ଆଇଆଇଏମ୍‌ସିରେ ଆରମ୍ଭ ହେଲା ‘ଫିଲ୍ମଚକ୍କର-୩’: ‘ଜୀବନକୁ ପ୍ରଭାବିତକରେ ପ୍ରଯୁକ୍ତିବିଦ୍ୟା’

ଢେଙ୍କାନାଳ ଅଫିସ, ୧୫।୧-ପୂର୍ବରୁ ଚଳଚ୍ଚିତ୍ର ନିର୍ମାଣ ଯେତିକି କଷ୍ଟକର ଥିଲା ସେଥିକି କଷ୍ଟ ଥିଲା ତାହାର ପ୍ରଦର୍ଶନ ଏବଂ ସାଇତି ରଖିବା ପଦ୍ଧତି। ଧୀରେ ଧୀରେ ଟେକ୍ନୋଲୋଜିର ଆଗମନ ହେଲା। ସାଉଣ୍ଡ ରେକର୍ଡିଂଠାରୁ ଆରମ୍ଭ କରି ଫିଲ୍ମକୁ ଡଜିଟାଇଜେଶନ କରିବା ସହଜ ହେଲା। ଏବେ ଟେକ୍ନୋଲୋଜି ଯୋଗୁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଘଟିଛି। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ଦେଖିବାର ନୂଆ ମାଧ୍ୟମ ପାଲଟିଛି ଓଭର ଦି ଟପ୍‌ ବା ଓଟିଟି। ଯେମିତି ଘରେ ପାଠପଢ଼ିବା ଆଉ ଶିକ୍ଷାନୁଷ୍ଠାନରେ ପାଠପଢ଼ିବା ଭିତରେ ତଫାତ୍‌ ରହିଛି ଠିକ୍‌ ସେମିତି ମୋବାଇଲ ମାଧ୍ୟମରେ ଫିଲ୍ମ ଦେଖିବା ଏବଂ ହଲ୍‌ ଯାଇ ଚଳଚ୍ଚିତ୍ରର ଦେଖିବାରେ ବହୁତ ଫରକ୍‌। ବଡ଼ ପରଦାର ଚଳଚ୍ଚିତ୍ର ନିଶ୍ଚୟ ଏକ ଭିନ୍ନ ଅନୁଭବ ଆଣିଦିଏ। ଏହାକୁ ସମୀକ୍ଷା କଲେ ଅଧୁନା ନୂତନ ପ୍ରଯୁକ୍ତିବିଦ୍ୟା ଜୀବନକୁ ପ୍ରଭାବିତ କରୁଥିବା ସ୍ପଷ୍ଟ ଅନୁମେୟ ବୋଲି କହିଛନ୍ତି କିଟ୍‌ ସ୍କୁଲ ଅଫ୍‌ ସିନେମାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଚଳଚ୍ଚିତ୍ରଭିତ୍ତିକ କାର୍ଯ୍ୟକ୍ରମ ‘ଫିଲ୍ମଚକ୍କର-୩’ରେ ଯୋଗଦେଇ ସେ ଏପରି ବକ୍ତବ୍ୟ ରଖିଥିଲେ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆଇଆଇଏମ୍‌ସି ଅମରାବତୀର ପୂର୍ବତନ ନିର୍ଦ୍ଦେଶକ ନଦୀମ୍‌ ଖଁା କହିଲେ, ସମୟ ସହ ତାଳଦେଇ ଲୋକଙ୍କ ଚଳଚ୍ଚିତ୍ର ଦେଖିବାର ଆଗ୍ରହରେ କିଛିଟା ପରିବର୍ତ୍ତନ ହୋଇଛି। ସଂସ୍ଥାର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟ୍ଟାର୍ଜୀ କହିଲେ, ଆଜିର ଦିନରେ ଇକୋସ୍ଫିୟରର ଗଣତାନ୍ତ୍ରୀକରଣ ହୋଇଛି। ଅର୍ଥାତ୍‌ ଟେକ୍ନୋଲୋଜିର ଆଗମନ ତଥା ପରୀକ୍ଷା ନିରୀକ୍ଷା ଉଭୟ ଅମୃତ ଓ ବିଷ ପ୍ରଦାନ ସଦୃଶ। ଆମେ ଯେଉଁଭଳି ଭାବେ ଏହାର ବ୍ୟବହାର କରିବା ସେହି ଅନୁସାରେ ଫଳ ପାଇବା ବୋଲି ସେ କହିଥିଲେ।
ପରବର୍ତ୍ତୀ ବୈଷୟିକ ଅଧିବେଶନରେ ବକ୍ତାଭାବେ ଯୋଗଦେଇ କଲିକତା ଜାଭିୟର କଲେଜର ପ୍ରଫେସର ତଥା ଚଳଚ୍ଚିତ୍ର ନିର୍ମାତା ଉତ୍ସବ ଚାଟ୍ଟାର୍ଜୀ କହିଲେ, ଚଳଚ୍ଚିତ୍ରର ଏକ ସ୍ବତନ୍ତ୍ର ଭାଷା ରହିଛି। ବର୍ତ୍ତମାନ ସମ୍ପୂର୍ଣ୍ଣ ବାସ୍ତବତାକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଖାଇବା ପାଇଁ ଓଟିଟି ଖୁବ୍‌ ଚେଷ୍ଟା କରୁଛି। ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଲେଖକ ଡ. ପୀୟୂଷ ରାୟ କହିଲେ, ଓଟିଟି ଆସିବା ପରେ ଚରିତ୍ର କଳାକାର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ବଲିଉଡରେ ଅଣଦେଖା କରାଯାଉଥିବା ଅଭିନେତା, ଅଭିନେତ୍ରୀଙ୍କୁ ଏହା ମାଧ୍ୟମରେ ସୁଯୋଗ ମିଳୁପାରୁଛି। ଏହାକୁ ସୁଯୋଗର ଗଣତାନ୍ତ୍ରୀକରଣ ବୋଲି କୁହାଯିବ। ଅନ୍ୟତମ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ସମ୍ବଲପୁର ମହିଳା ମହାବିଦ୍ୟାଳୟ ହିନ୍ଦୀ ବିଭାଗ ମୁଖ୍ୟ ଡ. ଜୟନ୍ତ କରଶର୍ମା କହିଲେ, ଇଣ୍ଟରନେଟ୍‌ ବ୍ୟବହାର ସହଜ ଓ ଶସ୍ତା ହେବାପରେ ଓଟିଟିର ଚାହିଦା ବଢୁଛି। କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଡ. ଆଶିଷ ଦ୍ୱିବେଦୀ, ଆଇଆଇଏମ୍‌ସିର ସହାୟକ ପ୍ରଫେସର ସମ୍ବିତ ପାଲ, ଡ. ଜ୍ୟୋତିପ୍ରକାଶ ମହାପାତ୍ର, ୨୦୧୯-୨୦ ଶିକ୍ଷାବର୍ଷର ଛାତ୍ରୀ ଆକାଂକ୍ଷା ଟଣ୍ଡନ ସନ୍ଦର୍ଭ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା,୨୭ା୪: କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଜହ୍ନିମୂଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ଅପରାହ୍ନରେ ବିଲରେ ମୁଗ ଉପାଡୁଥିବା ବେଳେ ବଜ୍ରପାତ ହୋଇଥିଲା।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri