ଅଙ୍ଗନୱାଡିକୁ ଆସୁଥିବା ଚାଉଳ ହେରଫେର ଅଭିଯୋଗ

ବାଲିଗୁଡା,୧୪ା୨(ଡି.ଏନ୍‌.ଏ.)- ବିଭିନ୍ନ ସମୟରେ ସରକାର ଅଙ୍ଗନଓ୍ବାଡି କେନ୍ଦ୍ରକୁ ଦେଉଥିବା ଚାଉଳ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଏମିତି ଏକ ଘଟଣା ବାଲିଗୁଡା ଅଞ୍ଚଳରେ ଦେଖିବାକୁ ମିଳିଛି। ଗୋଦାମରୁ ସିଧାସଳଖ କେନ୍ଦ୍ରକୁ ଚାଉଳ ଯିବାକୁ ନିୟମ ଥିବାବେଳେ ଏହା ବେସରକାରୀ ଗୋଦାମକୁ ଯାଉଛି। ମୁତାବକ, ବାଲିଗୁଡା, ତୁମୁଡିବନ୍ଧ ଓ ରାଇକିଆ ସମେତ ୭ ବ୍ଲକର ଅଙ୍ଗନୱାଡି କେନ୍ଦ୍ରକୁ ତାରିଣୀ ଏଣ୍ଟରପ୍ରାଇଜ୍‌ ନାମକ ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଚାଉଳ ଯୋଗାଇ ଆସୁଛି। ନିୟମାନୁଯାୟୀ ଗୋଦାମରୁ ବାହାରି ସିଧାସଳଖ ଅଙ୍ଗନଓ୍ବାଡି କେନ୍ଦ୍ରରେ ଚାଉଳ ପହଞ୍ଚତ୍ବା କଥା। କିନ୍ତୁ ଗୋଦାମରୁ ବାହାରି ପୁଣି ଏକ ଘରୋଇ ଗୋଦାମରେ ରଖାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଡିଲର ଜଣକ କ.ନୂଆଗଁା ଏଫ୍‌ସିଆଇ ଗୋଦାମରୁ ଚାଉଳ ଆଣି ବାଲିଗୁଡାର ଏକ ଘରୋଇ ଗୋଦାମରେ ରଖୁଛନ୍ତି। ପରବର୍ତ୍ତୀ ସମୟରେ ବାଟମାରଣା ହେବାନେଇ ସନ୍ଦେହ ଦେଖାଦେଇଛି। ତେବେ ଘଟଣା ସମ୍ପର୍କରେ ଟ୍ରକ୍‌ ଚାଳକ କିଛି ଜାଣିନଥିବା କହିଥିବା ବେଳେ, କ୍ରିଷ୍ଣା ଟ୍ରାନ୍ସପୋର୍ଟ କହିଛି କେବଳ ଗୋଦାମରୁ ବାଲିଗୁଡା ଆମେ ଭଡାରେ ଆଣିଛୁ। କିନ୍ତୁ ଗୋଦାମରୁ ବାହାରିବା ସମୟରେ କେଉଁ ଗାଡି ନଁାରେ କେତେ ଚାଉଳ କୁଆଡେ ଯାଉଛି ତାର କିଛି ପ୍ରଣାମ ମିଳିନାହିଁ। ଏ ସମ୍ପର୍କ ରେ ବାଲିଗୁଡା ଉପଖଣ୍ଡ ସମାଜ ସୁରକ୍ଷା ଅଧିକାରୀ ହରିଶ ପ୍ରଧାନଙ୍କୁ ପଚାରିବାରୁ ସେ ଏବିଷୟରେ ଜାଣି ନ ଥିବା କହିଥିଲେ। ଗୋଦାମରୁ ଚାଉଳ ସିଧା କେନ୍ଦ୍ରକୁ ଯିବା କଥା, ଅନ୍ୟ ଗୋଦାମରେ କେମିତି ଗଚ୍ଛିତ ହେଉଛି ତଦନ୍ତ କଲେ ଜଣାପଡିବ ବୋଲି କହିଛନ୍ତି। ଜିଲା ସମାଜ ସୁରକ୍ଷା ଅଧିକାରୀ ମନସ୍ବିନୀ ମିଶ୍ର କହିଛନ୍ତି ଯେ, ଏ ସମ୍ପର୍କ ରେ ମୋ ପାଖରେ କିଛି ଖବର ନାହିଁ। ବୁଝିବା ପରେ ଜଣାପଡିବ। ସୂଚନା ମୁତାବକ ଚାଉଳ ଯୋଗାଣ କରୁଥିବା ଟ୍ରାନ୍ସପୋର୍ଟ କମ୍ପାନୀ ଠିକ୍‌ ଭାବେ ଠିକ୍‌ ସମୟରେ କେନ୍ଦ୍ରକୁ ଚାଉଳ ଦେଉ ନ ଥିବା ଏବଂ ଓଜନ କମ୍‌ ଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହାର ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

ଅନୁସୂଚିତ ଜନଜାତି-ଜାତି ଉନ୍ନୟନ ବିଭାଗର ବଡ଼ ପଦକ୍ଷେପ: ଲୁକ୍କାୟିତ ପ୍ରତିଭାଙ୍କୁ ଚି଼ହ୍ନଟ

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିର ହେଲିପ୍ୟାଡ଼ ପଡିଆଠାରେ ବୁଧବାର ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ...

ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...

ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri