ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୪୬.୧୮%

ଭୁବନେଶ୍ୱର,୧।୬(ବ୍ୟୁରୋ) – ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୦୯ ପଏଣ୍ଟ ଥିଲା। ଏହା ଏପ୍ରିଲରେ ୩ ପଏଣ୍ଟ ବୃଦ୍ଧି ଘଟି ୩୧୨ ପଏଣ୍ଟ ହୋଇଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୨୮ ପଏଣ୍ଟ ଥିଲା। ଏଥିରେ ୪ ପଏଣ୍ଟ ବଢି ୩୩୨ ପଏଣ୍ଟ ହୋଇଛି। ରାଉରକେଲାରେ ଏହା ୩୦୯ ପଏଣ୍ଟ ଥିବା ବେଳେ ଏଥିରେ ୭ ପଏଣ୍ଟ ବୃଦ୍ଧି ଘଟି ୩୧୬ ପଏଣ୍ଟ ଛୁଇଁଛି। ଜୁନରେ ରିଜର୍ଭ ବ୍ୟାଙ୍କର ବାର୍ଷିକ କ୍ଲୋଜିଂ ପାଇଁ କୌଣସି ମହଙ୍ଗା ଭତ୍ତାରେ କୌଣସି ପରିବର୍ତ୍ତନ ହୁଏ ନାହିଁ।
ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ବର୍ତ୍ତମାନ ୧୪୧.୪% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୪.୭୮% ବଢିି ୧୪୬.୧୮% ହୋଇଛି। ଏମାନେ ଏହି ବର୍ଦ୍ଧିତ ଡିଏ ଜୁଲାଇ ପହିଲାରୁ ପାଇବେ। ଅବସରପ୍ରାପ୍ତ ଓ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ୧୨% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୪% ବୃଦ୍ଧି ଘଟି ୧୬% ହୋଇଛି। ଏମାନେ ୨୦୧୯ ଜୁଲାଇ ପହିଲାରୁ ଏହି ବର୍ଦ୍ଧିତ ଡିଏ ପାଇବେ। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର, ଡେପୁଟି ଗଭର୍ନର, ସମସ୍ତ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଏବଂ ମହୀଶୂର ଓ ଶାଳବଣି ନୋଟ୍‌ ଛାପା କାରଖାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ସମସ୍ତ ବ୍ୟାଙ୍କର ସିଏମ୍‌ଡିମାନେ ମଧ୍ୟ ୧୬% ମହଙ୍ଗା ଭତ୍ତା ପାଇବେ। ଏହା ଜୁଲାଇ ପହିଲାରୁ ଲାଗୁ ହେବ। ଜାନୁୟାରୀ ୮ ଏବଂ ୯ରେ ସିଜିଏମ୍‌ଙ୍କଠାରୁ ମେସେଞ୍ଜରଙ୍କ ପର୍ଯ୍ୟନ୍ତ ଯେଉଁ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରିଥିଲେ ସେମାନେ ବର୍ତ୍ତମାନ ୬୪.୫% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୨.୫% ବୃଦ୍ଧି ଘଟି ୬୭% ହୋଇଛି। ଅଗଷ୍ଟ ପହିଲାରୁ ଏହା ଲାଗୁ ହେବ।
ଓଡ଼ିଶାରେ ୩ ଲକ୍ଷ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଓ କର୍ମଚାରୀ ୧୯୮୨ରୁ ପେନସନ୍‌ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରି ଆସୁଛନ୍ତି। ଜାନୁୟାରୀ ୨୧ରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଏମାନେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଶୁକ୍ରବାର ବିଭିନ୍ନ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି। ବୀମା କର୍ମଚାରୀମାନେ ବର୍ତ୍ତମାନ ୫୭.୮% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ମଧ୍ୟ ଡିଏରେ ୨.୫% ବୃଦ୍ଧି ଘଟି ୬୦.୩% ହୋଇଛି। ଏହି ବର୍ଦ୍ଧିତ ଡିଏ ଅଗଷ୍ଟ ପହିଲାରୁ ସେମାନେ ପାଇବେ।
ସେପ୍ଟେମ୍ବର ୪ ଏବଂ ୫ ଦୁଇ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ପେନ୍‌ସନ ଏବଂ ପେନ୍‌ସନ ସଂଶୋଧନ ପାଇଁ ଯେଉଁ ଧର୍ମଘଟ ଡାକରା ଦେଇଥିଲେ ତାହା ସ୍ଥଗିତ ରହିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୧ ହଜାର ଅବସରପ୍ରାପ୍ତ ରିଜର୍ଭ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀଙ୍କର ପେନଶନ ସଂଶୋଧନ କରାଯାଇଛି। ପ୍ରାୟ ୩,୦୦୦ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀ ପେନ୍‌ସନକୁ ଅପେକ୍ଷା କରିଛନ୍ତି। ଜୁନ ୩ରେ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀଙ୍କ ମାସିକ ସଭାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri