ଲାଞ୍ଚ ମାମଲା: ପୂର୍ବତନ ଆର୍‌ଆଇଙ୍କୁ ୨ ବର୍ଷ ଜେଲ

ବାରିପଦା ଅଫିସ,୧।୧୨- ମୟୁରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଶରତ କୁମାର ଦେହୁରୀ ଶନିବାର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ ସହ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ମକଦ୍ଦମା ବିବରଣୀ ଅନୁଯାୟୀ
ମୋରଡା ତହସିଲ ଅଧୀନ ପଳାସିଆ ଗ୍ରାମର ଭୂମିହୀନ ମହିଳା ସ୍ବାଧୀନ ମହାନ୍ତ ଜମି ପାଇବା ପାଇଁ ଗତ ୨୦୧୨ ଡିସେମ୍ବର ପହିଲାରେ ମୋରଡା ତହସିଲକୁ ଆବେଦନ କରିଥିଲେ । ଆରଆଇ ଉମାକାନ୍ତ ମଲ୍ଲିକ ତାଙ୍କୁ ଏଥିଲାଗି ୩ ହଜାର ଟଙ୍କା ଦାବି କରିଥିଲେ । ପରେ ୨ ହଜାର ଟଙ୍କାରେ ମୂଳଚାଲ ହୋଇଥିଲା । ଏନେଇ ସ୍ବାଧୀନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ସେହିମାସ ୨୨ ତାରିଖରେ ଚଢାଉ କରାଯାଇଥିଲା। ଆରଆଇ ମଲ୍ଲିିକ ଲାଞ୍ଚ ନେଉ ଥିବା ବେଳ ତାଙ୍କୁ ଧରି ଗିରଫ କରା ଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

ଧାନ ଚୋରି ରୋକିବାକୁ ସୀମା ସିଲ୍‌, ଏସ୍‌ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…

ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri