Odisha Elections 2024

କନ୍ଧମାଳରେ ଖୋଲିବ ‘କିସ୍‌’ର ଶାଖା:‘କିସ୍‌’ ଓ ‘ଏମ୍‌ଡିଏଚ୍‌’ ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):କନ୍ଧମାଳ ଜିଲା ଫୁଲବାଣୀ ସହରରେ ଖୁବ୍‌ଶୀଘ୍ର କିସ୍‌ର ଏକ ଶାଖା ଖୋଲିବାକୁ ଯାଉଛି। ଭାରତର ଲୋକପ୍ରିୟ ମସଲା ଉତ୍ପାଦନକାରୀ କମ୍ପାନୀ ଏମ୍‌ଡିଏଚ୍‌ ଓ କିସ୍‌ ସହଯୋଗରେ ଏହି ନୂତନ ଶାଖା ଖୋଲାଯିବ। ଗୁରୁବାର ଏନେଇ ନୂଆଦିଲ୍ଲୀରେ କିସ୍‌ ଓ ଏମ୍‌ଡିଏଚ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କିସ୍‌ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଥିବାବେଳେ ଏମ୍‌ଡିଏଚ୍‌ ମସଲା ପକ୍ଷରୁ ଏହାର ଅଧ୍ୟକ୍ଷ ପଦ୍ମଭୂଷଣ ମହାଶୟ ଧର୍ମପାଳ ଗୁଲାଟୀ ଏଥିରେ ସ୍ବାକ୍ଷର କରିଥିଲେ। ବୁଝାମଣା ଅନୁସାରେ, କନ୍ଧମାଳ-କିସ୍‌ ପାଇଁ ଏମ୍‌ଡିଏଚ୍‌ ପକ୍ଷରୁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅଚ୍ୟୁତ ସାମନ୍ତ ଏନେଇ ପୂର୍ବରୁ ଗୁଲାଟୀଙ୍କୁ ଅନୁରୋଧ କରିଥିଲେ। ସାମନ୍ତଙ୍କ ଅନୁରୋଧ କ୍ରମେ ଗୁଲାଟୀ ଏଥିରେ ସମ୍ମତି ପ୍ରକାଶ କରିବା ପରେ ଗୁରୁବାର ନୂଆଦିଲ୍ଲୀସ୍ଥିତ ଏମ୍‌ଡିଏଚ୍‌ କାର୍ଯ୍ୟାଳୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।
ଏହି ଅବସରରେ ଅଚ୍ୟୁତ ଗୁଲାଟୀଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି, କନ୍ଧମାଳ-କିସ୍‌ରେ ଜିଲାର ୩ରୁ ୪ହଜାର ଗରିବ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟବସ୍ଥା କରାଯିବ। ଏନେଇ ଜମି କ୍ରୟ ସରିଛି। ଏକବର୍ଷ ମଧ୍ୟରେ ଗୃହ ନିର୍ମାଣ ସରିବା ପରେ ଛାତ୍ରୀଛାତ୍ରଙ୍କୁ ନିଆଯିବ। ଏହାସହ ଏମ୍‌ଡିଏଚ୍‌ ପକ୍ଷରୁ ଏଠାରେ ଶହେ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ୍‌ ମଧ୍ୟ ଖୋଲାଯିବ। ଜିଲାରେ ଶିକ୍ଷା ଓ ସ୍ବାସ୍ଥ୍ୟର କିପରି ବିକାଶ ହୋଇପାରିବ ସେ ଦିଗରେ ବ୍ୟକ୍ତିଗତ ଭାବେ ମୁଁ ମଧ୍ୟ ଚେଷ୍ଟା କରୁଛି ବୋଲି ସାମନ୍ତ କହିଛନ୍ତି। ସାମନ୍ତଙ୍କ ଅନୁରୋଧରେ ସନ୍ତୋଷ ବ୍ୟକ୍ତ କରି କନ୍ଧମାଳର ୩ଟି ସ୍ଥାନରେ ଏମ୍‌ଡିଏଚ୍‌ ମସଲାର ୩ଗୋଟି ୟୁନିଟ୍‌ ଖୋଲିବା ସହ ସ୍କୁଲ ଓ ଡାକ୍ତରଖାନା ପ୍ରତିଷ୍ଠା ନେଇ ଗୁଲାଟୀ ସମ୍ମତି ଜଣାଇଥିଲେ। ଏହାବ୍ୟତୀତ ଦାରିଙ୍ଗବାଡ଼ିରେ ୧୦୦ କୋଠରି ବିଶିଷ୍ଟ ଏକ ହୋଟେଲ ତଥା ରିସର୍ଟ ଖୋଲିବା ପାଇଁ ଏମ୍‌ଡିଏଚ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା କନ୍ଧମାଳ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଘଟିପାରିବ ବୋଲି ସାମନ୍ତ କହିଛନ୍ତି। ଏନେଇ ଏମ୍‌ଡିଏଚ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି। ଏହି ଅବସରରେ ଗୁଲାଟୀ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଦେଶରେ ବିଶେଷକରି ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଯେତେ ଅଧିକରୁ ଅଧିକ କାର୍ଯ୍ୟ କରାଯାଇପାରେ ତାହା କରାଯିବା ଉଚିତ। ଏହା ପୂର୍ବରୁ ସେ ଭାରତର ବିଭିନ୍ନ ସ୍ଥାନରେ ସ୍କୁଲ ପ୍ରତିଷ୍ଠା କରି ଶିକ୍ଷାର ପ୍ରସାର କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି। ଓଡ଼ିଶାରେ କିସ୍‌ ସହ ମିଶି ଶିକ୍ଷାର ବିକାଶ କରିବାର ସୁଯୋଗ ମିଳିଥିବାରୁ ଏହା ଆଉ ଏକ ଅଧ୍ୟାୟ ଯୋଡ଼ି ହେଲା ବୋଲି ଗୁଲାଟୀ କହିଛନ୍ତି। ଏମ୍‌ଡିଏଚ୍‌ କମ୍ପାନୀର ଆର୍ଥିକ ପରାମର୍ଶଦାତା ବିନୋଦ କୁମାର ବିନ୍ଦଲ ଓ ଗୁଲାଟୀଙ୍କ କନ୍ୟା ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷର ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଚଳିତବର୍ଷ ପାସ୍‌ ହାର ୯୬.୦୭% ରହିଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା...

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ...

ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ

ଭୁବନେଶ୍ୱର,୨୫ା୫: ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି।...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ...

ବାତ୍ୟା ‘ରେମାଲ’ ଭୟ, କୂଳରେ ହାଇଆଲର୍ଟ

ଭୋଗରାଇ, ୨୬।୫(ପ୍ରଦୀପ ଦାସ):ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ରେମାଲ’ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳ ଆଡକୁ ଘଣ୍ଟାକୁ ୧୭କି.ମି. ବେଗରେ ଉତ୍ତର...

୨୯ରେ ବାରିପଦା, ବାଲେଶ୍ୱର ଆସିବେ ମୋଦି

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ବାଲେଶ୍ୱର ଅଫିସ,(ମାନସ ବିଶ୍ୱାଳ), ୨୬ା୫: ରାଜ୍ୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲା ବାରିପଦା...

ବଳ ଗୋଟାଉଛି ବାତ୍ୟା ‘ରେମାଲ’: ଓଡ଼ିଶାର ଏହି ଜିଲାରେ ପଡ଼ିବ ପ୍ରଭାବ, ପବନ ବୋହିବ

ଭୁବନେଶ୍ୱର, ୨୬।୫(ଅସମାପିକା ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଶନିବାର ସକାଳ ୫ଟା ୩୦ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଥିଲା। କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri