ରଟିଣା ସରକାରୀ ଜମିରୁ ମୋରମ ଲୁଟ୍‌:ମାସେ ଧରି ଚାଲିଛି, ଟେର୍‌ ପାଉନାହାନ୍ତି ଅଧିକାରୀ

ଖଇରା, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ବାଲିଗଡ଼ ଦଖଲରେ ଥିବା ସରକାରୀ ଜମିରୁ ଲକ୍ଷ ଲକ୍ଷ ଟଙ୍କାର ମୋରମ ଲୁଟ୍‌ ଚାଲିଛି। ଆନୁମାନିକ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ମାଫିଆମାନେ ଏହି ଲୁଟ୍‌ରେ ସାମିଲ ହେବା ଏବଂ ରାଜସ୍ବ ଅଧିକାରୀମାନେ ଜାଣି ନ ପାରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରଟିଣା ଗ୍ରାମ ନିକଟସ୍ଥ ବିଭିନ୍ନ ସରକାରୀ ଜମିରେ ଅନୁସୂଚିତ ଜନଜାତିର ବ୍ୟକ୍ତିମାନେ କିଛି ଜାଗା ଦଖଲ କରି ବସବାସ କରୁଛନ୍ତି। କେତେକ ମୋରମ୍‌ ମାଫିଆ ଏହି ପଥୁରିଆ ଅଞ୍ଚଳରେ ମୋରମ୍‌ ଗଚ୍ଛିତ ଥିବା ଜାଣି ଏହା ଉପରେ ଆଖି ପକାଇଥିଲେ। ଆଦିବାସୀ ପରିବାରଗୁଡ଼ିକୁ କିଛି ଅର୍ଥ ପ୍ରଲୋଭନ ଦେଖାଇ ଏହାକୁ ଖୋଳି ବିକ୍ରି କରିବା ଆରମ୍ଭ କରିଥିଲେ। ରାମପୁର କେନାଲ ରାସ୍ତା ଓ କୁପାରୀ କେନାଲ ଦେଇ ରାଣୀତାଲ-କୁପାରୀ ରାସ୍ତାରେ ରାତିଅଧିଆ ହଜାର ହଜାର ଟ୍ରିପ୍‌ ମୋରମ୍‌ ଓଡ଼ିଶାର ବିଭିନ୍ନ ପ୍ରାନ୍ତକୁ ଚାଲାଣ କରାଯାଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏକମାସ ଧରି ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ବେଳେ କୌଣସି ଅଧିକାରୀ ଉକ୍ତ ଅଞ୍ଚଳକୁ ଗସ୍ତ କରିନାହାନ୍ତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହଁି। ବିଶେଷ କରି ଗଡ଼ସାହି ଓ କଣାସଗଡ଼ିଆ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ଚାଲିଛି। ରାସ୍ତାଘାଟ ନଷ୍ଟ ହେବା ସହ ଏକ ପୋଲ ଭାଙ୍ଗି ଯାଇଥିବା ଯୋଗୁ ବ୍ୟାପକ ଜନଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦ କରି ସ୍ଥାନୀୟ ଗ୍ରାମବାସୀ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ମତାମତ ନେବାରେ ଶ୍ରୀଧର ସାହୁ ନାମ୍ନୀ ଜଣେ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ମୋରମ ଖେଳିବାକୁ ଅନୁମତି ଦିଆଯାଇଥିଲା। ହେଲେ ୧ମାସ ଧରି ଏଭଳି କାର୍ଯ୍ୟ ଚାଲିବା ବିଷୟ ତାଙ୍କୁ କେହି ଜଣାଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri