କୁ ଅଲଗା କରାଯାଇ ସ୍ବତନ୍ତ୍ର ଚିକିତ୍ସା କରାଯାଉଛି। ଇଟାଲିରୁ ଆସିଥିବା ୧୬ ଜଣିଆ ପର୍ଯ୍ୟଟକ ଦଳ ଓ ସେମାନଙ୍କ ସହ ଥିବା ଭାରତୀୟ ଡ୍ରାଇଭର କରୋନା ଆକ୍ରାନ୍ତ ଅଛନ୍ତି। ସେହିଭଳି ଜୟପୁରରେ ଇଟାଲୀୟ ଦମ୍ପତି କରୋନା ଆକ୍ରାନ୍ତ ହୋଇ ଏସ୍‌ଏମ୍‌ଏସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବୁଧବାର ରାତିରେ ଗୁରୁଗ୍ରାମସ୍ଥିତ ପେଟିଏମ୍‌ ଅଫିସ୍‌ର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ପୂର୍ବରୁ କେରଳରେ ଚିହ୍ନଟ ହୋଇଥିବା ୩ କରୋନା ଭାଇରସ୍‌ ରୋଗୀଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ତେଲଙ୍ଗାନାରେ ୨ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ଚାଇନା, ଦକ୍ଷିଣ କୋରିଆ, ଜାପାନ, ଇରାନ ଆଦି ଦେଶରେ କରୋନା ଉଗ୍ରରୂପ ଧାରଣ କରିଥିବା ବେଳେ ଭାରତରେ ସ୍ଥିତି କ୍ରମଶଃ ଜଟିଳ ଆଡ଼କୁ ଗତିକରୁଛି। ରାଜଧାନୀ ଦିଲ୍ଲୀ-ଏନ୍‌ସିଆର୍‌ରେ ସ୍କୁଲଗୁଡ଼ିକୁ ଏଥିଲାଗି ଛୁଟି ଘୋଷଣା କରାଯାଇଛି। କେତେକ ସ୍କୁଲ କରୋନା ସ୍ଥିତିକୁ ଦେଖି ଆଗୁଆ ଛୁଟି ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି କରାଯିବା ସହ ବିମାନ ବନ୍ଦରଗୁଡ଼ିକରେ ଯାଞ୍ଚ୍‌ କଡ଼ାକଡ଼ି କରାଯାଇଛି। ୨୧ ବିମାନ ବନ୍ଦରରେ ପ୍ରାୟ ୬ ଲକ୍ଷ ଲୋକଙ୍କୁ ଯାଞ୍ଚ କରାଯାଇଥିବା ରିପୋର୍ଟ ମିଳିଛି। ମାସ୍କ, ମେଡିସିନ ଓ ଚିକିତ୍ସା ସୁବିଧା ସହ ସ୍ଥିତି ଯାଞ୍ଚ କରାଯାଉଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୈନିକ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ବିଭିନ୍ନ ରାଜ୍ୟ ସରକାର ଏନେଇ ପ୍ରସ୍ତୁତ ରହିବା ଲାଗି ପରାମର୍ଶ ଦିଆଯାଇଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଦୂରେଇ ରହିବା ଓ ଶାରୀରିକ ଯୋଗାଯୋଗ ବିଚ୍ଛିନ୍ନ କରିବା ଲାଗି ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍‌ଇ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର୍ଥୀଙ୍କୁ ଏଥିଲାଗି ପ୍ରତିଷେଧକ ସାମଗ୍ରୀ ନେବା ଲାଗି ବୋର୍ଡ ସଚିବ ଅନୁରାଗ ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ଫେସ୍‌ ମାସ୍କ, ସାନିଟାଇଜର ବ୍ୟବହାର ଲାଗି ସେ ଗୁରୁତ୍ୱାରୋପ କରିଛନ୍ତି।
ମିଡିଆକୁ ସମ୍ବୋଧନ କରି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ବିଭିନ୍ନ ମନ୍ତ୍ରଣାଳୟ ଏନେଇ ସତର୍କ ଅଛନ୍ତି। ୪୨ ପରୀକ୍ଷାଗାରରେ ଏବେ କରୋନା ଭାଇରସ୍‌ ଯାଞ୍ଚ୍‌ କରାଯାଉଛି। ଇରାନ୍‌ରେ କରୋନା ଆକ୍ରାନ୍ତ ଭାରତୀୟଙ୍କ ଲାଗି ପରୀକ୍ଷାଗାର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ବିଶ୍ୱବ୍ୟାପୀ କରୋନା ମୃତ୍ୟୁସଂଖ୍ୟା ୩,୧୨୩ରେ ପହଞ୍ଚିଥିବା ବେଳେ ଚାଇନାରେ ୨,୯୮୧, ଇରାନରେ ୭୭ ଲୋକଙ୍କ ପ୍ରାଣହାନି ଘଟିଲାଣି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୯୧,୭୮୩ ଛୁଇଁଲାଣି। ପ୍ରକାଶଥାଉ କି, ବିଶ୍ୱରେ ୬୬ ଦେଶକୁ କରୋନା ପ୍ରଭାବିତ ହୋଇସାରିଲାଣି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏନେଇ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଛି। ବିଶେଷକରି ଦକ୍ଷିଣ-ପୂର୍ବ ଏସିଆରେ ସ୍ଥିତି ଜଟିଳ ହେଉଥିବାରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ୍‌ କ୍ଷେତ୍ରପାଲ ସିଂ ଦର୍ଶାଇଛନ୍ତି। ଭାରତ, ମାଲେସିଆ, ଇଣ୍ଡୋନେସିଆ ଭଳି ଦେଶରେ ଏହା କାୟାବିସ୍ତାର କରିବାର ଆଶଙ୍କା ଥିବା ସେ ପ୍ରକାଶ କରିଛନ୍ତି। ଫ୍ଲୁ ଠାରୁ ଧୀରେ ଧୀରେ ଏହା ବ୍ୟାପୁଥିଲେ ହେଁ କରୋନା ସବୁଠାରୁ ମାରାତ୍ମକ ବୋଲି ସେ ଚେତାଇଛନ୍ତି। ଜ୍ୱର, କାଶ, କଫ, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଏହାର ପ୍ରାରମ୍ଭିକ ସୂଚନା ଦେଇଥାଏ। ସଚେତନତା, ଆତ୍ମସୁରକ୍ଷା ଓ ଡାକ୍ତରୀ ଚିକିତ୍ସା ସହ ବ୍ୟାପକ ପ୍ରସ୍ତୁତି ଏଥିଲାଗି ଆବଶ୍ୟକ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri