Posted inଜାତୀୟ

ସିଏଏ ବିରୋଧୀ ଶୋଭାଯାତ୍ରାବେଳେ ରାମଭକ୍ତଙ୍କ ଉନ୍ମତ୍ତକାଣ୍ଡ: ବନ୍ଧୁକ ବୁଲାଇଲେ, ଗୁଳି ଚଳାଇଲେ

ନୂଆଦିଲ୍ଲୀ,୩୧-୧(ପି.ଟି.):କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ଦିନକୁ ଦିନ ହିଂସା ବଢ଼ିବାରେ ଲାଗିଛି। ଏହିକ୍ରମରେ ଗୁରୁବାର ଦିଲ୍ଲୀର ଜାମିଆ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ବିକ୍ଷୋଭକାରୀମାନେ ଶୋଭାଯାତ୍ରା ପାଇଁ ବାହାରୁଥିବାବେଳେ ଜଣେ କିଶୋର ‘ଏଇ ନିଅ ସ୍ବାଧୀନତା’ କହିବା ସହ ବନ୍ଧୁକ ବୁଲାଇ ସେମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏଥିରେ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟର ଶାଦାବ ଫାରୁକ ନାମକ ଜଣେ ଛାତ୍ର ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦିଲ୍ଲୀ ପୋଲିସକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଅନ୍ୟପକ୍ଷରେ ଗୁଳିମାଡ଼ ବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଜପା ନେତାଙ୍କ ‘ଗୋଲି ମାରୋ’ ସ୍ଲୋଗାନର ପ୍ରଭାବରେ ଏପରି ଘଟିଥିବା ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଛି।
ମିଳିଥିବା ସୂଚନାନୁସାରେ ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗୁରୁବାର ଅପରାହ୍ନ ୧୨ଟାରେ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ। ଜାମିଆ ନଗରସ୍ଥିତ ଏହି ୟୁନିଭର୍ସିଟି କ୍ୟାମ୍ପସ୍‌ର ଗେଟ୍‌ ନମ୍ବର ୭ରୁ ରାଜଘାଟ ପର୍ଯ୍ୟନ୍ତ ଯାଉଥିବା ଶୋଭାଯାତ୍ରାକୁ ପୋଲିସ ଅନୁମତି ଦେଇ ନ ଥିଲା। ହୋଲି ଫାମିଲି ହସ୍ପିଟାଲ ନିକଟରେ ସେମାନଙ୍କୁ ଅଟକାଇବା ପାଇଁ ବହୁସଂଖ୍ୟକ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ। ଶୋଭାଯାତ୍ରାକୁ ରୋକିବା ଲାଗି ପୋଲିସ ଯୋଜନା କରୁଥିବାବେଳେ ଭିଡ଼ ଭିତରୁ ହଠାତ୍‌ ଜଣେ କିଶୋର ବାହାରିଥିଲେ। ସେ ବିକ୍ଷୋଭକାରୀମାନଙ୍କ ଆଗରେ ବନ୍ଧୁକ ବୁଲାଇବା ସହ ବାରମ୍ବାର ‘ୟେ ଲୋ ଆଜାଦୀ’ ବୋଲି ସ୍ଲୋଗାନ ଦେଉଥିଲେ। ପୋଲିସ ତାଙ୍କ ପାଖରେ ପହଞ୍ଚତ୍ବା ପୂର୍ବରୁ ସେ ଗୁଳି ଚଳାଇ ସାରିଥିଲେ। ଜାମିଆ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ଛାତ୍ର ଶାଦାବଙ୍କ ବାମହାତରେ ଗୁଳି ବାଜିଥିଲା। ଏହି କଶ୍ମୀରୀ ଛାତ୍ରଙ୍କୁ ଏମ୍ସର ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି ଓ ସେ ବିପଦମୁକ୍ତ ଅଛନ୍ତି। ଅଭିଯୁକ୍ତଙ୍କୁ ପୋଲିସ ଘଟଣାସ୍ଥଳରେ କାବୁ କରିବା ପରେ ଥାନାକୁ ନେଇ ପଚରାଉଚରା କରୁଛି ବୋଲି ଡିସିପି ଚିନ୍ମୟ ବିଶ୍ୱାଲ ସୂଚନା ଦେଇଛନ୍ତି। ଏହି ହାଇଡ୍ରାମା ବେଳର ଦୃଶ୍ୟ ଟେଲିଭିଜନ କ୍ୟାମେରାରେ କଏଦ୍‌ ହେବା ସହ ସାମାଜିକ ଗଣମାଧ୍ୟମରେ ମଧ୍ୟ ବହୁଳ ପ୍ରସାରିତ ହୋଇଛି।
ଅଭିଯୁକ୍ତଙ୍କ ସମ୍ପର୍କରେ ମିଳିଥିବା ପ୍ରାଥମିକ ସୂଚନାନୁସାରେ ସେ ଜଣେ ନାବାଳକ ଓ ତାଙ୍କ ବୟସ ୧୭ ବର୍ଷ। ଆଧାର କାର୍ଡ ଅନୁସାରେ ତାଙ୍କ ନାମ ରାମଭକ୍ତ ଗୋପାଳ ଓ ସେ ଗୌତମବୁଦ୍ଧ ନଗର (ନୋଏଡା) ଅଞ୍ଚଳର। ଜଓ୍ବେର କସ୍‌ବେ ବାସିନ୍ଦା ରାମଭକ୍ତ ଗୋପାଳଙ୍କ ବାପା ଜଣେ ପାନଦୋକାନୀ ବୋଲି ଜଣାପଡ଼ିଛି। ବନ୍ଧୁକ ବୁଲାଇବା ପୂର୍ବରୁ ଅଭିଯୁକ୍ତ ରାମଭକ୍ତ ଗୋପାଳ ଫେସ୍‌ବୁକ୍‌ରେ କେତେକ ମେସେଜ୍‌ ପୋଷ୍ଟିଂ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ, ‘ଶାହିନବାଗ ଖେଳ ଖତମ’। ଆଉ ଏକ ପୋଷ୍ଟରେ ‘ମୋର ଶେଷଯାତ୍ରା ବେଳେ ମୋ ମରଶରୀରକୁ ଦୟାକରି ଗୈରିକ ରଙ୍ଗର ଚାଦରରେ ଘୋଡ଼ାଇବ’ ଏବଂ ‘ଜୟ ଶ୍ରୀରାମ’ ଲେଖିଥିଲେ। ଉକ୍ତ ପୋଷ୍ଟଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଲିସ ସେଗୁଡ଼ିକୁ ନେଇ ତନାଘନା ଚଳାଇଛି। ଇତିମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହି ବିଷୟକୁ ଗମ୍ଭୀରତାର ସହ ନେଇଛନ୍ତି। ସେ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ସମ୍ପୃକ୍ତ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଘଟଣାକୁ କେନ୍ଦ୍ର ସରକାର ବରଦାସ୍ତ କରିବେ ନାହିଁ। ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ଶାହା ଟୁଇଟ୍‌ କରିଛନ୍ତି। ଏହି ଘଟଣା ପରେ ଜାମିଆ ନଗର ଅଞ୍ଚଳରେ ଉତ୍ତେଜନା ବୃଦ୍ଧିପାଇଛି। ଫେବୃୟାରୀ ୮ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇବା ପାଇଁ ଭାଜପା ଏପରି କରାଇଥିବା ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଅଭିଯୋଗ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri