Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ତଓ୍ବାଙ୍ଗ

ଅରୁଣାଚଳ ପ୍ରଦେଶସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ତଓ୍ବାଙ୍ଗ। ପର୍ଯ୍ୟଟକ ଏଠାରେ ଆକର୍ଷଣୀୟ ପାହାଡି ଗାଁ ସାଙ୍ଗକୁ ମନ କିଣି ନେଲା ଭଳି ଝରଣା ତଥା ଅନେକ ଦର୍ଶନୀୟ ସ୍ଥାନ ସବୁ ଦେଖିବାକୁ ପାଇପାରିବେ।  ଖାସ୍‌କରି ଏଠାକାର ତଓ୍ବାଙ୍ଗ ମଠ ଆଗନ୍ତୁକଙ୍କୁ ବେଶ୍‌ ଆକର୍ଷିତ କରିଥାଏ…

ତଓ୍ବାଙ୍ଗ ଅରୁଣାଚଳ ପ୍ରଦେଶସ୍ଥିତ ଏମିତି ଏକ ସହର, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ୍‌ ଆକର୍ଷଣୀୟ। ସମୁଦ୍ରପତ୍ତନଠାରୁ ପ୍ରାୟ ୩,୦୪୮ ମିଟର ଉଚ୍ଚତାରେ ଥିବା ଏହି ସହରରେ ଦେଖିବା ନିମନ୍ତେ ରହିଛି ଅନେକ ଦର୍ଶନୀୟ ସ୍ଥାନ। ଖାସ୍‌କରି ଏଠାକାର ତଓ୍ବାଙ୍ଗ୍‌ ମଠ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ସେହିପରି ତଓ୍ବାଙ୍ଗର ସଂସ୍କୃତି ଓ ପରମ୍ପରା ବି ବେଶ୍‌ ମନଛୁଆଁ। ଫଳରେ ଏଠାକୁ ବୁଲିଗଲେ ଅନେକ ଅନୁଭୂତି ସାଉଁଟିବାର ସୁଯୋଗ ମିଳିଥାଏ।

ତଓ୍ବାଙ୍ଗ ମଠ
ଏହା ଏକ ବୌଦ୍ଧମଠ। ଏହି ମଠର ନିର୍ମାଣ କାର୍ଯ୍ୟ ମେରାକ ଲାମା ଲୋଡ୍ରେ ଗ୍ୟାଟ୍‌ସୋଙ୍କ ଦ୍ୱାରା ୧୬୮୦-୮୧ ମସିହାବେଳେ କରାଯାଇଥିଲା। ସ୍ଥାନୀୟ ଏକ ପାହାଡ ଉପରେ ସ୍ଥାପିତ ହୋଇଥିବା ଉକ୍ତ ମଠଟି ସମୁଦ୍ରପତ୍ତନଠାରୁ ପ୍ରାୟ ଦଶ ହଜାର ଫୁଟ ଉଚ୍ଚତାରେ ରହିଅଛି, ଯଦ୍ଦ୍ବାରା ଏହି ସ୍ଥାନରେ ଠିଆ ହେଲେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିହୁଏ। ତା’ଛଡ଼ା ଆକାର ଦୃଷ୍ଟିକୋଣରୁ ବି ତଓ୍ବାଙ୍ଗ ମଠକୁ ଭାରତର ଅନ୍ୟତମ ବଡ଼ ମଠ ବୋଲି ମଧ୍ୟ କୁହାଯାଇଥାଏ, ଯେଉଁଠାରେ ଏକକାଳୀନ ସହସ୍ରାଧିକ ବୌଦ୍ଧ ସାଧୁ ରହିବାର ସୁବିଧା ଉପଲବ୍ଧ। ସେହିପରି ଏହି ମଠରେ ବୁଦ୍ଧଦେବଙ୍କର ଏକ ବିରାଟକାୟ ପ୍ରତିମୂର୍ତ୍ତି ବି ରହିଛି। ଅନ୍ୟପକ୍ଷେ ମଠ ନିକଟରେ ଏକ ଜଳଧାରା ମଧ୍ୟ ପ୍ରବାହିତ ହେଉଅଛି, ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ହେବା ସହିତ ମଠରେ ଆବଶ୍ୟକ ହେଉଥିବା ଜଳାଭାବକୁ ବି ଦୂର କରି ଦେଇଥାଏ।

ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ
ପର୍ଯ୍ୟଟକ ଏଠାରେ ତଓ୍ବାଙ୍ଗ ମଠ ବ୍ୟତୀତ ଅନେକ ପାହାଡ, ଘାଟି, ପାହାଡି ଗାଁ, ଝରଣା ଆଦି ବି ଦେଖିପାରିବେ। ଏସବୁ ବ୍ୟତୀତ ତଓ୍ବାଙ୍ଗରେ ଇତିହାସ, ଧର୍ମ ତଥା ପୌରାଣିକ କଥାବସ୍ତୁର ଅନେକ ଉଦାହରଣ ଦେଖିବାକୁ ମିଳେ। ଫଳରେ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଅନେକ ନୂଆ ସ୍ଥାନ ଭ୍ରମଣ କରିବା ସହ ସ୍ଥାନୀୟ ଅଞ୍ଚଳର କଳା, ସଂସ୍କୃତି ସମ୍ପର୍କରେ ଅବଗତ ହୋଇପାରିବେ।

କେବେ ଯିବେ
ତଓ୍ବାଙ୍ଗ ଯିବା ପାଇଁ ବର୍ଷର ସବୁ ସମୟ ଠିକ୍‌ ଥିଲେ ହେଁ, ଖାସ୍‌ କରି ଶୀତଦିନେ ଏଠାକୁ ପର୍ଯ୍ୟଟକ ବୁଲିଯିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ଏହାର ମୁଖ୍ୟ କାରଣ ହେଉଛି ଶୀତଦିନେ ଏଠାକାର ସ୍ଥାନେ ସ୍ଥାନେ ତୁଷାରପାତ ହୋଇଥାଏ, ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ତା’ଛଡ଼ା ତୁଷାରପାତ ହେଲେ ଏଠାରେ ସ୍କିଂ କରିବାକୁ ବି ସୁବିଧା ହୋଇଥାଏ।

କେମିତି ଯିବେ
ଏଠାକୁ ଯିବା ପାଇଁ ଗମନାଗମନର ବି ବେଶ୍‌ ଭଲ ବ୍ୟବସ୍ଥା ରହିଛି। ତେବେ ଗୌହାଟୀ ଏୟାରପୋର୍ଟ ଏବଂ ତେଜପୁର ଏୟାରପୋର୍ଟ ହେଉଛି ତଓ୍ବାଙ୍ଗର ଦୁଇ ନିକଟବର୍ତ୍ତୀ ପ୍ରମୁଖ ବିମାନବନ୍ଦର। ସେହିପରି ଏହାର ନିକଟବର୍ତ୍ତୀ ରେଳଷ୍ଟେଶନ ହେଉଛି ନାହାରଲାଗୁନ୍‌। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ପର୍ଯ୍ୟଟକ ନିଜ ସୁବିଧାନୁସାରେ ଯେଉଁଥିରେ ଚାହିଁବେ ସେଥିରେ ଯାଇ ଆରାମରେ ତଓ୍ବାଙ୍ଗରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri