ଶ୍ରଦ୍ଧାପୁର ଉପନିର୍ବାଚନରେ ବିଶୃଙ୍ଖଳା ଘଟଣା: କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶିକ୍ଷକଙ୍କ ମେଳି

ଭୋଗରାଇ, ୧୦।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନରେ ବିଶୃଙ୍ଖଳା, ଭୋଟବାକ୍ସ ଖୋଲା ଓ ଭାଙ୍ଗିବା ଘଟଣା ଅଭିଯୋଗ ହେବା ପରେ କାର୍ଯ୍ୟରେ ଅବହେଳା କରିଥିବା ୬ଜଣ ଶିକ୍ଷକଙ୍କ ବିରୋଧରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ନେବା ପରେ ଭୋଗରାଇ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବର୍ଗର ଶିକ୍ଷକ ସୋମବାର ଅପରାହ୍ନରୁ ପ୍ରତୀକ ଆନ୍ଦୋଳନ କରିଛନ୍ତି। ଅବିଳମ୍ବେ ସମସ୍ତ ୬ ଶିକ୍ଷକଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ନ କଲେ ଶିକ୍ଷକମାନେ ବୃହତ୍ତର ଆନ୍ଦୋଳନ କରିବା ସହିତ ସମସ୍ତ ସ୍କୁଲରେ ତାଲା ପକାଇବେ ବୋଲି ସରକାର ଓ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ସୋମବାର ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ କାଯର୍ର୍‌ୟାଳୟରେ ସମସ୍ତ ଶିକ୍ଷକ ସଙ୍ଗଠନର ପ୍ରତିନିଧିମାନେ ମିଳିତ ହୋଇ ଗୋଷ୍ଠୀ ଶିକ୍ଷାଧିକାରୀ କାଳେନ୍ଦୀ ସୋରେନଙ୍କୁ ଶିକ୍ଷକ ସଙ୍ଗଠନର ଆନ୍ଦୋଳନ ନିଷ୍ପତ୍ତି ସମ୍ପର୍କରେ ଅବଗତ କରିଛନ୍ତି। ଏଥିସହିତ ନିର୍ବାଚନ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ପୋଲିସର ସୁରକ୍ଷା ଢ଼ିଲା ହେବା ଯୋଗୁ ବ୍ଲକ ପରିସର ରଣାଙ୍ଗନ ପରିସ୍ଥିତି ସୃଷ୍ଟି ହୋଇଥିବା ଶିକ୍ଷକ ସଙ୍ଗଠନ ଦାୟୀ କରିଛନ୍ତି। ଏଭଳି ଅଭାବନୀୟ ଘଟଣାରେ ଜିଲା ପ୍ରଶାସନ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ ନ କରି ନୀରିହ ଶିକ୍ଷକଙ୍କ ମୁଣ୍ଡରେ ଅଠାବୋଳି କାର୍ଯ୍ୟାନୁଷ୍ଠାନ ନେବା ଅନ୍ୟାୟ ବୋଲି ଶିକ୍ଷକନେତାମାନେ ପ୍ରକାଶ କରିଛନ୍ତି। ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ଶିକ୍ଷକମାନଙ୍କ ଦାବି ସମ୍ବଳିତ ସ୍ମାରକପତ୍ର ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରି ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ବହୁ ଶିକ୍ଷକ ସେଠାରୁ ଫେରି ସନ୍ଧ୍ୟାରେ ଭୋଗରାଇ ବ୍ଲକ ବିଡ଼ିଓ ଦୀପ୍ତିରଞ୍ଜନ ସେଠୀଙ୍କୁ ଘେରିଥିଲେ। ପ୍ରଶାସନ ୬ ଜଣ ଶିକ୍ଷକଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ୭ଦିନ ମଧ୍ୟରେ ପ୍ରତ୍ୟାହାର ନ କଲେ ଅନୁରୂପ ଭାବେ ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ବିଡ଼ିଓ ଶିକ୍ଷକ ସଂଘର ଦାବିପତ୍ରକୁ ଗ୍ରହଣ କରି ଜିଲାପାଳଙ୍କ ଦପ୍ତରକୁ ପଠାଇବେ ବୋଲି କହିଥିଲେ। ପ୍ରାରମ୍ଭିକ ଶିକ୍ଷକ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ଶିକ୍ଷକନେତା ଶ୍ରୀନିବାସ ପ୍ରଧାନ, ନଟରଞ୍ଜନ ଘରାଇ, ବିଜୟାନନ୍ଦ ପଟ୍ଟନାୟକ, ସୀତାରାମ ପ୍ରଧାନ, ଅଜିତ ସାମଲ, ବେଣୁଚନ୍ଦ୍ର ଜେନା, ପରେଶ ଚନ୍ଦ୍ର ଦାସ, ବାଲଗୋପାଳ ଦାସ, ଗୌତମ ଦତ୍ତ ପ୍ରମୁଖ।

 


Enter your email to get our daily news in your inbox.

All Right Reserved By Dharitri.Com

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ରେ ବଢୁଛି ଭିଡ଼, ଜୈବିକ ହଳଦୀ-କଫିଚାଷକୁ ପ୍ରଶଂସା କରି ପର୍ଯ୍ୟଟକ କହିଲେ…

ଦାରିଙ୍ଗବାଡ଼ି,୧୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ ସମେତ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶନିବାରଠାରୁ ଆସନ୍ତା ନୂତନ ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri