ମାସକରେ ସମ୍ପୂର୍ଣ୍ଣ ହେବ ରେଲୱେ ଓଭରବ୍ରିଜ୍‌

ବ୍ରହ୍ମପୁର ଅଫିସ,୨୯ା୧-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଏବଂ ଆଙ୍କୁଲି ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ ମାସକ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମ୍ପୃକ୍ତ ପୂର୍ତ୍ତ ବିଭାଗ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ କାର୍ଯ୍ୟରେ ବାଧକ ସାଜିଥିବା କେତେକ ଘରୋଇ ଘର ଓ ଜମିର ପୁନର୍ବାର ଡିମାର୍କେଶନ କରିବା ପାଇଁ ରାଜସ୍ବ ବିଭାଗ ଏବଂ କ୍ଷତିପୂରଣ ସମସ୍ୟା ତୁଟାଇବାକୁ ମଧ୍ୟ ଜିଲାପାଳ ଆଦେଶ ଦେଇଥିଲେ। ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ ପ୍ରତିଦିନ ଶହ ଶହ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାର ସମାଧାନ ଦାବି ନେଇ ସକଳେଶ୍ୱର ଓଭରବ୍ରିଜ କ୍ରିୟାନୁଷ୍ଠାନ କମିଟି ବହୁବାର ଦାବି ପରେ ବୃହତ୍‌ ଜନ ଆନ୍ଦୋଳନ ଧମକ ଦେବା ପରେ ମଙ୍ଗଳବାର ଅପରାହ୍ନରେ ସ୍ଥିତି ଅନୁଧ୍ୟାନ ପାଇଁ ଶିଳ୍ପାଞ୍ଚଳରେ ପହଞ୍ଚତ୍ଥିଲେ ଜିଲାପାଳ। ତାଙ୍କ ସହିତ ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ତହସିଲଦାର ଓ ଅନ୍ୟ ରାଜସ୍ବ ଅଧିକାରୀ ତଥା କର୍ମଚାରୀ ଏବଂ ପୂର୍ତ୍ତ ବିଭାଗ ଡିଭିଜନ ନଂ ୨ର ଇଞ୍ଜିନିୟର ଥିଲେ।
କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ରହି ଜିଲାପାଳଙ୍କୁ ସମସ୍ୟା ଜଣାଇଥିଲେ। ଜଣେ ରାଜସ୍ବ ବିଭାଗ ଅଧିକାରୀ ଓ ଆଉ କେତେକ ଅବସରପ୍ରାପ୍ତ କର୍ମଚାରୀ ବିଭିନ୍ନ ଭାବେ ଚାପ ପକାଇ ସେମାନଙ୍କ ଘର ଉଚ୍ଛେଦ ନ କରିବା ପାଇଁ ରାସ୍ତା ନକ୍ସା ବଦଳାଇଥିବାରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନ ଥିବା ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଉପସ୍ଥିତ ଥିବା ଭୂ-ଅର୍ଜନ ଅଧିକାରୀଙ୍କୁ କ୍ଷତି ପୂରଣ ସମସ୍ୟା ତୁଟାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଦାଲତରେ ରୁଜୁ ମାମଲାର ଫଇସଲା ଲାଗି ମଧ୍ୟ ତ୍ୱରିତ ପଦକ୍ଷେପ ନିଆଯିବାର କୁଲାଙ୍ଗେ କ୍ରିୟାନୁଷ୍ଠାନ କମିଟିକୁ ଆଶ୍ୱାସନା ଦେଇଥିଲେ। ମାସକ ମଧ୍ୟରେ ସବୁ ସମସ୍ୟା ସମାଧାନ କରାଯାଇ ଓଭରବ୍ରିଜ ଓ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରାଯିବାର କୁହାଯାଇଥିଲା।
କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବସନ୍ତ ନନ୍ଦ, ବାବୁଲା ନାୟକ, ଏଲ. ସୁଦାମ ଦାସ, ଗିରିଧାରୀ ରେଡ୍ଡୀ, ତୁମ୍ବେଶ୍ୱର ନାୟକ, ବାପୁଜୀ ପାତ୍ର, ସୁନୀଲ ମଣ୍ଡଳ, ଶିବ ଶଙ୍କର ନାୟକ, ବଦ୍ରି ନାରାୟଣ ମିଶ୍ର, ବାବୁଜୀ ମହାନ୍ତି, ଦାଶରଥି ନାୟକ, ସୁବୋଧ ମିଶ୍ର ଓ ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri