ବଜେଟକୁ ନେଇ ବଜାର ବିଶେଷଜ୍ଞଙ୍କ ମତ: ବିକଳ୍ପ ଉପରେ ଫୋକସ କରିପାରନ୍ତି ସୀତାରାମନ

ମୁମ୍ବାଇ,୧୩-୧: ଦେଶର ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଫେବୃୟାରୀ ପହିଲାରେ ଆସିବାକୁ ଥିବା ବଜେଟରେ ସରକାର ମାନ୍ଦାବସ୍ଥା ବିରୋଧରେ ଲଢେଇ ଲାଗି ବିଭିନ୍ନ ପଦକ୍ଷେପ ନେଇ ପାରନ୍ତି ବୋଲି ବଜାର ବିଶେଷଜ୍ଞ ମାନେ କହିଛନ୍ତି। ଏବେ ଅର୍ଥ ବ୍ୟବସ୍ଥାରେ ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। ସେହିଭଳି ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ଟିକସ ସଂଗ୍ରହ ହେଉନାହିଁ। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଦେଶର ବିକାଶ ହାର ୫% ରହିବ ବୋଲି ନ୍ୟାଶନାଲ ସାମ୍ପୂଲ ସର୍ଭେ(ଏନ୍‌ଏସ୍‌ଓ) ପକ୍ଷରୁ ଆକଳନ କରାଯାଇଛି। ଏହା ୧୧ ବର୍ଷର ସର୍ବନିମ୍ନ ସ୍ତର ବୋଲି ଜଣାପଡିଛି। ଅର୍ଥନୀତିକୁ ସୁଧାରିବା ଲାଗି ସୀତାରାମନ ଯେତେବେଳେ ବି ଆଗକୁ ପାଦ କାଢିଛନ୍ତି ତାଙ୍କ ସାମ୍ନାରେ ଏକ ସୀମା ରେଖା ଆସିଛି। ମାତ୍ର ଏବେ ମଧ୍ୟ କିଛି ଉପାୟ ଅର୍ଥମନ୍ତ୍ରୀଙ୍କ ନିକଟରେ ରହିଛି। ବଜେଟରୁ ଏବେ ଶିଳ୍ପ ଜଗତ ଆଶା କିଛି ଖାସ୍‌ ନାହିଁ। ସରକାର ଶିଳ୍ପ ଜଗତ ଲାଗି କର୍ପୋରେଟ ଟିକସ ହ୍ରାସ କରିବା ସହ ଅନ୍ୟ ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରିସାରିଛନ୍ତି।
ଚଳିତ ବର୍ଷ ବିତ୍ତିୟ ନିଅଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ଟପି ଯାଇଥିବା ବେଳେ ଏହାକୁ ନେଇ ଅର୍ଥନୀତିଜ୍ଞମାନେ ଯଥାର୍ଥବାଦୀ ହୋଇ ପଡିଛନ୍ତି। ବିତ୍ତୀୟ ନିଅଣ୍ଟ ଟପିବାର ଆବଶ୍ୟକତାକୁ ମଧ୍ୟ ସ୍ବୀକୃତି ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଜୁଲାଇରେ ଆସିଥିବା ବଜେଟରେ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ମୋଟ ଜିଡିପିର ୩.୩% ଧାର୍ଯ୍ୟ କରାଯାଇଥିଲା। ଏଭଳି ସ୍ଥିତିରେ ସୀତାରାମନଙ୍କ ନିକଟରେ କେଉଁ ସବୁ ବିକଳ୍ପ ରହିଛି ସେ ନେଇ ଅର୍ଥନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଗୁଡଗାଓଁ ଭିତ୍ତିକ ଫିଟବ୍ୟାକ ଇନଫ୍ରାର ବିନାୟକ ଚାଟାର୍ଜୀ କହିଛନ୍ତି ଯେ, କୋର ସେକ୍ଟର ପ୍ରକଳ୍ପଗୁଡିକୁ ପୂରଣ କରିବା ଲାଗି ବଜେଟରେ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେଶନ(ଡିଏଫ୍‌ଆଇ) ସ୍ଥାପନ ନେଇ ବିଚାର କରାଯାଇପାରେ। ପୂର୍ବତନ ଆର୍ଥତ୍କ ପରାମର୍ଶଦାତା ଅରବିନ୍ଦ ବିରମାନୀଙ୍କ କହିଛନ୍ତି, ବିତ୍ତୀୟ ନିଅଣ୍ଟ ବଢିବାକୁ ବିରୋଧ କରାଯାଇ ନ ପାରେ। ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ସୁଧାର ଏବଂ ପରୋକ୍ଷ ଟିକସ ଜିଏସ୍‌ଟିରେ ସରଳୀକରଣ ଆସିବା ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରି ପାରନ୍ତି।
ହିରାନନ୍ଦନ ଗ୍ରୁପର ଏମ୍‌ଡି ନିରଞ୍ଜନ ହିରାନନ୍ଦୀନି କହିଛନ୍ତି ଯେ, ବଜାରରେ ମୁଦ୍ରା ସଞ୍ଚାଳନ ଏବଂ ନଗଦ ବଢାଇବାକୁ ହେବ। ଏହା ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଧ୍ୟାନ ଦେବାକୁ ପଡିବ। ଅର୍ଥ ବ୍ୟବସ୍ଥାକୁ ଟ୍ରାକରେ ଆଣିବା ଦିଗରେ ସରକାରଙ୍କୁ ସୁନିଶ୍ଚିତ କରିବାକୁ ହେବ। ସେହିଭଳି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲର ଯୁଗ୍ମ ଏମ୍‌ଡି ଶେଷାଗିରି ରାଓ କହିଛନ୍ତି ଯେ, ମାନ୍ଦାବସ୍ଥାରୁ ବାହାରକୁ ଆସିବା ଲାଗି ଅତୀତରେ ବ୍ୟାଙ୍କଗୁଡିକୁ କମ୍ପାନୀ ଋଣ ମାଗିଛନ୍ତି। ଏବେ ସ୍ଥିତିରେ ପରିବର୍ତ୍ତନ ଆସିଛି। ବ୍ୟାଙ୍କଗୁଡିକର ସ୍ଥିତି ସମ୍ପୂର୍ଣ୍ଣ ବଦଳି ନ ଥିଲେ ମଧ୍ୟ ସେମାନେ ପ୍ରୋଭିଜନିଂ ଉପରେ ଧ୍ୟାନ ଦେଉଛନ୍ତି।
ବଜେଟରୁ ବିଭିନ୍ନ କ୍ଷେତ୍ରର ଆଶା
ପର୍ଯ୍ୟଟନ:-ଗତ ବଜେଟରେ ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ସରକାର ୧୩୭୮ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ଆଗାମୀ ବଜେଟରେ ଏହି କ୍ଷେତ୍ର ଅଧିକ ବ୍ୟୟ ବରାଦ ଆଶା କରୁଛି। ଗ୍ରୀନ ଟୁରିଜିମ ଏବଂ ଆଞ୍ଚଳିକ ମଲ୍ଟି ମୋଡାଲ ସଂଯୋଗ ଉପରେ ବିଚାର କରିବାକୁ ଶିଳ୍ପର ଦାବି ରହିଛି।
ସୂଚନା ପ୍ରଯୁକ୍ତି:- ବର୍ତ୍ତମାନ ଭାରତୀୟ ଆଇଟି ଏବଂ ଆଇଟିଇଏସ୍‌ ବାଣିଜ୍ୟ କାରବାର ୧୭୭ ବିଲିୟନ ଡଲାର ରହିଛି। ଏହି କ୍ଷେତ୍ରର ରପ୍ତାନିକୁ ପ୍ରୋତ୍ସାହିତ କରିବା ଲାଗି ସ୍ବତନ୍ତ୍ର ଅର୍ଥନୈତିକ ଜୋନ ସ୍ଥାପନ ଉପରେ ଶିଳ୍ପର ଦାବି ରହିଛି। ସେହିଭଳି ଅଧିକ ଗବେଷଣା ଏବଂ ଉନ୍ନତିକରଣ କେନ୍ଦ୍ର ସ୍ଥାପନ, ଫାର୍ମଗୁଡିକ ଲାଗି ଟିକସ ରିହାତି, ଆର୍ଟିଫିସିଆଲ ଇଣେଲିଜେନ୍ସ ଏବଂ ରୋବଟିକ୍ସର ପ୍ରୋତ୍ସାହନକୁ ଗୁରୁତ୍ୱ ଦେବାକୁ ଶିଳ୍ପ ଆଶାବାଦୀ ରହିଛି।
ବୟନ:- ଦେଶର ବୟନ ଶିଳ୍ପରେ ବର୍ତ୍ତମାନ ୪୫ ନିୟୁତ ଲୋକ ପ୍ରତ୍ୟକ୍ଷ ଭାବେ କାମ କରୁଛନ୍ତି। ଏହାର ଆନୁଷଙ୍ଗିକ କ୍ଷେତ୍ରରେ ୬୦ ନିୟୁତ ଲୋକ କାର୍ଯ୍ୟ କରୁଥିବା ଜଣାପଡିଛି। ଏହି କ୍ଷେତ୍ରରେ ରପ୍ତାନିକୁ ଅଧିକ ପ୍ରତିଦ୍ୱନ୍ଦ୍ୱି କରିବାକୁ ଶିଳ୍ପ ପକ୍ଷରୁ ମତ ରହିଛି। ପ୍ରମୁଖ ବଜାର ଗୁଡିକରେ ଟିକସ ମୁକ୍ତ ପ୍ରବେଶର ସୁବିଧା ହାସଲ ନେଇ ଏହି ଶିଳ୍ପ ଆଶାବାଦୀ ରହିଛି। ସେହିଭଳି ଏହି କ୍ଷେତ୍ରରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଲାଗୁ କରିଥିବା ଟିକସ କମାଇବାକୁ ଦାବି ହେଉଛି।
ଜେମସ ଆଣ୍ଡ ଜୁଏଲେରୀ;- ଦେଶର ମୋଟ ଜିଡିପିକୁ ଏହାର ଯୋଗଦାନ ୭%। ମର୍ଚାଣ୍ଡାଇଜ ରପ୍ତାନିରେ ଏହାର ଅଂଶ ୧୫%। ସୁନା ଆମଦାନୀ ଟିକସ କ୍ଷେତ୍ରରେ ରିହାତି, ଆର୍ଥତ୍କ ସେବାରେ ନୂଆ ଗୋଲ୍ଡ ମନିଟାଇଜେଶନ ଏବଂ ସେଭିଙ୍ଗସ ପ୍ରଡକ୍ଟ ଉପରେ ବିଚାର କରିବାକୁ କୁହାଯାଇଛି।
କୃଷି କ୍ଷେତ୍ର:- ୨୦୧୯-୨୦ରେ କୃଷି କ୍ଷେତ୍ରର ବିକାଶ ହାର ୨.୮% ରିହିବା ନେଇ ଅନୁମାନ କରାଯାଇଛି। ଏହା ୨୦୧୮-୧୯ରେ ୨.୯% ରହିଥିଲା। ଯୋଗାଣ କ୍ଷେତ୍ରରେ ଆସୁଥିବା ବିଭିନ୍ନ ସମସ୍ୟା ସମାଧାନ, ପୋକମରା ଉପରୁ ଜିଏସ୍‌ଟି ହ୍ରାସ ଭଳି ବିଭିନ୍ନ ଦାବି ଏହି ଶିଳ୍ପ ରଖିଛି।
ପୁଞ୍ଜି ବଜାର:- ଯଦି ସବୁକିଛି ଠିକ୍‌ ଚାଲେ ତେବେ ଦେଶର ପୁଞ୍ଜି ବଜାର ସୂଚକାଙ୍କ ୫୦ ହଜାର ପଏଣ୍ଟ ଛୁଇଁବା ନେଇ ସମ୍ଭାବନା ରହିଛି ବୋଲି କୁହାଯାଉଛି। ଏହି କ୍ଷେତ୍ରରେ ଲାଗୁ ହେଉଥିବା ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ସର ଉଚ୍ଛେଦ ସହ ଆୟକର ହ୍ରାସ ଉପରେ ଶିଳ୍ପର ଧ୍ୟାନ ରହିଛି।
ରିୟଲ ଇଷ୍ଟେଟ:- ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ସରକାର ୨୫ ହଜାର କୋଟି ଟଙ୍କାର ଅଲଟରନେଟିଭ ଇନଭେଷ୍ଟମେଣ୍ଟ ଫଣ୍ଡ ସମ୍ପର୍କରେ ଘୋଷଣା କରିଛନ୍ତି। ବନ୍ଦ ହୋଇ ପଡୁଥିବା ପ୍ରକଳ୍ପଗୁଡିକ ଲାଗି ଏହି ପାଣ୍ଠି କାମରେ ଆସିପାରିବ। ଆୟକର ଆଇନ ଧାରା ୪୩ସିଏ ସଂଶୋଧନ ନେଇ ଶିଳ୍ପ ପକ୍ଷରୁ ଦାବି ରଖାଯାଇଛି। ରେଣ୍ଟାଲ ହାଉସିଂର ଫୋକସ ଏବଂ ୨୦୨୨ ସୁଦ୍ଧା ସମସ୍ତଙ୍କ ଲାଗି ବାସଗୃହ ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ଦିଗରେ ସରକାର ଧ୍ୟାନ ଦିଅନ୍ତୁ ବୋଲି ଶିଳ୍ପ ପକ୍ଷରୁ ନିବେଦନ କରାଯାଇଛି।
ସ୍ବାସ୍ଥ୍ୟ ସେବା:- ଆୟୁଷ୍ମାନ ଭାରତ ଲାଗୁ ହେବା ପରେ ଏହା ମଧ୍ୟରେ ୬.୯ ନିୟୁତ ହସ୍ପିଟାଲ କେସ୍‌ ସାମ୍ନାକୁ ଆସିଛି। ଶିଶୁ ମୃତ୍ୟୁ ରୋକିବା , ସରକାରୀ ଚିକିତ୍ସା ବ୍ୟବସ୍ଥାର ସୁଧାର, ଭିତ୍ତିଭୂମିର ଉନ୍ନତି, ଫାର୍ମା କମ୍ପାନୀଗୁଡିକର ଗବେଷଣା ଏବଂ ଉନ୍ନତିକରଣ କ୍ଷେତ୍ରରେ ଟିକସ ପ୍ରୋତ୍ସାହନ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri