ବିଏମ୍‌ସି କମିଶନରଙ୍କ ଅଚାନକ ସହର ପରିମଳ ବ୍ୟବସ୍ଥା ଯାଞ୍ଚ: ସ୍ବଚ୍ଛତା ନ ରଖିଲେ ଭଙ୍ଗାହେବ ଦୋକାନ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସହରକୁ ପରିଷ୍କାର, ସ୍ବଚ୍ଛତା ରଖ, ଦୋକାନ ସାମ୍ନାରେ ଡଷ୍ଟବିନ୍‌ ରଖ। ଲୋକଙ୍କୁ ସେଥିରେ ବ୍ୟବହୃତ ସାମଗ୍ରୀ ପକାଇବା ପାଇଁ କୁହ ନଚେତ୍‌ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଫାଇନ୍‌ କାଟିବ। ଆବଶ୍ୟକ ପଡ଼ିଲେ ଦୋକାନକୁ ଭଙ୍ଗାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। କମିଶନର ଚୌଧାରୀ ଗୁରୁବାର କଳ୍ପନା ଛକରୁ ରବି ଟକିଜ୍‌ ଛକ ଯାଏ ଅଚାନକ୍‌ କରିଥିବା ଷ୍ଟ୍ରିଟ୍‌ ଅପରେଶନରେ ଏହା କହିବା ସହ ନିୟମ ପାଳନ କରୁ ନ ଥିବା ଓ ପରିବେଶକୁ ପ୍ରଦୂଷଣ କରୁଥିବା ୨୦ରୁ ଊର୍ଦ୍ଧ୍ୱ ଅସ୍ଥାୟୀ ଦୋକାନକୁ ଭାଙ୍ଗିଛନ୍ତି ଓ ପାଖାପାଖି ୪୦ ହଜାର ଟଙ୍କାର ଫାଇନ୍‌ ଆଦାୟ କରିଥିବା ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ ସୂଚନା ଦଇଛନ୍ତି।
ଦେକାନୀମାନେ ସହରକୁ କେତେ ମାତ୍ରାରେ ପ୍ରଦୂଷିତ କରୁଛନ୍ତି ତାକୁ ତଦାରଖ କରିବା ପାଇଁ ବିଏମ୍‌ସି ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବାବେଳେ ଏହା ସପ୍ତାହରେ ଦୁଇଦିନ କରାଯିବ। ଏହି ଦୁଇ ଦିନରେ ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ ଅଥବା କମିଶନର ଚୌଧାରୀ ସହରର ବିଭିନ୍ନ ସ୍ଥାନ ବୁଲିବା ସହ ଦୋକାନୀମାନଙ୍କ କାର୍ଯ୍ୟକଳାପ ପ୍ରତି ଧ୍ୟାନ ଦେବେ ବୋଲି ଜଣାପଡ଼ିଛି। ଏହି ମର୍ମରେ କମିଶନର ଚୌଧାରୀ ଗୁରୁବାର ଦେକାନୀମାନଙ୍କୁ ତାଗିଦ୍‌ କରିଥିବା ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ, ଏହି ଯାଞ୍ଚ ପ୍ରକ୍ରିୟାରେ ବେଆଇନ ଭାବେ ରାସ୍ତା ଅବରୋଧ କରିଥିବା ବ୍ୟବସାୟୀଙ୍କୁ ତୁରନ୍ତ ହଟାଇବା ସହ ରାସ୍ତାକଡ଼ରେ ପଡ଼ିଥିବା ଆବର୍ଜନାକୁ ସଫେଇ କରାଯିବ। କିଛିଦିନ ତଳେ ମୁଁ ସଫେଇବାଲା କାର୍ଯ୍ୟକ୍ରମ ଜରିଆରେ କମିଶନର ଲୋକଙ୍କୁ ସ୍ବଚ୍ଛତା ଆପଣାଇବା ପାଇଁ ସଚେତନ କରିଥିଲେ। ଏପରିକି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଜଣେ ଲୋକ ବାହାରେ ଘରର ନିର୍ମାଣଧୀନ ବର୍ଜ୍ୟ ପକାଇଥିବାରୁ ତାକୁ ରାସ୍ତାରୁ ଉଠାଇ ତାଙ୍କ ଘର ଭିତରକୁ ଫୋପାଡି ଦେଇଥିଲେ। ଏବେ ସହରକୁ ସ୍ବଚ୍ଛ ରଖିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି।
୨ ପୃଥକ୍‌ ସ୍ଥାନରୁ ଜବରଦଖଲ ହଟାଇଲା ମିଳିତ ଉଚ୍ଛେଦ ଟିମ୍‌
ଗୁରୁବାର ବିଏମ୍‌ସି, ବିଡିଏ ଓ କମିଶନରେଟ ପୋଲିସ୍‌ର ମିଳିତ ଉଚ୍ଛେଦ ଟିମ୍‌ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରଥମ ଉଚ୍ଛେଦରେ ନୟାପଲ୍ଲୀସ୍ଥିତ ପାଇକ ନଗର ଅଞ୍ଚଳର ପ୍ଲଟ ନଂ ୧୮୪ରେ ଥିବା ଜବରଦଖଲକୁ ହଟାଯାଇଛି। ଉଚ୍ଛେଦରେ ୨ ଦୋକାନ ଓ ୮ ସ୍ଥାନରେ ଘରର ଆଗକୁ ବାହାରିଥିବା ଟିଣ ଅଂଶକୁ ଭଙ୍ଗାଯାଇଛି। ସେହିପରି ଦ୍ୱିତୀୟ ଉଚ୍ଛେଦ ୟୁନିଟ୍‌-୧ ମାର୍କେଟରେ କରାଯାଇଛି। ଉଚ୍ଛେଦରେ ୧୯ କ୍ୟାବିନ୍‌, ୮୫ ବାଉଁଶ ବନ୍ଧା ଦୋକାନ, ୫୭ ଦେକାନର ଆଗକୁ ବଢ଼ିଥିବା ଅଂଶ, ୭ ଟିଫିନ୍‌ ଷ୍ଟଲ ସହ ୭ ବାଉଁଶ ବନ୍ଧା ହୋଟେଲକୁ ଭଙ୍ଗାଯାଇଛି। ଏଥିରେ ଗୋଟିଏ ଲେଖାଏ ଜେସିବିର ବ୍ୟବହାର ହୋଇଥିବାବେଳେ ସମସ୍ତ ଉଚ୍ଛେଦ ଦଳର କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri