Posted inଜାତୀୟ

ସହଜ ନୁହେଁ ୫% ଜିଡିପି: ୨୦୨୦ରେ ଭାରତକୁ ସଂଘର୍ଷ କରିବାକୁ ପଡ଼ିବ

ନୂଆଦିଲ୍ଲୀ,୨ା୧: ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫% ଖସିଛି। ମାନ୍ଦାବସ୍ଥା ଯୋଗୁ ବିକାଶ ହାର ନିମ୍ନଗାମୀ ହେଉଛି। ଏଭଳି ସ୍ଥଳେ ୫% ଜିଡିପି ଅଭିବୃଦ୍ଧି ହାସଲ କରିବା ମଧ୍ୟ କଷ୍ଟକର ହେବ। ଏଥିଲାଗି ୨୦୨୦ରେ ଭାରତକୁ ସଂଘର୍ଷ କରିବାକୁ ପଡିବ ବୋଲି ଆମେରିକୀୟ ଅର୍ଥନୀତିଜ୍ଞ ଷ୍ଟିଭ ହାଙ୍କେ ବୁଧବାର କହିଛନ୍ତି। ଗତକିଛି ତ୍ରୈମାସ ଧରି ଜିଡିପିରେ ହ୍ରାସ ଧାରା ଲାଗି ରହିଛି। ଏହା ସହ ଋଣ ଯୋଗାଣ ଧାରା ମଧ୍ୟ କମ୍‌ ହେଉଥିବା ନଜରକୁ ଆସିଛି। ଏହାକୁ ଏକ ଚକ୍ରୀୟ ସମସ୍ୟା ଭାବେ ହାଙ୍କେ ଅଭିହିତ କରିଛନ୍ତି। ଆମେରିକାର ଜନ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟରେ ଆପ୍ଲାଏଡ ଇକୋନୋମିକ୍ସ ବିଭାଗରେ ହାଙ୍କେ ବର୍ତ୍ତମାନ ଶିକ୍ଷାଦାନ କରୁଛନ୍ତି।
ସେ କହିଛନ୍ତି ଯେ, ଭାରତରେ ଋଣ ଯୋଗାଣ କ୍ଷେତ୍ରରେ ନିରନ୍ତରତା ଦେଖାଯାଇ ନାହିଁ। ଗୋଟିଏ ସମୟରେ ଏହା ଅଧିକ ରହିଥିବା ବେଳେ ବର୍ତ୍ତମାନ ଏଥିରେ ପାର୍ଥକ୍ୟ ପରିଲକ୍ଷିତ ହୋଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଅତି ମାତ୍ରାରେ ପ୍ରଦାନ କରିଥିବା ଋଣ ଏବେ ଅନାଦାୟ ଋଣ(ଏନ୍‌ପିଏ)ରେ ରୂପାନ୍ତରିତ ହୋଇଛି। ଏହା ସହ ଭାରତରେ ମାନ୍ଦାବସ୍ଥା ଋଣ ଯୋଗାଣରେ ଆସିଥିବା ସଙ୍କୁଚିତ ସ୍ଥିତି ସହ ସାମଞ୍ଜସ୍ୟ ରଖୁଛି। ଋଣ ଯୋଗାଣ କମିବା ଏକ ଚକ୍ରୀୟ ସମସ୍ୟା। ଏହା ଢାଞ୍ଚାଗତ ନୁହେଁ। ଏସବୁ ବିଭିନ୍ନ ପ୍ରସଙ୍ଗକୁ ବିଚାର କରିଲେ ଭାରତକୁ ୫% ବିକାଶ ହାର ହାସଲ କରିବାକୁ ହେଲେ ୨୦୨୦ରେ ସଂଘର୍ଷ କରିବାକୁ ହେବ ବୋଲି ଏକ ସାକ୍ଷାତ୍‌କାରରେ ସେ ମତ ରଖିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ବର୍ତ୍ତମାନ ଏକ ଉଚ୍ଚ ସଂରକ୍ଷଣବାଦୀ ରାଷ୍ଟ୍ର ହୋଇଯାଇଛି। ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥନୀତିଙ୍କ ମଧ୍ୟରୁ ଦ୍ରୁତ ଜିଡିପି ବିକାଶ ହେଉଥିବା ରାଷ୍ଟ୍ର ମଧ୍ୟରେ ଏହା ନିଜକୁ ସାମିଲ କରିପାରିଛି। ଏହା ସତ୍ତ୍ୱେ ଭାରତର ବିକାଶ ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସି ଆସିଛି। ଚାହିଦା କମିବା, ନିବେଶରେ ହ୍ରାସ, ନିଯୁକ୍ତି ସୃଷ୍ଟି ନ ହେବା ଏବଂ ଗ୍ରାମାଞ୍ଚଳ ପରିବାରଗୁଡିକର ରୋଜଗାର କମିବା ଯୋଗୁ ଆର୍ଥତ୍କ ସମସ୍ୟା ଦେଖାଯାଇଥିବା ସେ ମତପ୍ରକାଶ କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ହାଙ୍କେ କାର୍ଯ୍ୟକରିଛନ୍ତି।
ଭାରତର ଅର୍ଥନୈତିକ ସଂସ୍କାର ଉପରେ ସେ ମତ ଦେଇ କହିଛନ୍ତି, ମୋଦି ସରକାର ବୃହତ ଅର୍ଥନୈତିକ ସଂସ୍କାର ଆଣିବା ଦିଗରେ ବିଫଳ ହୋଇଛନ୍ତି। ଦୃଢ ଏବଂ ଆବଶ୍ୟକୀୟ ସଂସ୍କାର ଆଣିବା ଦିଗରେ ସରକାରଙ୍କର ଏତେଟା ଆଗ୍ରହ ନାହିଁ। ଧର୍ମ ଏବଂ ବିଭିନ୍ନ ସଂସ୍କୃତି ମଧ୍ୟରେ ଅସ୍ଥିରତା ସୃଷ୍ଟି ଉପରେ ସରକାର ଏବେ ଫୋକସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଏବେ ବିଶ୍ୱର ସର୍ବବୃହତ୍‌ ପୋଲିସ ରାଷ୍ଟ୍ର ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri