ଟିକସ କ୍ଷେତ୍ରରେ ଆସିପାରେ ବଡ ଘୋଷଣା

ନୂଆଦିଲ୍ଲୀ,୨୦-୧: ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ସୋମବାର ହାଲଓ୍ବା ସେରିମନି ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସମେତ ବଜେଟ ପ୍ରସ୍ତୁତିରେ ସାମିଲ ଅଧିକାରୀମାନେ ବଜେଟ ଉପସ୍ଥାପନ ହେବା ଯାଏ ନର୍ଥ ବ୍ଲକରୁ ବାହାରିବା ବନ୍ଦ ହୋଇଯିବ। ବଜେଟ ସମ୍ପର୍କରେ କୌଣସି କଥା ସାଧାରଣରେ ଯେଭଳି ପ୍ରଘଟ ନ ହୁଏ ତାକୁ ଧ୍ୟାନରେ ରଖି ଏଭଳି ପରମ୍ପରା ରହିଛି। ଆଗାମୀ ବଜେଟକୁ ନେଇ ସାଧାରଣ ଲୋକ ଏବଂ କର୍ପୋରେଟ ଜଗତର ଅନେକ ଆଶା ରହିଛି। ଟିକସ କ୍ଷେତ୍ରରେ ୧୦ ପ୍ରମୁଖ ଘୋଷଣା ସରକାର କରିପାରନ୍ତି। ସେ ବିଷୟଗୁଡିକ ହେଲା..
ଆୟକର ହାର: ଲୋକଙ୍କର ସବୁଠାରୁ ବଡ ଅପେକ୍ଷା ମଧ୍ୟରେ ଆୟକର ରହିଛି। ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀଙ୍କ କହିବା ମୁତାବକ ସରକାର ୨୦ ଏବଂ ୩୦% ଟିକସକୁ ହଟାଇ ଏକ ଫ୍ଲାଟ ଟିକସ ହାର ଆଣିପାରନ୍ତି। ଏହାର ଟିକସ ହାର ୧୫ରୁ ୧୮% ରହିବ। ବର୍ତ୍ତମାନ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ ମିଳୁଛି। ଅଢେଇ ଲକ୍ଷରୁ ୫ ଲକ୍ଷ ଆୟ ଉପରେ ୫% ଟିକସ, ୫ରୁ ୧୦ ଲକ୍ଷ ଆୟ ଉପରେ ୨୦% ଏବଂ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଆୟ ଉପରେ ୩୦% ଟିକସ ଲାଗୁ ହେଉଛି।

କର୍ପୋରେଟ ଟିକସ ହ୍ରାସ: ସରକାର ମାନ୍ଦାବସ୍ଥା ଯୋଗୁ କର୍ପୋରେଟ ଟିକସ ହାର ହ୍ରାସ କରିବା ସହ ଅର୍ଥ ବ୍ୟବସ୍ଥାରେ ଚାହିଦା ବଢାଇବା ଦିଗରେ ପଦକ୍ଷେପ ନେଇଛନ୍ତି। ଏଭଳି ସ୍ଥିତିରେ ଦେଶର କର୍ପୋରେଟ ଜଗତ ଫ୍ଳାଟ ୧୫% କର୍ପୋରେଟ ଟିକସ ଦେଶରେ ଲାଗୁ କରାଇବା ଲାଗି ଦାବି ରଖିଛି। ବର୍ତ୍ତମାନ କର୍ପୋରେଟ ଟିକସ ହାର ୨୨% ରହିଛି।
ଡିଭିଡେଣ୍ଡ ଉପରେ ଟିକସ ହାର ହ୍ରାସ: ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟାକ୍ସ(ଡିଡିଟି) ଉଚ୍ଛେଦ ନେଇ ଶିଳ୍ପ ପକ୍ଷରୁ ଦାବି ହେଉଛି। ଏହା ଯଦି ଲାଗୁ ହୁଏ ତେବେ ଏହାକୁ ୧୫%ରେ ସୀମିତ ରଖାଯାଉ ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି। ଏହା ବର୍ତ୍ତମାନ ୨୦.୫୬% ରହିଛି। ଡିଡିଟି ହଟିଲେ ଟିକସ ଚୋରି କମିବା ସହ କମ୍ପାନୀଗୁଡିକର ଲାଭ ବଢିବ ବୋଲି ଶିଳ୍ପଜଗତ ମତ ରଖିଛି।
ଏଲଟିସିଜି: ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ସ(ଏଲ୍‌ଟିସିିଜି)କୁ ନେଇ ସରକାର ବଡ ଘୋଷଣା କରିପାରନ୍ତି। ବର୍ତ୍ତମାନ ଏହି ବର୍ଗରେ ୧୦% ଟିକସ ଲାଗୁ ହେଉଛି। ଇକ୍ୱିଟିରେ ଏଲ୍‌ଟିସିଜି ହଟାଇବା ଲାଗି ଇଣ୍ଡିଆ ଇଙ୍କ ପକ୍ଷରୁ ଦାବି ହେଉଛି। ଏହି ଟିକସ ହଟିଲେ ଦେଶକୁ ଅଧିକ ନିବେଶ ଆସିବ। ୨୦୧୮-୧୯ରେ ସରକାର ଏହି ଟିକସକୁ ପୁନଶ୍ଚ ଲାଗୁ କରାଇଛନ୍ତି। ସୂତ୍ର ଅନୁସାରେ ସରକାର ଆଗାମୀ ୨ ବର୍ଷ ଲାଗି ଏଲଟିସିିଜି ଉପରେ ଲାଗୁ ହେଉଥିବା ଟିକସ ଛାଡ କରିପାରନ୍ତି କିମ୍ବା ଏ କ୍ଷେତ୍ରରେ କିଛି ରିହାତି ପ୍ରଦାନ କରିପାରନ୍ତି।

ହୋମ ଲୋନ : ବାସଗୃହ ଋଣ କ୍ଷେତ୍ରରେ ଟିକସ ଛାଡ ସୀମା ୨ ଲକ୍ଷ ଟଙ୍କାରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି ଘଟିପାରେ। ବର୍ତ୍ତମାନ ଆୟକର ଆଇନ ଧାରା ୨୪ ମୁତାବକ ୨ ଲକ୍ଷ ଟଙ୍କାର ଛାଡ ମିଳୁଛି।
ଲିମିଟେଡ ଲାଏବିଲିଟି ପାର୍ଟନରଶିପ: ବଜେଟରେ ଲିମିଟେଡ ଲାଏବିଲିଟି ପାର୍ଟନରଶିପି(ଏଲ୍‌ଏଲ୍‌ପି) ଏବଂ ବିଦେଶୀ କମ୍ପାନୀଗୁଡିକ ଉପରେ ଲାଗୁଥିବା ଟିକସ ହ୍ରାସ କରିବା ଲାଗି ଦାବି ହେଉଛି। ଏହାବାଦ ମିନିମମ୍‌ ଅଲଟରନେଟିଭ ଟାକ୍ସ(ମ୍ୟାଟ୍‌) କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ବର୍ତ୍ତମାନ ପ୍ରଫିଟ ବୁକିଂ ଉପରେ ମ୍ୟାଟ ଦର ୧୮.୫% ରହିଛି।
ଟିକସ ବିବାଦ: ଦେଶରେ ଟିକସ ଜନିତ ବିବାଦ ସମାଧାନ ଲାଗି ଅନେକ ସମୟ ଲାଗୁ ବିଦେଶୀ କମ୍ପାନୀଗୁଡିକ ଅଭିଯୋଗ କରୁଛନ୍ତି। ଏହି କାରଣ ଯୋଗୁ ବିଦେଶୀ କମ୍ପାନୀଗୁଡିକ ଭାରତରେ ନିବେଶ ଏବଂ ବାଣିଜ୍ୟ କରିବା ଲାଗି ଡରୁଛନ୍ତି। ଇଜ ଅଫ ଡୁଇଁଙ୍ଗ ବିଜନେସକୁ ସରକାର ପ୍ରାଥମିକତା ଦେଉଛନ୍ତି। ଆଗାମି ବଜେଟରେ ସରକାର ଟିକସ ବିଦାଦ ଜନିତ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇ ପାରନ୍ତି ବୋଲି କୁହାଯାଉଛି।

ବର୍ଡର ଆଡଜଷ୍ଟମେଣ୍ଟ ଟାକ୍ସ: ସରକାର ବଜେଟରେ ନୂଆ ବର୍ଡର ଆଡଜଷ୍ଟମେଣ୍ଟ ଟାକ୍ସ ଆଣିପାରନ୍ତି। ଏହାକୁ ସୀମା ଶୁଳ୍କ ଆଇନ ଅନ୍ତର୍ଗତ ଲାଗୁ କରାଯାଇପାରେ। ଉଭୟ ଘରୋଇ ଏବଂ ବିଦେଶୀ କମ୍ପାନୀଙ୍କୁ ବ୍ୟବସାୟର ସମାନ ସୁଯୋଗ ଦେବା ଏବଂ ଯେଭଳି କାହାର କ୍ଷତି ନ ହୁଏ ଏହି ପ୍ରସଙ୍ଗ ସବୁକୁ ଧ୍ୟାନରେ ରଖି ସରକାର ଏଭଳି ପଦକ୍ଷେପ ଘୋଷଣା କରି ପାରନ୍ତି।
୮୦ସି ସୀମା: ଗଣମାଧ୍ୟମ ରିପୋର୍ଟ ମୁତାବକ ଅର୍ଥ ମନ୍ତ୍ରଣାଳୟ ସେକ୍ସନ ୮୦ସି ଅନ୍ତର୍ଗତ ସଞ୍ଚୟ କ୍ଷେତ୍ରରେ ୨.୫୦ ଲକ୍ଷ ପର୍ଯ୍ୟନ୍ତ ରାଶି ଟିକସ ଛାଡ ଅନୁମତି ଦେଇ ପାରେ। ବର୍ତ୍ତମାନ ୮୦ସିରେ ଦେଢ ଲକ୍ଷ ଟଙ୍କା ଉପରେ ଟିକସ ଛାଡ ମିଳୁଛି। ୮୦ସିରେ ଏବେ ପିପିଏଫ୍‌ ଏବଂ ନ୍ୟାଶନାଲ ସେଭିଙ୍ଗସ ସାର୍ଟିଫିକେଟ ସାମିଲ ରହିଛି। ନ୍ୟାଶନାଲ ସେଭିଙ୍ଗସ ସାର୍ଟିଫିକେଟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ପବ୍ଲିକ ପ୍ରୋଭେଡେଣ୍ଟ ଫଣ୍ଡ(ପିପିଏଫ୍‌)ରେ ୨.୫ ଲକ୍ଷ ଟଙ୍କା ନିବେଶ ଟିକସ ଛାଡ ହେବା ନେଇ ସମ୍ଭାବନା ରହିଛି।

ଏମ୍‌ଏସ୍‌ଏମ୍‌ଇ:ଏମ୍‌ଏସ୍‌ଏମ୍‌ଇ ଗୁଡିକ ଲାଗି ଫଣ୍ଡ ଅଫ୍‌ ଫଣ୍ଡସ (ଏଫ୍‌ଓଏଫ୍‌) ସୁବିଧା ମିଳିପାରେ। ଏହି କ୍ଷେତ୍ରରେ ପାଣ୍ଠି ଜନିତ ସମସ୍ୟାକୁ ହ୍ରାସ କରିବା ଲାଗି ସରକାର ଏଭଳି ଏକ ସୁବିଧା ଆଣିପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri