ଆୟକର ଛାଡ ସୀମା ବୃଦ୍ଧି ଆଶା

ନୂଆଦିଲ୍ଲୀ,୩୧-୧: ଶୁକ୍ରବାରଠାରୁ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ସାଧାରଣ ବଜେଟର ଅଧିବେଶନ ଆରମ୍ଭ ହେଉଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବା ପରେ ଫେବୃୟାରୀ ପହିଲାରେ ବଜେଟ ଆସିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିବେ। ଚଳିତ ଆର୍ଥତ୍କ ବର୍ଷ ଦେଶର ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ସ୍ଥିତି ଦେଇ ଗତି କରୁଛି। ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ୱେ ଅର୍ଥବ୍ୟବସ୍ଥା ଏବେ ମଧ୍ୟ ଟ୍ରାକକୁ ଫେରି ନାହିଁ। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ବଜେଟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ନେଇ ବଜାର ବିଶେଷଜ୍ଞମାନେ ଆଶା ରଖିଛନ୍ତି। ଚାହିଦା ଖସିବା ଯୋଗୁ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଖସିଛି। ଏଭଳି ସ୍ଥିତିରେ ଚାହିଦା ବଢାଇବା ଲାଗି ସରକାର ପଦକ୍ଷେପ ହାତକୁ ନେଇ ପାରନ୍ତି ବୋଲି ବଜାର ବିଶେଷଜ୍ଞ କୁହନ୍ତି। ଅପରପକ୍ଷରେ ଲୋକଙ୍କ ନିକଟକୁ ଅଧିକ ଅର୍ଥ ଆସିଲେ ସେମାନେ ଖର୍ଚ୍ଚ କରିବେ ଏବଂ ଆର୍ଥତ୍କ କାର୍ଯ୍ୟକଳାପ ବଢିବ ବୋଲି କିଛି ଅର୍ଥନୀତିଜ୍ଞ ମତ ରଖିଛନ୍ତି।
ବଜେଟରେ ଆୟକର ଛାଡ ସୀମା ବୃଦ୍ଧି ସମ୍ପର୍କରେ ସରକାର ଘୋଷଣା କରିପାରନ୍ତି ବୋଲି ଦେଶର ଶିଳ୍ପ ଜଗତ ଆଶାବାଦୀ ରହିଛି। ଟିକସ କନସଲଟାନ୍ସି ଫାର୍ମ କେପିଏମଜି ପକ୍ଷରୁ ଏ ନେଇ ଏକ ସର୍ଭେ ହୋଇଥିଲା। ଏଥିରେ ୧୮ କ୍ଷେତ୍ରରେ କାର୍ଯ୍ୟରତ ୨୧୯ କମ୍ପାନୀଙ୍କୁ ସାମିଲ କରାଯାଇଥିଲା। ସର୍ଭେରେ ୭୮% କମ୍ପାନୀ କହିଛନ୍ତି ଯେ, ଆୟକର ଛାଡର ବର୍ତ୍ତମାନ ସୀମା ୨.୫ ଲକ୍ଷରୁ ବଢିଯିବ। ୩୦% ଟିକସ ଲାଗୁ ହେଉଥିବା କ୍ଷେତ୍ରରେ ମଧ୍ୟ ସରକାର ପଦକ୍ଷେପ ନେବେ ବୋଲି ୭୨% ଆଶା ରଖିଛନ୍ତି। ଏ କ୍ଷେତ୍ରରେ ନିମ୍ନ ସୀମାରେ ବୃଦ୍ଧି ଘଟିପାରେ ବୋଲି ସେମାନେ ମତ ଦେଇଛନ୍ତି। ଏବେ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ ଲାଗୁ ହେଉଛି। ୮୨% ମତ ଦେଇଛନ୍ତି ୮୦ସିରେ ଡିଡକସନ ବଢିପାରେ। ୫୩%ଙ୍କୁ ଷ୍ଟାଣ୍ଡାର୍ଡ ଡିଡକସନରେ ବୃଦ୍ଧି, ୪୪%ଙ୍କୁ ଏଚ୍‌ଆର୍‌ଏ ଭଳି ଟିକସ ମୁକ୍ତ ଭତ୍ତା କ୍ଷେତ୍ରରେ ବୃଦ୍ଧି ଭଳି ଆଶା ରହିଛି।
ସେହିଭଳି ୫୩% କମ୍ପାନୀଙ୍କ କହିଛନ୍ତି, ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ସ ଉପରେ ଟିକସ ହଟିବାର ଆବଶ୍ୟକତା ରହିଛି। ଘରାଇ କମ୍ପାନୀ ବାଦ ବିଦେଶୀ କମ୍ପାନୀଙ୍କ ଲାଗି ଟିକସ ହ୍ରାସ ଉପରେ ସରକାର କାମ କରନ୍ତୁ ବୋଲି ଅନେକେ ମତ ରଖିଛନ୍ତି। ଇନହେରିଟାନ୍ସ ଟିକସ ଉପରେ କୌଣସି ଘୋଷଣା ଆସିବ ନାହିଁ ବୋଲି ଅନେକଙ୍କର ମତ ରହିଛି। କମ୍ପାନୀଙ୍କ ଉପରେ ଲାଗୁ ହେଉଥିବା ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟାକ୍ସ ଉଚ୍ଛେଦ ହେଉବୋଲି ୫୪% ମତ ରଖିଛନ୍ତି। ୫୦% କମ୍ପାନୀ ସେଜ୍‌ ଅନ୍ତର୍ଗତ ଟିକସ ରିହାତିର ସମୟ ମାର୍ଚ୍ଚ ୨୦୨୦ ପରେ ମଧ୍ୟ ବଢିବ ବୋଲି ଆଶାଦାବି ଅଛନ୍ତି। ସିକ୍ୟୁରିଟି ଟ୍ରାଞ୍ଜାକଶନ ଟିକସ ହଟିବା ନେଇ ୪୨% ମତ ଦେଇଥିବା ବେଳେ ବିଦେଶୀ କମ୍ପାନୀ ଉପରେ ଟିକସ ହ୍ରାସ ହେବା ନେଇ ୫୨% ଏବଂ ଇ-ଆସେସମେଣ୍ଟ ସ୍କିମ ଦ୍ୱାରା ଟାକ୍ସ କ୍ଷେତ୍ରରେ ପାରଦର୍ଶିତା ବଢିବ ବୋଲି ୬୮% ମତ ଦେଇଛନ୍ତି। ସେହିଭଳି ୭୦% କହିଛନ୍ତି ଯେ, ଇ-ଆସେସମେଣ୍ଟ ଦ୍ୱାରା ଟିକସଦାତା ଫାଇଦା ଲାଭ କରିବେ।
ଆୟକର ହ୍ରାସ ଦ୍ୱାରା ନିବେଶ ଖର୍ଚ୍ଚ ବଢିପାରେ
ସରକାର ସେପ୍ଟେମ୍ବରରେ କର୍ପୋରେଟ ଟିକସ ହ୍ରାସ କରିଥିଲେ। ଏହାପରେ ବ୍ୟକ୍ତିଗତ ଆୟକରରେ ହ୍ରାସ ହେବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା। କର୍ପୋରେଟ ଟିକସ ହ୍ରାସ ହୋଇଥିଲେ ଅର୍ଥ ବ୍ୟବସ୍ଥା ଉପରେ ଏହାର ଆଶା ମୁତାବକ ସୁଫଳ ଏବେ ଯାଏ ପରିଲକ୍ଷିତ ହୋଇ ପାରିନାହିଁ। ଅଭିବୃଦ୍ଧି ବଢାଇବାକୁ ସରକାର ବଡ ଘୋଷଣା କରିପାରନ୍ତି ବୋଲି ବଜାର ବିଶେଷଜ୍ଞମାାନ ମତ ଦେଇଛନ୍ତି। କେପିଏମ୍‌ଜି ଟାକ୍ସେଶନ ପ୍ରୋଜେକ୍ଟ ମୁଖ୍ୟ ହିତେଶ ଗଜାରିଆ କହିଛନ୍ତି, ବ୍ୟକ୍ତିଗତ ଟିକସ ହାର ହ୍ରାସ ହେଉ ବୋଲି ଅଧିକାଂଶ କମ୍ପାନୀ ଆଶା ରଖିଛନ୍ତି। ଏହା ଦ୍ୱାରା ନିବେଶ ଏବଂ ଖର୍ଚ୍ଚ ବଢିବା ନେଇ ଆଶା ବଢିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri