କପିଳାସ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ: ଅଭିଜ୍ଞତାର ବନ୍ଧନ କଥା ‘ଚରନ୍‌ ଏ ସୋମୋୟେ’

ଢେଙ୍କାନାଳ ଅଫିସ,୩୦ା୧୨ – ଢେଙ୍କାନାଳ କଳାପରିଷଦ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମସ୍ଥିତ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ୫ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ କଲିକତାର ବିଭବ ନାଟ୍ୟ ଏକାଡେମୀ କଳାକାରମାନଙ୍କ ଦ୍ୱାରା ବଙ୍ଗଳା ନାଟକ ‘ଚରନ୍‌ ଏ ସୋମୋୟେ’ ମଞ୍ଚସ୍ଥ ହୋଇଥିଲା। ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରସିଦ୍ଧ କାହାଣୀ ଖୋକା ବାବୁର ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରସ୍ତୁତ ନାଟକ ‘ଚରନ୍‌ ଏ ସୋମୋୟେ’ର ରାଜା ବାନାର୍ଜୀ ନିର୍ଦ୍ଦେଶନା ଦେଇଥିଲେ। ନାଟକର କାହାଣୀ ଏହିପରି, ଜଣେ ଅସହାୟ ବୃଦ୍ଧ ରାସ୍ତାରେ ଲୋକମାନଙ୍କ ଦ୍ୱାରା ଉପହାସିତ ହେଉଥିବା ଦେଖି ବାରିଷ୍ଟର ଫାଲୁଚରଣ ମହାପାତ୍ର ତାଙ୍କୁ ଉଦ୍ଧାର କରି ନିଜ ଘରକୁ ନେଇଆସନ୍ତି। ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କର ନବଜାତ ସନ୍ତାନର ଲାଳନପାଳନରେ ସହାୟକ ହେବେ ବୋଲି ଫାଲୁଚରଣ ଭାବିଥିଲେ। କାରଣ ଫାଲୁଚରଣଙ୍କ ଭୟଥିଲା, ତାଙ୍କ ଚାକିରିଆ ସ୍ତ୍ରୀ ପ୍ରସୂତିକାଳୀନ ଛୁଟିରେ ଥିବାରୁ କାଳେ ଲାଳନପାଳନ ପାଇଁ ଅଧିକ ସମୟ ଦେଲେ ନିଜ ଚାକିରି ହରାଇବେ। ଅନ୍ୟପଟରେ ଅତ୍ୟଧିକ ବୃଦ୍ଧ ଲୋକଟିକୁ ସ୍ବାମୀ ଘରକୁ ଆଣିଥିବା ଦେଖି ଫାଲୁଚରଣଙ୍କ ସ୍ତ୍ରୀ ଦୀପିକା ଆତଙ୍କିତ ହୋଇପଡନ୍ତି। ବୃଦ୍ଧ ଜଣକ ତାଙ୍କ ନବଜାତ ଶିଶିଟିକୁ ଠିକ୍‌ ଭାବେ ଲାଳନପାଳନ କରିପାରିବନି ବୋଲି ଦୀପିକା ଭୟ କରୁଥିଲେ। କିନ୍ତୁ ସମ୍ପୃକ୍ତ ବୃଦ୍ଧ ତାଙ୍କ ଅଭିଜ୍ଞତା ବଳରେ ନବଜାତ ଶିଶୁଟିକୁ ଖୁବ ସୁନ୍ଦର ଭାବରେ ଲାଳନପାଳନ କରିଥିଲେ। ଫଳରେ ଫୁଲୁଚରଣ ଓ ଦୀପିକା ତାଙ୍କୁ ଭଲ ପାଇବାରେ ଲାଗିଲେ। ଦିନେ ବୃଦ୍ଧ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଲାବେଳେ ଫାଲୁଚରଣ ହଠାତ୍‌ ଜାଣିବାକୁ ପାଇଲେ ସେହି ବୃଦ୍ଧବ୍ୟକ୍ତି ଜଣକ ତାଙ୍କ ପିତା ପୂର୍ବତନ ଜମିଦାର ରାଇଚରଣ। ବୃଦ୍ଧ ଜଣକ ମଧ୍ୟ ଏକଥା ଜାଣିବା ପରେ ବିସ୍ମିତ ହୋଇପଡନ୍ତି। ଘଟଣା ଜାଣିବା ପରେ ଫାଲୁଚରଣଙ୍କ ସ୍ତ୍ରୀ ଦୀପିକା ରାଇଚରଣଙ୍କୁ ଶ୍ୱଶୁର ଭାବେ ସମ୍ମାନ ଦେଇ ଆପଣେଇ ନିଅନ୍ତି। ଏହାହିଁ ନାଟକ ‘ଚରନ୍‌ ଏ ସୋମୋୟେ’ର କାହାଣୀ। ଏଥିରେ ଅଭିନୟ କରିଥିବା କଳାକାରମାନେ ହେଲେ ରାଜା ବାନାର୍ଜୀ, ସର୍ବାଣୀ ବାନାର୍ଜୀ, ତରକ ଦାସ, ନିର୍ମଲ ମିର୍ଦ୍ଧା, ନାଣ୍ଟୁ ପଲ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ସେନଗୁପ୍ତା। ଆଲୋକ ସଜାଇଥିଲେ ଦେବାଶିଷ ଚକ୍ରବର୍ତ୍ତୀ। ନିର୍ମନ ମିର୍ଦ୍ଧା ମଞ୍ଚସଜ୍ଜା, ବିପ୍ଲବ ମୁଖାର୍ଜୀ ମେକ୍‌ଅପ୍‌, ଅରୁଣ କୁମାର ଚୌଧୁରୀ ପୋଷାକ ସାଜସଜ୍ଜା କରିଥିଲେ। ପ୍ରାରମ୍ଭରେ ଆୟୋଜିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ମହେଶ ସାହୁ, ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଅଟଳ ବିହାରୀ ଦାସ ଯୋଗଦେଇ ବିଶିଷ୍ଟ ନାଟ୍ୟକାର ନିତ୍ୟାନନ୍ଦ ଦାସଙ୍କୁ ରାଜ୍ୟସ୍ତରୀୟ କଳାପରିଷଦ ସମ୍ମାନ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ଉନ୍ମୋଚିତ ହୋଇଥିଲା। କଳାପରିଷଦ ସଭାପତି ଦିଲ୍ଲୀଶ୍ୱର ମହାରଣା ସଭାପତିତ୍ୱ କରିଥିଲେ। ସମ୍ପାଦକ ଜୟନ୍ତ ବର୍ମା ଧନ୍ୟବାଦ ପ୍ରଦାନ କରିଥିଲେ। ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶତ୍ରୁଘ୍ନ ମାଟି, ଇନ୍ଦ୍ରମଣି ବେହେରା, ବିନୋଦ ମହାନ୍ତି, ଅମ୍ବିକା ପ୍ରସାଦ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri