କଡ଼ାକଡ଼ି ହେଲା ଯାନବାହନ ଯାଞ୍ଚ: ଆଜିଠାରୁ ହେବ ଆହୁରି ଜୋରଦାର

ଭୁବନେଶ୍ୱର,୨।୩(ବ୍ୟୁରୋ): ସଂଶୋଧିତ ମୋଟର ଯାନ ଆଇନ-୨୦୧୯କୁ ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନ ଉଲ୍ଲଂଘନକାରୀଙ୍କୁ ପୋଲିସ ଏବଂ ପରିବହନ ଅଧିକାରୀମାନେ ଧରି ଜରିମାନା କରିଛନ୍ତି। ଏହାକୁ ନେଇ କେତେକ ସ୍ଥାନରେ ଗାଡ଼ି ଚାଳକ ଓ ପୋଲିସ ମଧ୍ୟରେ କଥାକଟା କଟି ହୋଇଛି। ଯାନବାହନର ଆନୁଷଙ୍ଗିକ କାଗଜପତ୍ର ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଜନସାଧାରଣଙ୍କୁ ଦୁଇଟି ପର୍ଯ୍ୟାୟରେ ୬ ମାସ ସମୟ ଦେଇଥିଲେ। ଏହାର ଅବଧି ଫେବୃୟାରୀ ୨୯ ତାରିଖରେ ଶେଷ ହୋଇଥିଲା। ମାର୍ଚ୍ଚ ପହିଲାରୁ ଯାନବାହନ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ଭାବେ କରାଯାଇଛି। କେତେକ ସ୍ଥାନରେ ଗାଡି ଚାଳକମାନେ ବିନା ହେଲମେଟ ଓ ସିଟ୍‌ ବେଲଟରେ ଗାଡି ଚଳାଉଥିବା ଦେଖିବାକୁ ମିଳିଥିଲା। କଟକ, ଭୁବନେଶ୍ୱର, ପୁରୀ ଏବଂ ରାଜ୍ୟର ଅନ୍ୟାନ୍ୟ ସହରରେ ଧରପଗଡ ଆରମ୍ଭ ହୋଇଛି। ରାୟଗଡାର ଏକ କାଠବୋଝେଇ ଟ୍ରକ ଉପରେ ୧ ଲକ୍ଷ ୧୦ ହଜାର ୮୦୦ ଟଙ୍କା ଫାଇନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ପ୍ରାୟ ୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ରବିବାର ଥିବାରୁ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଏପରିକି ଯାନବାହନ ଯାତାୟାତ ସଂଖ୍ୟା ସହରରେ କମ ରହିଥିଲା। ସୋମବାରଠାରୁ ଯାନବାହନ ଧରପଗଡ ଆହୁରି ଜୋରଦାର ହେବ ବୋଲି ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଯେଉଁମାନେ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ସେମାନେ ଲର୍ନର ଲାଇସେନ୍ସ ନେଇ ଏକାକୀ ଗାଡି ଚଳାଇପାରିବେ ନାହିଁ। ଯଦି ଚଳାଇବେ ତେବେ ସେମାନଙ୍କ ସହିତ ଜଣେ ଡ୍ରାଇଭିଂ ଲାଇସେନ୍ସଧାରୀଙ୍କୁ ସାଙ୍ଗରେ ନେଇ ଯିବାକୁ ପଡ଼ିବ। ନଚେତ ସଂଶୋଧିତ ମୋଟର ଯାନ ଆଇନ ଅନୁଯାୟୀ ବଡ଼ ଜରିମାନା ଗଣିବାକୁ ପଡ଼ିବ।
ସୂଚନାଯୋଗ୍ୟ ଯେ, ୨୦୧୯ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ସଂଶୋଧିତ ମୋଟର ଯାନ ଆଇନ-୨୦୧୯ ଲାଗୁ କରାଯାଇଛି। ଏହି ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ ୨୦୨୦ ଜାନୁୟାରୀ ୩୧ ତାରିଖ ମଧ୍ୟରେ ବେପରୁଆ ଗାଡି ଚାଳକ ଓ ବିନା କାଗଜପତ୍ରରେ ଚାଲୁଥିବା ଯାନବାହନଗୁଡିକରୁ ୩୮ କୋଟି ୬୭ ଲକ୍ଷ ୨୫ ହଜାର ଟଙ୍କା ଆଦାୟ ହୋଇଛି। ଏହି ସମୟ ମଧ୍ୟରେ ୪ ଲକ୍ଷ ୧୩ ହଜାର ୯୯୪ ଜଣ ଆବେଦନକାରୀଙ୍କ ମଧ୍ୟରୁ ୨,୮୭,୯୩୨ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି। ସଂଶୋଧିତ ଆଇନରେ ବିନା ଟିକେଟ କିମ୍ବା ପାସରେ ଯାତ୍ରା କଲେ ୫୦୦ ଟଙ୍କା, ବେଆଇନ ଲୋକ ଗାଡି ଚଳାଇଲେ ୫ ହଜାର, ଆଇନକୁ ନ ମାନିଲେ ୨ ହଜାର, ବିନା ଲାଇସେନ୍ସରେ ଗାଡି ଚଳାଇଲେ ୫ ହଜାର, ଡ୍ରାଇଭିଂ ଅଯୋଗ୍ୟ ବିବେଚିତ ହୋଇ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଗଣିବାକୁ ପଡିବ। ସେହିପରି ବିପଜ୍ଜନକ ଭାବେ ଗାଡି ଚଳାଇଲେ ୫ରୁ ୧୦ ହଜାର,ଦ୍ରୁତ ଗତିରେ ଗାଡି ଚଳାଇଲେ ୫ରୁ ୧୦ ହଜାର, ବିନା ପଞ୍ଜୀକରଣରେ ଗାଡି ଚଳାଇଲେ ୧୦ରୁ ୧୫ ହଜାର,ଗାଡି ପରମିଟ ନ ଥିଲେ ୧୦ ହଜାର, ସୁରକ୍ଷା ବେଲ୍ଟ ନ ବାନ୍ଧିଲେ ୧ ହଜାର, ହେଲମେଟ ନ ପିନ୍ଧିଲେ ୧ ହଜାର, ଜରୁରିକାଳୀନ ଗାଡିକୁ ରାସ୍ତା ନ ଛାଡିଲେ ୧୦ ହଜାର , ସାଇଲେଣ୍ଟ ଜୋନରେ ହର୍ନ ବଜାଇଲେ ୧ ହଜାର, ବୀମା ନ ଥିବା ଗାଡି ଚଳାଇଲେ ୨ରୁ ୪ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
ବେପରୁଆ ଗାଡି ଚାଳନା ଯୋଗୁ ବହୁ ମୂଲ୍ୟ ଜୀବନ ନଷ୍ଟ ହେବା ସହ ଘର ପରିବାର ଉଜୁଡି ଯାଉଛି। ଓଡ଼ିଶାରେ ଦୁର୍ଘଟଣା ହାର ବଢି ଚାଲିଛି। ଗତ ୧୦ବର୍ଷ ମଧ୍ୟରେ ଓଡ଼ିଶାରେ ସମୁଦାୟ ୧ ଲକ୍ଷ ୧ ହଜାର ୩୯୫ ସଡକ ଦୁର୍ଘଟଣାରେ ୪୩ ହଜାର ୩୭୧ ଜଣଙ୍କର ଜୀବନ ଯାଇଥିବା ବେଳେ ୧ ଲକ୍ଷ ୧୨ ହଜାର ୫୩୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ୨୦୧୭ଠାରୁ ୨୦୧୮ରେ ଦୁର୍ଘଟଣା ହାର ୧୦.୯୬ ପ୍ରତିଶତ ଅଧିକ ରହିଥିବା ବେଳେ ୨୦୧୯ରେ ୨୦୧୮ ତୁଳନାରେ ୦.୩୪ ପ୍ରତିଶତ ଅଧିକ ରହିଛି। କେବଳ ଗତ ୩ ବର୍ଷ ୨୦୧୭ ଠାରୁ ୨୦୧୯ ମଧ୍ୟରେ ରାଜ୍ୟରେ ସଡକ ଦୁର୍ଘଟଣାରେ ୧୫,୪୩୮ ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୭ରେ ୪,୭୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ୫,୩୧୫ ଏବଂ ୨୦୧୯ରେ ୫,୩୩୩ ଜଣଙ୍କର ବହୁମୂଲ୍ୟ ଜୀବନ ଚାଲିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri