Posted inଖେଳ

ଗେଲ ନ ଖେଳିଲେ, କାର୍ଯ୍ୟାନୁଷ୍ଠାନ ଦାବି କଲା ବିପିଏଲ ଦଳ

ଢାକା,୨୮।୧୧(ଏଏଫ୍‌ପି)- ଆଗାମୀ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ)ରେ ଓ୍ବେଷ୍ଟଇଣ୍ଡିଜ ଷ୍ଟାର ଓପନର କ୍ରିସ୍‌ ଗେଲ୍‌ ନ ଖେଳିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଚାଟୋଗ୍ରାମ ଚାଲେଞ୍ଜର୍ସ। ଡିସେମ୍ବର ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଲିଗ୍‌ ପାଇଁ ଗେଲଙ୍କୁ ଚିଟୋଗ୍ରାମ ଫ୍ରାଞ୍ଚାଇଜ କିଣିଛି। କିନ୍ତୁ ଦକ୍ଷିଣ ଆଫ୍ରିକାର ମଜାନ୍‌ସି ସୁପର ଲିଗ୍‌ରେ ବିଫଳ ପ୍ରଦର୍ଶନ ପରେ କ୍ରିକେଟରୁ ବ୍ରେକ ନେବାକୁ ଚାହୁଁଥିବା ଗେଲ୍‌ କହିଥିଲେ। ଏଥିସହ ବିପିଏଲ ଖେଳାଳିଙ୍କ ତାଲିକାରେ ତାଙ୍କ ନାମ କେଉଁ ଭଳି ସ୍ଥାନ ପାଇଲା, ସେ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଚ୍ୟାଲେଞ୍ଜର୍ସ ଟିମ୍‌ ଡାଇରେକ୍ଟର ଜଲାଲ ୟୁନୁସ କହିଛନ୍ତି, ତାଙ୍କ ଦଳ ଗେଲ୍‌ଙ୍କ ଏଜେଣ୍ଟ ସହ ମୁଳଚାଲ କରିସାରିଛି। ଏଥିନେଇ ସେ ମଧ୍ୟ ଜାଣିଛନ୍ତି। ଯଦି ସେ ଆସିବାକୁ ମନା କରନ୍ତି, ଆମକୁ ଡ୍ରାପ୍ଟ ବାହାରୁ ଖେଳାଳି ଆଣିବାକୁ ପଡ଼ିବ। କିନ୍ତୁ ମୋ ମତରେ ବାଂଲାଦେଶ କ୍ରିକେଟ ବୋର୍ଡ କାର୍ଯ୍ୟାନୁଷ୍ଠାନ କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମୋକିମ୍‌ଙ୍କ ବଡ଼ ଘୋଷଣା: ମାର୍ଚ୍ଚ ଶେଷ ସୁଦ୍ଧା…

ଭୁବନେଶ୍ୱର,୧୦।୧: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍‌ ବଡ଼ ସୂଚନା ଦେଇଛନ୍ତି। ମୋକିମ୍‌ କହିଛନ୍ତି, ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ।...

ସ୍କୁଲ ପରିସରରୁ ୩ ଛାତ୍ରୀ ନିଖୋଜ ଘଟଣା: ୫ ଘଣ୍ଟା ପରେ ଏକ କୁଡ଼ିଆରୁ…

ଜୟପୁର, ୧୦।୧(ପବନ ପାଣିଗ୍ରାହୀ): ବୋରିଗୁମ୍ମା ପଢେଇ ଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ଗତକାଲିଠୁ ନିଖୋଜ ଥିବା ୩ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ୫ ଘଣ୍ଟା ପରେ...

କ୍ଷତିପୂରଣ ଦାବିରେ ରାସ୍ତାରୋକୋ: ପ୍ରଶାସନ-ପୋଲିସର ପ୍ରତିଶ୍ରୁତି ପରେ ହଟିଲା…

ବଲାଙ୍ଗୀର, ୯।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ପଥରଚେପା ଗାଁ ପୋଖରୀରେ ଶୁକ୍ରବାର ସକାଳୁ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି...

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ...

ମନ୍ଥର ଗତିରେ ଚାଲିଛି ଧାନ ସଂଗ୍ରହ

ଭବାନୀପାଟଣା, ୧୦।୧ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ମନ୍ଥର ଗତିରେ ଚାଲୁଥିବା ଦେଖିବାକୁ ମିଳିଛି। ଗତ ୫ ରୁ...

ଭାରତକୁ ନେଇ ଏମିତି ଦାବି କଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ,୧୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ଅଯଥା ଦାବି କରିଛନ୍ତି। ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବିବାଦକୁ ବନ୍ଦ କରିଥିବା...

ବେଆଇନ ଚାଲିଥିଲା ବାଲିଚାଲାଣ: ୫ ଟ୍ରାକ୍ଟର ମାଡ଼ିବସିଲା….

ଲୋଇସିଂହା,୧୦ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ୍‌ ଅଧୀନ ସାନଫାସଡସ୍ଥିତ ଅଙ୍ଗନଦୀ ପଠାରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣରେ ନିୟୋଜିତ ୫ଟି...

ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ, ଅପରାହ୍ନ ୪ଟା ବେଳେ…

ଜୟପୁର, ୧୦।୧(ପବନ ପାଣିଗ୍ରାହୀ): ବୋରିଗୁମ୍ମା ବ୍ଲକ ପଢେଇ ଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ। ନିଖୋଜ ୩ ଜଣ ଛାତ୍ରୀ ତୃତୀୟ ଶ୍ରେଣୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri