ବନ୍‌ ବିଭାଗ, ରାଜସ୍ବ ବିଭାଗ୍‌ ଚୁପ୍‌: ବେଆଇନ ଇଟାଭାଟି ଲାଗି ସଫା ହେଉଛେ ଜଂଗଲ

 

ସଇଁତଲା,୨୩।୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଅଂଚଲରେ ବେଆଇନ ଇଟା ଭାଟି କାମ୍‌ ଚାଲୁଛେ। ଇଥିରଲାଗି ଲୋକ୍‌ ବେଧଡ଼କ ଜଂଗଲରୁ ଗଛ୍‌ କାଟି ଆନୁଛନ୍‌। ଏନ୍‌ତାଥି ପରିବେଶ ଖରାପ ହେବାର ସଂଗେ ରାଏଜ୍‌ ସରକାର ଲାଖ୍‌ ଲାଖ୍‌ ଟଁକା ରାଜସ୍ବ ହରଉଛନ୍‌। ଇ ସବୁ ବାବ୍‌ଦେ ସରକାରୀ ବାବୁମାନେ ଜାନିଶୁନି ଚୁପ୍‌ମାରି ବସିଥିବାର ସାଧାରନରେ ଚରଚା ହେଉଛେ।
ସୂଚନା ଅନ୍‌ସାରେ ସଇଁତଲା ବ୍ଲକର କୁଶା, କିରବାଞ୍ଜି, ସୁଲିଆ, ଜୁଗିଝୁଲା, ସମରାଡ଼ଙ୍ଗର, ସୁନାମୁହିଁ, କଦଳୀକୁନା, ବହଲିଡୁଙ୍ଗରୀ, କପାଟ, ବର୍ଣ୍ଣୀ, କାଳଖୁଟ, ଜୟପୁରେନ ଲେଖେଁ ଅନେକ ଜଂଗଲ ରହିଛେ। ହେଲେ ସଇଁତଲା ଅଂଚଲର କିଛି ପରଭାବଶାଲି ଲୋକ୍‌ ନିଜର ପୁରଖାପାତିର ସଁପତି ଲେଖେଁ ନିଜର ସୁଆରଥ୍‌ ଲାଗି ବେଧଡ଼କ ଜଂଗଲ କାଟି ପକଉଛନ୍‌। ସେମାନେ ଗଛରେ ଇଟା ପୁଡ଼େଇ ଭଲ ଦୁଇପଏସା ରୁଜ୍‌ଗାର କରୁଥିବାର ଦେଖ୍‌ବାକେ ମିଲୁଛେ। ଇଆଡ଼େ ଖଟିଖିଆ ଗରିବ୍‌ ଦୁଖି ଜଂଗଲୁ ଜାଲନି କାଠ୍‌ ଠୁଲାବାକେ ଗଲେ ବନ୍‌ ବିଭାଗ ତାହାକୁ ଧରି ହଇରାନ ହରକତ କରୁଛେ। ହେଲେ ମାଫିଆମାନେ ଜଂଗଲରୁ ବଡ଼ ବଡ଼ ଦାମ୍‌କିଆ ଗଛ୍‌ଖୁଁଟ କାଟି ଇଟା ପୁଡ଼ଛନ୍‌। ଇ ସବୁ ଜାନି ବି ବନ୍‌ ବିଭାଗର ତାକର ଉପରେ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେବାରଟା ଜନସାଧାରନ୍‌କୁଁ ଆଶିରିଯ୍‌ କରିଛେ। ଇଆଡ଼େ ସରକାର ଜଂଗଲ ବଢ଼ାବାର ଲାଗି ଫିବଛର କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ସେନ୍‌ତା ତହସିଲର ରାଜସ୍ବ ଅସୁଲି ଲାଗି ରୟାଲଟି କାଟବାର ନିୟମ ରହିଛେ। ହେଲେ ସଇଁତଲା ବ୍ଲକରେ ନଁାକେ କେତେ ଜାଗାରେ ରୟାଲଟି କଟାଯାଉଥିଲେ ବି ଇଟା ଭାଟି କି ମାଲିକମାନକର ଉପରେ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେବାର। ଇଆଡ଼େ ଥାନୀଅ ବିଧାୟିକା ତାକର ବିକାଶ ପଁାଠିରୁ ବ୍ଲକର ସବୁ ପଁଚେତ୍‌କେ ଗୁଟେ ଲେଖଁା ପାଏନ୍‌ ଟ୍ୟାଙ୍କର ଯୁଗେଇ ଦେଇଛନ୍‌। ପଁଚେତ୍‌ବାସୀକର ସୁବିଧା ଅସ୍‌ବିଧାରେ ସେଟା କାମେ ଲାଗ୍‌ବାର ନିୟମ ରହିଛେ। ହେଲେ କେତେ ପଁଚେତ୍‌ରେ ପରଭାବଶାଲି ଲୋକ୍‌ମାନେ ଇ ପାଏନ୍‌ ଟ୍ୟାଙ୍କର ନେଇ ବେଆଇନ୍‌ ଇଟାଭାଟି ପୁଡ଼ା କାମ୍‌ରେ ଲଗଉଥିବାର ଦେଖ୍‌ବାକେ ମିଲିଛେ। ସେନ୍‌ତା ଡୁଙ୍ଗୁରିପାଲି ପଁଚେତ୍‌ର ଟୁର୍ଚ୍ଚାଉପେରରେ ଥିବାର ସରକାରୀ ବଁଧ୍‌ରେ ଝନେ ଲୋକ୍‌ ପରତିନିଧି ଇଟା ଭାଟି କରି ବଁଧର ପାଏନ୍‌ ଶୁଖେଇ ଦେଇଥିବାର ଅଭିଯୋଗ ହେଇଥିଲା। ଇ ବାବ୍‌ଦେ ସଇଁତଲା ରାଜସ୍ବ ବିଭାଗ ଅଧ୍‌କାରୀ ପ୍ରତାପ ଭୋଇ ସେ ବେଆଇନ ଇଟା ଭାଟି ବାବ୍‌ଦେ ଅନେକ୍‌ ଦିନୁ ତହସିଲଦାରକୁଁ ଲିଖିତ ଜନେଇ ସାରିଛନ୍‌। ହେଲେ ଆଏଜ୍‌ତକ ପରଶାସନ ତରଫୁ ଇ ଦିଗେ ପଦକ୍ଷେପ ନାଇଁ ନିଆଯାଇ। ଯେନ୍‌ଥିରଲାଗି ଅଂଚଲବାସୀକର ଭିତରେ ଦିନୁଦିନ୍‌କେ ଅସନ୍‌ତୋଷ ଭାବ୍‌ ବଢ଼ତେଲ ଯାଉଛେ। ଇ ବାବ୍‌ଦେ ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗକୁଁ ପଚ୍‌ରାଲାରୁ ବହୁତ୍‌ ଜଲଦି ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ହେଲେ ତହସିଲ ତରଫୁ ବେଆଇନ ଇଟା ଭାଟି ଉପରେ ଚଢ଼ଉ କରି ଜରିମାନା ଅସୁଲ କଲେ ମାଲିକମାନେ ଛାଟ୍‌ ହେଇଯାଏତେ। ଇଥ୍‌ରେ ସରକାରକଁର ରାଜସ୍ବ ବି ବଢ଼ତା ବଲି ସାଧାରନରେ ଚରଚା ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

ନୁଆବର୍ଷ ପାଇଁ ହେଉଥିଲା କଫ ସିରପ୍‌ ଚାଲାଣ: ମାଡ଼ି ବସିଲା ପୋଲିସ

ପାଟଣାଗଡ଼ ୨୯ା୧୨ (ସଚ୍ଚିଦାନନ୍ଦ ମହାକୁର)- ବେଆଇନ ଭାବେ କଫ ସିରପ୍‌ ଚାଲାଣ ଘଟଣାରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରି ସୋମବାର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri