ଶ୍ୱଶୁରଙ୍କ ପ୍ରେରଣାରୁ ହେଉଛି ଅଙ୍ଗଦାନ

ଦିଗପହଣ୍ଡି,୫ା୨(ଡି.ଏନ.ଏ.)-ସଡ଼କ ଦୁର୍ଘଟଣାରେ ଆହତ ଦିଗପହଣ୍ଡି ରାଣୀ ସାହିର ପ୍ରିୟଙ୍କା ରାଣୀ ରାଜୁ (୨୬) ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଶ୍ୱଶୁର ଓ ସ୍ବାମୀଙ୍କ ସହମତିରେ ପ୍ରିୟଙ୍କାଙ୍କ ଦୁଇଟି କିଡ୍‌ନୀ ଓ ଚକ୍ଷୁ ଦାନ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ମଙ୍ଗଳବାର ସକାଳେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶରେ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅଙ୍ଗଦାନ କରି ପ୍ରିୟଙ୍କାଙ୍କ ପରିବାର ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି।
ଯେ, ଦୁର୍ଘଟଣାରେ ଆହତ ପ୍ରିୟଙ୍କାଙ୍କ ଚିକିତ୍ସା ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚାଲିଥିଲା। ସୋମବାର ସନ୍ଧ୍ୟାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ବ୍ରେନ୍‌ ଡେଡ୍‌ ହୋଇଥିବା ଘୋଷଣା କରିଥିଲେ। ସେଠାରେ ଉପସ୍ଥିତ ତାଙ୍କ ଶ୍ୱଶୁର ଭି. ଧର୍ମା ରାଜୁ ଓ ସ୍ବାମୀ ଭି. ସମୀର ରାଜୁ ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିଲା। ସୋମବାର ରାତିରେ କଟକ ବଡ଼ ଡ଼ାକ୍ତରଖାନାର ସ୍ବତନ୍ତ୍ର ଡାକ୍ତରୀ ଦଳ ହସ୍ପିଟାଲରେ ପହଞ୍ଚତ୍ କିଡ୍‌ନୀ ଓ ଚକ୍ଷୁ ସଂଗ୍ରହ କରିଥିଲେ। ପରେ ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲ ନିଆଯାଇ ବିଶେଷଜ୍ଞ ଡାକ୍ତରୀ ଦଳ ଜଣେ ବ୍ୟକ୍ତିଙ୍କ ଶରୀରରେ କିଡ୍‌ନୀ ପ୍ରତ୍ୟାରୋପଣ କରିଥିଲେ।
ପ୍ରକାଶ ଯେ, କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ପଦ୍ଧତି ଜରିଆରେ ମୃତ ପ୍ରିୟଙ୍କାଙ୍କ କିଡ୍‌ନୀ ଅନ୍ୟ ଅସୁସ୍ଥ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯିବା ଘଟଣା ରାଜ୍ୟରେ ପ୍ରଥମ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକ ବଡ଼ ଡାକ୍ତରଖାନାରେ ଅଙ୍ଗ ଦାନ ଓ ପ୍ରତ୍ୟାରୋପଣ ବ୍ୟବସ୍ଥା ତଦାରଖ ପାଇଁ ଏକ ନୋଡାଲ କେନ୍ଦ୍ର ଖୋଲାଯାଇଛି। ସ୍ବେଚ୍ଛାକୃତ ଭାବେ ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ଗତ କିଛିଦିନ ପୂର୍ବେ ପୁରସ୍କାର ସ୍ବରୂପ ଅର୍ଥରାଶି ପ୍ରଦାନ ବ୍ୟବସ୍ଥା ନେଇ ଘୋଷଣା କରିଥିଲେ।
ସୂଚନା ଯୋଗ୍ୟ ଯେ, ଗତ ୨୬ ତାରିଖ ଅପରାହ୍ନରେ ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ. ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ କାର (ନଂ.ଓଆର୦୨ବିଏକ୍ସ-୫୪୬୪)କୁ ବିପରୀତ ଦିଗରୁ ଏକ ପିକ୍‌ଅପ ଭ୍ୟାନ (ନଂ.ଓଡି୦୭ଡି-୭୭୫୫) ଧକ୍କା ଦେବାରୁ କାରରେ ଥିବା ଦିଗପହଣ୍ଡି ରାଣୀ ସାହିର ପୂର୍ବତନ ଏନ୍‌ଏସି କାଉନସିଲର ଭି.ଧର୍ମରାଜୁ ତାଙ୍କ ସ୍ତ୍ରୀ ଭାରତୀ, ପୁଅ ସମୀର, ବୋହୂ ପ୍ରିୟଙ୍କା, ନାତି ଜେରି ଓ ନାତୁଣୀ ତନ୍‌ଭି ଗୁରୁତର ଆହତ ହୋଇଥିଲେ। ବ୍ରହ୍ମପୁରରେ ଭୋଜିଖାଇ ପରିବାର ସହ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଆହତ ମାନଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମା’ ପ୍ରିୟଙ୍କା ଓ ଝିଅ ତନ୍‌ଭିଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଚିକିତ୍ସା ଚାଲିଥିଲା। ସୋମବାର ସନ୍ଧ୍ୟାରେ ପ୍ରିୟଙ୍କାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri