Posted inଖେଳ

ଫେଡରର-ଜୋକୋଭିଚ୍‌ ସେମିଫାଇନାଲ

ମେଲବୋର୍ନ, ୨୯ା୧ (ଏଏଫ୍‌ପି)-ଚଳିତ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ଏକ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ ଦୁଇ ଷ୍ଟାର ଖେଳାଳି ସୁଇଜରଲାଣ୍ଡର ରୋଜର ଫେଡରର ଏବଂ ସର୍ବୀୟାର ନୋଭାକ ଜୋକୋଭିଚ୍‌ଙ୍କ ମଧ୍ୟରେ ହେବ। ମଙ୍ଗଳବାର ଅନୁଷ୍ଠିତ ଏକ କ୍ୱାର୍ଟର ଫାଇନାଲରେ ଫେଡରର ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛନ୍ତି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଏଠାରେ ୬ଥର ଚାମ୍ପିୟନ ୧୦୦ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଟେନିସ୍‌ ସ୍ୟାଣ୍ଡଗ୍ରେନ୍‌ଙ୍କୁ ୬-୩, ୨-୬, ୨-୬, ୭-୬ (୧୦/୮), ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ୩୮ ବର୍ଷୀୟ ଫେଡରର ଏହି ରୋମାଞ୍ଚକ ମ୍ୟାଚରେ ୭ ମ୍ୟାଚ୍‌ ପଏଣ୍ଟ ସେଭ୍‌ କରିଥିଲେ। ଅନ୍ୟପକ୍ଷରେ ୮ମ ମେଲବୋର୍ନ ଟାଇଟଲ ଅଭିଯାନରେ ଥିବା ଜୋକୋଭିଚ୍‌ ଅନ୍ୟଏକ କ୍ୱାର୍ଟରଫାଇନାଲରେ ମିଲୋସ ରାଓନିକ୍‌ଙ୍କୁ ୬-୪, ୬-୩, ୭-୬ (୭/୧) ସେଟ୍‌ରେ ହରାଇ ଦେଇଛନ୍ତି। ରାଓନିକ୍‌ ଏହି ଟୁର୍ନାମେଣ୍ଟରେ କ୍ରମାଗତ ୬୩ ମ୍ୟାଚରେ ସର୍ଭିସ ବ୍ରେକ୍‌ କରି ନ ଥିଲେ। କଣ୍ଟାକ୍ଟ ଲେନ୍ସ ପାଇଁ ଅଡୁଆ ଅନୁଭବ କରୁଥିଲେ ସୁଦ୍ଧା ରାଓନିକ୍‌ଙ୍କ ଏହି ଧାରାରେ ବ୍ରେକ୍‌ ଲଗାଇଥିଲେ। ସେ ଗୋଟିଏ ଗେମ୍‌ରେ ପରାଜିତ ହୋଇଥିଲେ ହେଲେ ସହଜରେ ସେମିଫାଇନାଲରେ ପ୍ରବେଶ କରିଥିଲେ। ମହିଳା ସିଙ୍ଗଲ୍ସରେ ଆଶଲେ ବାର୍ଟି ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ସେମିଫାଇନାରେ ପ୍ରବେଶ କରିଛନ୍ତି। ବାର୍ଟି ୭-୬, (୮/୬), ୬-୨ସେଟ୍‌ରେ ଦୁଇଥର ଓ୍ବିମ୍ବେଲଡନ ଚାମ୍ପିୟନ ପେଟ୍ରା କ୍ୱିିଟୋଭାଙ୍କୁ ହରାଇ ଦେଇଛନ୍ତି। ସେମିଫାଇନାଲରେ ସେ ଆମେରିକାର ସୋଫିଆ କେନିନ୍‌ଙ୍କୁ ଭେଟିବେ। ୨୧ ବର୍ଷୀୟା କେନିନ୍‌ ଟ୍ୟୁନିସିଆର ଓନ୍ସ ଜାବେଉରଙ୍କ ବିପକ୍ଷରେ ୬-୪, ୬-୪ ସେଟ୍‌ରେ ବିଜୟ ହାସଲ କରିଛନ୍ତି। ଜାବେଉର ପ୍ରଥମ ଆରବୀୟ ମହିଳା ଭାବେ ଏକ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୂର୍ଯ୍ୟ ୩ନଂ.ରେ ଖେଳିବା ଉଚିତ: ଲାରା

ନୂଆଦିଲ୍ଲୀ, ୮।୫ : ଆସନ୍ତା ମାସରେ ହେବାକୁ ଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ବ୍ୟାଟିଂ କ୍ରମରେ ୩ ନମ୍ବରରେ ଆସିବା ଉଚିତ ବୋଲି...

‘ଟି୨୦ ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ’

ମୁମ୍ବାଇ, ୮ା୫ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ୱକପ୍‌ ପୂର୍ବରୁ ବିଶ୍ରାମ ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ...

ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍‌ଡା ସାମିଲ

ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍‌ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ।...

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି...

VIDEO: ଶାହାରୁଖ ଖାନ୍‌ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି…

ନୂଆଦିଲ୍ଲୀ,୭।୫: ଆଇପିଏଲ୍‌ର କିଛି ଟିମ୍‌ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍‌ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ...

ବିରାଟ-ଗାଭାସ୍କର ବିବାଦକୁ ଡେଇଁଲେ ଅକ୍‌ରମ୍‌; କୋହଲିଙ୍କୁ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୭।୫: ନିକଟରେ ଦେଖାଦେଇଥିବା ବିରାଟ କୋହଲି ଏବଂ ସୁନୀଲ ଗାଭାସ୍କରଙ୍କ ମଧ୍ୟର ବିବାଦ ମଧ୍ୟକୁ ଡେଇଁ ପଡ଼ିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକରମ୍‌। ବିରାଟଙ୍କୁ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri