ଗଣତନ୍ତ୍ର ପ୍ରତିଷ୍ଠାରେ ପବିତ୍ର ମୋହନଙ୍କ ପ୍ରମୁଖ ଯୋଗଦାନ ଥିଲା

ଭୁବନେଶ୍ୱର, ୯ା୨(ବ୍ୟୁରୋ): ବର୍ତ୍ତମାନ ଭାରତବର୍ଷ ଯେଉଁ ଗଣତନ୍ତ୍ରକୁ ଆଧାର କରି ଗର୍ବିତ ଓ ପରିଚାଳିତ, ସ୍ବାଧୀନତା ପୂର୍ବରୁ ଏହା ସମଗ୍ର ଭାରତବାସୀଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ ଥିଲା। ବ୍ରିଟିଶ୍‌ ଶାସନର ଆଧିପତ୍ୟରେ ରାଜତନ୍ତ୍ର ଓ ଜମିଦାରି ଶୋଷଣ ଓଡ଼ିଶାବାସୀଙ୍କୁ ଅତିଷ୍ଠ କରିଥିଲା। ରାଜତନ୍ତ୍ରକୁ ସମାଧି ଦେଇ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ରାଜ୍ୟ ତଥା ଦେଶର ଯେଉଁ ଜନନାୟକଙ୍କ ପ୍ରମୁଖ ଯୋଗଦାନ ରହିଥଲା, ତନ୍ମଧ୍ୟରେ ବିଶିଷ୍ଟ ସଂଗ୍ରାମୀ ତଥା ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କର ପ୍ରମୁଖ ଯୋଗଦାନ ରହିଥିଲା ବୋଲି ଏମ୍‌ପି ମହେଶ ସାହୁ କହିଛନ୍ତି।

ସୂଚନା ଭବନଠାରେ ଶନିବାର ଆୟୋଜିତ ପବିତ୍ର ମୋହନ ପ୍ରଧାନଙ୍କ ୧୧୩ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା। ସମାରୋହରେ ଏମ୍‌ସି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବର୍ଗତ ପ୍ରଧାନଙ୍କୁ ଜଣେ ଆଦର୍ଶ ଜନନାୟକ ଭାବେ ଅଭିହିତ କରିଥିଲେ। ସ୍ବର୍ଗତ ପ୍ରଧାନଙ୍କ କୃତି, ତାଙ୍କ ସମୟରେ ରାଜ୍ୟରେ ମୁଣ୍ଡଟେକିଥିବା ଗଡ଼ଜାତ ଆନ୍ଦୋଳନର ସ୍ଥିତିକୁ ନେଇ ପୁସ୍ତକ ପ୍ରକାଶନ ଏବଂ ତାଙ୍କ ନାମରେ ଭୁବନେଶ୍ୱରରେ ଏକ ମାର୍ଗକୁ ନାମକରଣ କରିବା ଉପରେ ସାହୁ ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ପବିତ୍ର ମୋହନ ଜଣେ ସାଲିସ୍‌ ବିହୀନ ସଂଗ୍ରାମୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସମ୍ପାଦକ ଡ. ଲେନିନ୍‌ ମହାନ୍ତି ଯୋଗଦେଇ କହିଲେ ଯେ, ପବିତ୍ର ମୋହନ ଶିକ୍ଷକତା ବୃତ୍ତିକୁ ତୁଚ୍ଛ କରି ଗଡ଼ଜାତର ପ୍ରଜା ଓ ଦେଶ ପାଇଁ ଜୀବନ ବ୍ୟାପୀ ସଂଗ୍ରାମ କରିଥିଲେ। ଏହି ପ୍ରଚଣ୍ଡ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ସମ୍ପର୍କିତ ଆଲେଖ୍ୟ ଆଗାମୀ ଉତ୍କଳ ପ୍ରସଙ୍ଗ ସଂଖ୍ୟାରେ ପ୍ରକାଶ ପାଇବ ବୋଲି ଡ. ମହାନ୍ତି ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ ଯୋଗଦେଇ ସ୍ବର୍ଗତ ପ୍ରଧାନଙ୍କ ଗଡ଼ଜାତ ଆନ୍ଦୋଳନ ଏବଂ ଭାରତୀୟ ସ୍ବାଧୀନତା ସଂଗ୍ରାମର ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ ବୋଲି ପ୍ରକାଶ କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ମୋହିନୀକାନ୍ତ ମିଶ୍ର ପବିତ୍ର ମୋହନଙ୍କ ଅସାମାନ୍ୟ ବ୍ୟକ୍ତିତ୍ୱ ସଂକ୍ରାନ୍ତରେ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ପ୍ରକାଶ କରିଥିଲେ। ଏହି ଅବସରରେ ତାଙ୍କ ଜୀବନୀ ଉପରେ ଆଧାରିତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ବାଗତ ଭାଷଣ, ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଧନ୍ୟବାଦ ଦେଇଥିବାବେଳେ ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ...

ବଦଳିଗଲେ ନବୀନ, ପ୍ରଥମରୁ ଏମିତି ନ ଥିଲେ…

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର):ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍‌ ଯାହା ବିଧାନସଭାରେ ପାରିତ ହୋଇଛି ସେଥିରେ ସଂଶୋଧନ ହେବା...

ଆହୁରି ୭ଦିନ ପ୍ରବଳ ଶୀତ

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ):  ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri