‘ଧାନର ଏନ୍ତୁଡ଼ି ଶାଳ ଓଡ଼ିଶାର ମାଟି’

ବାଲେଶ୍ୱର ଅଫିସ,୫।୧-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆପାଢ଼ୀ ସ୍ଥିତ ନୂତନ ପରିସରରେ ସ୍ନାତକୋତ୍ତର ପରିଷଦ ତରଫରୁ ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟ, ପନିପରିବାର ଉପାଦେୟତା ଏବଂ ଏହାର ସଂରକ୍ଷଣ ଜନିତ ସଚେତନତା ଉପରେ ଶନିବାର ‘ଏକ୍ସଟ୍ରା ମୁରାଲ ବକ୍ତୃତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପରିବେଶବିତ୍‌, ସାମାଜିକ କର୍ମୀ, ‘ନବଦାନିଆ’ର ସଂସ୍ଥାପକ ଡ. ବନ୍ଦନା ଶିବା ଏଥିରେ ଯୋଗଦେଇ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏକଦା ବିଂଶ ଶତାବ୍ଦୀ ପ୍ରାରମ୍ଭରେ ପ୍ରଖ୍ୟାତ ଋଷ ବୈଜ୍ଞାନିକ ନିକୋଲାଇ ଭାଭିଲୋଭ ପୃଥିବୀରେ ଚାଷ କରାଯାଉଥିବା ବିଭିନ୍ନ ଗଛର ଉପତ୍ତ୍ତି ସମ୍ବନ୍ଧରେ ଗବେଷଣା କରିଥିଲେ। ସେ ଦର୍ଶାଇଥିଲେ, ‘ଓଡ଼ିଶା ମାଟି ହେଉଛି ଧାନର ଏନ୍ତୁଡ଼ି ଶାଳ।’ ଏଠାରେ ବିଭିନ୍ନ ପ୍ରଜାତିର ଧାନ ଚାଷ କରାଯାଉଥିଲା। ଆଜିର ଦିନରେ ଚାଷୀ ଅଧିକ ଅମଳକ୍ଷମ କିସମର ଧାନ ଚାଷ କରୁଥିବାରୁ ବହୁ ଉନ୍ନତଗୁଣ ସମ୍ପନ୍ନ ପ୍ରଜାତିର ବିଲୁପ୍ତି ଘଟିଲାଣି। ଅଧିକ ଅମଳକ୍ଷମ ପ୍ରଜାତି ଧାନ ଚାଷ ପାଇଁ ଜମିରେ ଅଧିକମାତ୍ରାରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରାଯାଉଥିବାରୁ ଏହା ମାଟିର ପ୍ରାକୃତିକ ଉର୍ବରତାକୁ ନଷ୍ଟ କରୁଛି। ଏଥି ସହିତ ଉପତ୍ାଦିତ ଖାଦ୍ୟଶସ୍ୟ ଖାଇ ଆମେ ବିଭିନ୍ନ ରୋଗରେ ପୀଡ଼ିତ ହେଉଛୁ। ଏଥିରୁ ପ୍ରମାଣିତ ହୋଇସାରିଛି ଯେ, ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟ ଓ ପନିପରିବାର ପୌଷ୍ଟିକଗୁଣ ଓ ରୋଗ ପ୍ରତିଷେଧକ କ୍ଷମତା ଅଧିକ ଅମଳକ୍ଷମ ପ୍ରଜାତି ଠାରୁ ଯଥେଷ୍ଟ ବେଶୀ। ତେଣୁ ବର୍ତ୍ତମାନ ସମୟରେ ଆମେ ସମସ୍ତେ ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟ ତଥା ପନିପରିବାର ସଂରକ୍ଷଣ ସମ୍ବନ୍ଧରେ ପ୍ରଯନତ୍ କରିବା ଆବଶ୍ୟକ। ବାଲେଶ୍ୱରରେ ନିଜ ପ୍ରଚେଷ୍ଟାରେ ସ୍ବଦେଶୀ ପ୍ରଜାତିର ବିଭିନ୍ନ କିସମର ଧାନର ଏକ ସଂରକ୍ଷଣାଗାର କରିଥିବା ପରିବେଶବିତ୍‌ ଡ. ଅଶୋକ କୁମାର ପାଣିଗ୍ରାହୀଙ୍କୁ ସେ ପ୍ରଶଂସା କରିଥିଲେ। ପ୍ୟାଟେଣ୍ଟ ଫାଇଲିଂ ଓ ବୌଦ୍ଧିକ ସମ୍ପଦର ଅଧିକାର ସମ୍ବନ୍ଧରେ ତାଙ୍କ ଅନୁଭୂତି ଉପରେ ଡ. ଶିବା ମଧ୍ୟ ଆଲୋକପାତ କରିଥିଲେ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ସ୍ବଦେଶୀ ପ୍ରଜାତିର ଧାନ ଓ ବିଭିନ୍ନ ପନିପରିବା କ୍ରମେ ବିଲୁପ୍ତ ହେଉଥିବା ବେଳେ ସମାଜରେ ପରମ୍ପରା ଓ ସାଂସ୍କୃତିକ ଅବକ୍ଷୟ ଘଟୁଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟର ସୁରକ୍ଷା ସହିତ ଆମ ପରିବେଶ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ସେ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ ସ୍ବାଗତ ଭାଷଣ ଦେଇ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ବିଷ୍ଣୁ ପ୍ରସାଦ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସ୍ଥିତ ଅତିଥିମାନେ ମଧ୍ୟ ଜୈବିକ ସମ୍ପଦର ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା ଡ. ରାଜଶ୍ରୀ ଦତ୍ତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri