ଭାଜପା ରାଜ୍ୟ ସଭାପତି ଚୟନ ପ୍ରସଙ୍ଗ:ଗୋଟିଏ ନାମରେ ସହମତି ଲାଗି ପ୍ରଚେଷ୍ଟା

ଭୁବନେଶ୍ୱର, ୧-୧(ବ୍ୟୁରୋ):ଭାଜପାର ସାଙ୍ଗଠନିକ ନିର୍ବାଚନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି। ମଣ୍ଡଳ ସଭାପତି ଚୟନଠାରୁ ଆରମ୍ଭ କରି ଜିଲା ସଭାପତି ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବାକୁ ବସିଛି। ଏହାସହ ରାଜ୍ୟ ପରିଷଦ ସଦସ୍ୟ ମଧ୍ୟ ଚୟନ ସରିଛି। ଜିଲା ସଭାପତି ଏବଂ ରାଜ୍ୟ ପରିଷଦ ତାଲିକା ଗତ ରବିବାର କେନ୍ଦ୍ରକୁ ପଠାଯିବା ପରେ ୭ଦିନ ମଧ୍ୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍‌ ଓଡିଶା ଆସିବାର କାର୍ଯ୍ୟକ୍ରମ ଥିଲା। ଦଳର କିଏ ରାଜ୍ୟ ମଙ୍ଗ ଧରିବ ସେନେଇ ପର୍ଯ୍ୟବେକ୍ଷକ ମତାମତ ସଂଗ୍ରହ ସକାଶେ ଆସିଥିଲେ। ଏଥିପାଇଁ କେନ୍ଦ୍ରରୁ ରାଜ୍ୟ ସଭା ଏମ୍‌ପି ବୀନୟ ସହସ୍ରବୁଦ୍ଧେ ଏବଂ ଭାଜପା ସର୍ବଭାରତୀୟ ସମ୍ପାଦକ ଆର୍‌ପି ସିଂ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଦୁଇ ପର୍ଯ୍ୟବେକ୍ଷକ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ବହୁ ବରିଷ୍ଠ ନେତା, ପଦାଧିକାରୀ ଏବଂ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ଆଲୋଚନା କରି ଫେରିଛନ୍ତି। ତେବେ ଦଳର ସଭାପତି ପଦ ପାଇଁ କାହା ନାଁରେ ମୋହର ବାଜିବ ତାକୁ ନେଇ ଜୋର୍‌ଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ସଭାପତି ପଦ ପାଇଁ ଗୋଟିଏ ନାଁ ଉପରେ ସମସ୍ତ ନେତାଙ୍କ ସହମତି କିପରି ପ୍ରକାଶ ପାଇବ ସେଦିଗରେ ଦୁଇ ପର୍ଯ୍ୟବେକ୍ଷକ ଗୁରୁତ୍ୱ ଦେଇଥିବା ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ହେଲେ ବୈଠକରେ ୩ ନେତାଙ୍କ ନାଁକୁ ନେଇ ବିଶେଷ ମତ ପ୍ରକାଶ ପାଇଛି। ଗୋଟିଏ ନାଁ ଉପରେ ସମସ୍ତଙ୍କ ସହମତି ଯୋଗାଡ଼ କରିବାରେ ଦୁଇ ପର୍ଯ୍ୟବେକ୍ଷକ ବିଫଳ ହୋଇ ଫେରିଛନ୍ତି। ହେଲେ ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ଦିଲ୍ଲୀରେ ପହଞ୍ଚିବାପରେ କାହା ଚାପରେ ନିର୍ଦ୍ଦିଷ୍ଟ ଗୋଟିଏ ଗୋଷ୍ଠୀର ଜଣେ ସମର୍ଥକଙ୍କୁ ସଭାପତି ଆସନରେ ବସାଯିବ ନା ମତ ପ୍ରକାଶ ପାଇଥିବା ୩ ନାଁ ଉପରେ ପୁନର୍ବାର ବିଚାର କରାଯିବ ସେନେଇ କିଛି ଜଣାପଡୁନାହିଁ। ଯଦି ପ୍ରକୃତରେ କେନ୍ଦ୍ରୀୟ ନେତୃତ୍ୱ କାହା ଚାପରେ ବସିଭୂତ ନ ହୋଇ ସବୁ ଆଶାୟୀଙ୍କୁ ବିଚାରକୁ ନିଅନ୍ତି ତେବେ ଆଉଥରେ ପର୍ଯ୍ୟବେକ୍ଷକମାନେ ରାଜ୍ୟ ଗସ୍ତରେ ଆସିବା ନିଶ୍ଚିତ। ଅନ୍ୟପକ୍ଷରେ ରାଜ୍ୟରେ ଦଳର କେତେ ଅସନ୍ତୋଷ ଗୋଷ୍ଠୀ ରହିଛନ୍ତି ତାର ମଧ୍ୟ ତାଲିକା ସଂଗ୍ରହ କରାଯାଇଛି। ଶେଷରେ ଉତ୍କଳ ବିପନ୍ନ ସହାୟତା ସମିତି କେନ୍ଦ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ଏଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟକର୍ତ୍ତାମାନଙ୍କ ମତାମତ ଲୋଡାଯାଇଛି ବୋଲି ମଧ୍ୟ ଅନେକାଂଶରେ ଆଲୋଚନା ହେଉଛି। ଦଳର ରାଜ୍ୟ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି, ସହମତି ଭିତ୍ତିରେ ରାଜ୍ୟ ସଭାପତି ଚୟନର ପରମ୍ପରା ରହିଆସିଛି। ଯୋଗ୍ୟତା, ଦକ୍ଷତା, ପାରଦର୍ଶିତା, ଗ୍ରହଣିୟତା ରାଜ୍ୟ ସଭାପତି ଚୟନର ମୁଖ୍ୟ ମାପକାଠି ହେବ ବୋଲି ଷଡଙ୍ଗୀ କହିଛନ୍ତି। ତେବେ ଏଥର ଭାଜପା ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ଦଳ ହେବାପରେ ଦଳର ମୁଖ୍ୟ ପଦବୀ ଲାଗି ଆଶାୟୀଙ୍କ ସଂଖ୍ୟା ବଢିଯାଇଛି। ଏସବୁ ମଧ୍ୟରେ ଜଣେ ରାଜ୍ୟ ନେତାଙ୍କ କହିବାନୁଯାୟୀ ଆସନ୍ତା ୫ଦିନ ମଧ୍ୟରେ ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri