ଟ୍ରେନ୍‌ରେ ମିଳିବ ଓଡ଼ିଶା ଏସ୍‌ଏଚ୍‌ଜି ସାମଗ୍ରୀ: ଆଇଆର୍‌ସିଟିସି ସହ ଏମ୍‌ଓୟୁ କରିବ ଓର୍‌ମାସ୍‌

ଭୁବନେଶ୍ୱର,୯ା୧(ବ୍ୟୁରୋ): ଚାନ୍ଦୁଆ, ତାରକସିରୁ ଆରମ୍ଭ କରି ଟସର, ମାଣିଆବନ୍ଧ ପର୍ଯ୍ୟନ୍ତ। ଏଣିକି ସବୁକିଛି ମିଳିବ ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ରେ। ଓଡ଼ିଶା ମଧ୍ୟଦେଇ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକ ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତ ସହ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେଇପାରିବେ। ତାହା ପୁଣି ଓ୍ବାନ୍‌-କ୍ଲିକ୍‌ରେ। ଟ୍ରେନ୍‌ରେ ବସି ସ୍ଥାନୀୟ ଅଞ୍ଚଳର ସାମଗ୍ରୀ ଇଣ୍ଡିଆନ୍‌ ରେଲ୍‌ଓ୍ବେ କ୍ୟାଟରିଂ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଓ୍ବେବ୍‌ସାଇଟ୍‌ରେ ଅର୍ଡର କଲେ ଆଗାମୀ ଷ୍ଟେଶନରେ ତାହା ଯାତ୍ରୀଙ୍କୁ ମିଳିବ। ଓଡ଼ିଶାର ହସ୍ତଶିଳ୍ପୀ, ବୁଣାକାର ଏବଂ ସ୍ବୟଂ ସହାସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ସାମଗ୍ରୀ ବିପଣନର ସୁଯୋଗ ଯୋଗାଇଦେବାକୁ ଏଭଳି ଏକ ପଦକ୍ଷେପ ନେବାକୁ ଯାଉଛି ଓର୍‌ମାସ୍‌। ରାଜ୍ୟ ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା ଓର୍‌ମାସ୍‌ ପ୍ରଥମଥର ପାଇଁ ଆଇଆର୍‌ସିଟିସି ସହ ମିଶି ଓଡ଼ିଶାର ପାରମ୍ପରିକ ସାମଗ୍ରୀକୁ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ କରିବାକୁ ଯାଉଛି। ଏନେଇ ଖୁବ୍‌ଶୀଘ୍ର ଆଇଆର୍‌ସିଟିସି ଏବଂ ଓର୍‌ମାସ୍‌ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହେବ ବୋଲି ସୂଚନା ମିଳିଛି।
ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ପରେ ତୃତୀୟ ରାଜ୍ୟ ଭାବେ ଓଡ଼ିଶା ଆଇଆର୍‌ସିଟିସି ମାଧ୍ୟମରେ ପାରମ୍ପରିକ ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟସାମଗ୍ରୀ ବିକ୍ରି କରିବ। ଓର୍‌ମାସ୍‌ ଏବଂ ଆଇଆର୍‌ସିଟିସି ମଧ୍ୟରେ ଏମ୍‌ଓୟୁ ଦ୍ୱାରା ରାଜ୍ୟର ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଏବଂ ପ୍ରଡକ୍ସନ ଗ୍ରୁପ୍‌(ପିଜି)ଗୁଡ଼ିକ ଦ୍ୱାରା ପ୍ରସ୍ତୁତ ହାତ ତିଆରି ସାମଗ୍ରୀ ରେଳବିଭାଗ ଓ୍ବେବ୍‌ସାଇଟରେ ଉପଲବ୍ଧ ହେବ। ଆଇଆର୍‌ସିଟିସିର ଭେଣ୍ଡର ଲିଷ୍ଟରେ ସାମିଲ ହେବା ପରେ ଟ୍ରେନ୍‌ରେ ଯାଉଥିବା ଯାତ୍ରୀ ସେମାନଙ୍କ ସାମଗ୍ରୀ ଦେଖି ଅନ୍‌ଲାଇନ୍‌ରେ ଅର୍ଡର କରିପାରିବେ। ଅର୍ଡର ମିଳିବାର ତତ୍‌କ୍ଷଣାତ୍‌ ସମ୍ପୃକ୍ତ ଭେଣ୍ଡର୍‌ ନିଜ ଷ୍ଟେଶନରେ ଉକ୍ତ ସାମଗ୍ରୀ ଯାତ୍ରୀଙ୍କୁ ହସ୍ତାନ୍ତର କରିବେ। ଆଇଆର୍‌ସିଟିସି ମାଧ୍ୟମରେ ସବାଇ ଘାସ, ଗୋଲ୍‌ଡେନ୍‌ ଗ୍ରାସ, ଡୋକ୍ରା, ଟ୍ରାଇବାଲ ଜୁଏଲେରି ଭଳି ହସ୍ତଶିଳ୍ପ, କୋଟ୍‌ପାଡ଼, ବମକାଇ, ଟସର, ମାଣିଆବନ୍ଧ ଭଳି ହସ୍ତତନ୍ତ ଏବଂ ବାଲେଶ୍ୱର ଖଜା, ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଆଦିର ବିକ୍ରିବଟା କରାଯାଇପାରିବ। କାରିଗର ଏବଂ ଶିଳ୍ପୀମାନଙ୍କୁ ଇ-ମାର୍କେଟ ସହ ପରିଚିତ କରାଇବା ସହ ଏକ ବଡ଼ବଜାର ସୃଷ୍ଟିକରିବା ଲକ୍ଷ୍ୟରେ ଓର୍‌ମାସ୍‌ ଏହି ପଦକ୍ଷେପ ନେବାକୁ ଯାଉଥିବା ଓର୍‌ମାସ୍‌ ମାର୍କେଟିଂ ଯୁଗ୍ମ ସିଇଓ ସୁଜୟ କର ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଥିବାବେଳେ ଆଇଆର୍‌ସିଟିସି ଅଧିକାରୀମାନେ ଆମ କାରିଗରମାନଙ୍କୁ ସ୍ବତନ୍ତ୍ରଭାବେ ପ୍ରଶିକ୍ଷଣ ଦେଇଛନ୍ତି। ସେମାନେ ଠିକ୍‌ଭାବେ ଏ ବାବଦରେ ଅବଗତ ହେବାପରେ ଆମେ ଏମ୍‌ଓୟୁ ସ୍ବାକ୍ଷର କରିବୁୁ ବୋଲି କର କହିଛନ୍ତି।
ଏନେଇ ଆଇଆର୍‌ସିଟି ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ ଏବେ ଏସିଆ ମହାଦେଶରେ ସର୍ବାଧିକ ବ୍ୟବହୃତ ଓ୍ବେବ୍‌ସାଇଟ୍‌। ଏହି ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଡିଜିଟାଲ ମାର୍କେଟ୍‌ ସହ ପରିଚିତ ନ ଥିବା ଗ୍ରାମୀଣ କାରିଗର ଓ ବୁଣାକାରମାନଙ୍କୁ ଲାଭ ଦେବା ଆମର ପ୍ରାଥମିକତା। ଏହା ଦ୍ୱାରା ଦେଶର ପାରମ୍ପରିକ ସାମଗ୍ରୀକୁ ଏକ ଭଲ ପ୍ଲାଟଫର୍ମ ମିଳିବା ସହ ଶିଳ୍ପୀ ଏବଂ ଏସ୍‌ଏଚ୍‌ଜିମାନଙ୍କର ରୋଜଗାର ବଢ଼ିବ। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ଏବଂ ଅର୍ଥନୀତି ବ୍ୟାପକ ହେବ। ଏବେ ଆମେ ଖାଦ୍ୟ ସାମଗ୍ରୀ ଉପରେ ଅଧିକ ଫୋକସ୍‌ କରୁଛୁ। ଧୀରେ ଧୀରେ ହସ୍ତଶିଳ୍ପ, ହସ୍ତତନ୍ତକୁ ଗୁରୁତ୍ୱ ଦେବୁ। ପଶ୍ଚିମବଙ୍ଗ, ମହାରାଷ୍ଟ୍ରରୁ ଆମକୁ ଭଲ ରେସ୍‌ପନ୍ସ ମିଳିଛି। ତେଣୁ ଓଡ଼ିଶାକୁ ବି ସଫଳତା ମିଳିବ ବୋଲି ଆଶା କରୁଛୁ ବୋଲି ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri