Posted inଫୁରସତ

ଦକ୍ଷିଣ ଏସିଆ ପ୍ରସିଦ୍ଧ ପଦ୍ମସମ୍ଭବ ବୌଦ୍ଧ ମହାବିହାର

ବୌଦ୍ଧଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ନିଜ ଜୀବନକାଳ ମଧ୍ୟରେ କେବେ ଓଡ଼ିଶାକୁ ଆସି ନ ଥିଲେ ମଧ୍ୟ ଏଠାରେ ୨୦୦ରୁ ଉର୍ଦ୍ଧ୍ୱ ବୌଦ୍ଧ କୀର୍ତ୍ତି ଦେଖିବାକୁ ମିଳେ। ବୁଦ୍ଧଙ୍କ ଦେହାନ୍ତ ପରେ ତାଙ୍କ ଅନୁଗାମୀମାନେ ୨ ଭାଗ ‘ହୀନଯାନ’ ଓ ‘ମହାଯାନ’ରେ ବିଭକ୍ତ ହୋଇଥିଲେ। ହେଲେ ବର୍ତ୍ତମାନ ବୌଦ୍ଧଧର୍ମରେ ‘ବଜ୍ରଯାନ’ଅଧ୍ୟାୟ ଚାଲିଛି। ଏହାର ସୃଷ୍ଟି ଓଡ଼ିଶାରୁ ହିଁ ହୋଇଥିବା ବିଶ୍ୱାସ କରାଯାଏ। ଓଡ଼ିଶାରେ ଲଳିତଗିରି, ରତ୍ନଗିରି, ଉଦୟଗିରି, ଶାନ୍ତିସ୍ତୂପ ସମେତ ଗଞ୍ଜାମ, ବାଲେଶ୍ୱର, ଭଦ୍ରକ ଜିଲା ଏବଂ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ଅନେକ ବୌଦ୍ଧ କୀର୍ତ୍ତି ରହିଛି। ତେବେ ଓଡ଼ିଶା-ଆନ୍ଧ୍ର ସୀମାରେ ଅବସ୍ଥିତ ଗଜପତି ଜିଲାରେ ରହିଛି ଦକ୍ଷିଣ ଏସିଆର ସବୁଠାରୁ ଉଚ୍ଚତମ ବୌଦ୍ଧ ମନ୍ଦିର। ଏହି ମନ୍ଦିର ପଦ୍ମସମ୍ଭବ ତଥା ବୌଦ୍ଧ ମହାବିହାର ନାମରେ ପରିଚିତ। ଜିଲାର ମୋହନା ବ୍ଲକ୍‌ ଲୋବାରସିଂ ପଞ୍ଚାୟତ ଅଧୀନ ଜିରାଙ୍ଗଠାରେ ଅବସ୍ଥିତ ଏହି ମନ୍ଦିର ସମଗ୍ର ଦକ୍ଷିଣ ଏସିଆର ଉଚ୍ଚତମ ବୌଦ୍ଧ ମନ୍ଦିର ଭାବେ ପ୍ରସିଦ୍ଧି ଲାଭ କରିଛି।

ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଦ୍ୱାରା ୨୦୧୦ମସିହାରେ ଏହି ମନ୍ଦିର ଉଦ୍‌ଘାଟିତ ହୋଇଥିଲା। ମୁଖ୍ୟତଃ ବୌଦ୍ଧ ଧର୍ମ ଉପରେ ଅଧ୍ୟୟନ ଓ ଅଭ୍ୟାସ ପାଇଁ ମନ୍ଦିରର ନିର୍ମାଣ ହୋଇଥିଲା। ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧଙ୍କ ବୌଦ୍ଧ ଧର୍ମର ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ମହାନ୍‌ଗୁରୁ ପଦ୍ମସମ୍ଭବ ଅଷ୍ଟମ ଶତାବ୍ଦୀରେ ତିବ୍ବତଠାରେ ତାନ୍ତ୍ରିକ ବୌଦ୍ଧ ଧର୍ମର ପ୍ରତିଷ୍ଠା କରିଥିଲେ। ସେହି ମହାନ୍‌ ଗୁରୁ ପଦ୍ମସମ୍ଭବଙ୍କର ଜନ୍ମ ଓଡ଼ିଶାରେ ହୋଇଥିବାରୁ ତାଙ୍କୁ ସ୍ମରଣ କରିବା ପାଇଁ ଓଡ଼ିଶାର ଗଜପତି ଜିଲା ଅନ୍ତର୍ଗତ ଜିରାଙ୍ଗଠାରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ଏଠାକାର ବୌଦ୍ଧ ମନ୍ଦିରର ମୁଖ୍ୟ ଜିଗ୍ନେରିନ୍‌ ପୋଚ୍ଚେ ପ୍ରକାଶ କରିଛନ୍ତି। ଏହି ବୌଦ୍ଧ ମନ୍ଦିରଟି ତିବ୍ବତ, ନେପାଳ ଏବଂ ଭୁଟାନର କଳାକୃତିରେ ନିର୍ମାଣ ହୋଇଥିବାବେଳେ ନିର୍ମାଣ କାର୍ଯ୍ୟରେ କେତେକ ସ୍ଥାନୀୟ କାରିଗରଙ୍କ ଭୂମିକା ମଧ୍ୟ ରହିଥିବା ଜଣାପଡ଼ିଛି ା ଏହି ବୌଦ୍ଧ ମନ୍ଦିରଟି ପ୍ରାୟ ୧୦ଏକର ଜମିରେ ଅବସ୍ଥିତ। ସେହିପରି ବୌଦ୍ଧବିହାର ପାଇଁ ପ୍ରାୟ ୮କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଏ। ସେହିପରି ଏଠାରେ ଥିବା ବୁଦ୍ଧଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ପ୍ରାୟ ୧୭ଫୁଟ ବୋଲି ଜଣାଯାଏ। ଏହି ବୌଦ୍ଧ ମହାବିହାର ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଯାହାକି ଜିଲାର ବିକାଶରେ ଅନେକ ସହାୟକ ହୋଇପାରିଛି ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି। ଜିରାଙ୍ଗ ତଥା ନିକଟସ୍ଥ ଚନ୍ଦ୍ରଗିରିରେ ପ୍ରାୟ ୨୦୦ ବୌଦ୍ଧ ଭିକ୍ଷୁ ବସବାସ କରୁଛନ୍ତି। ତିବ୍ବତୀୟମାନଙ୍କ ପାଇଁ ଏଠାରେ ଏକ ସ୍ବତନ୍ତ୍ର ବିଦ୍ୟାଳୟ ମଧ୍ୟ ରହିଛି। ମୁଖ୍ୟ ମନ୍ଦିର ବ୍ୟତୀତ ଏଠାରେ ବୌଦ୍ଧ ଭିକ୍ଷୁଙ୍କ ପ୍ରାର୍ଥନା ନିମନ୍ତେ କେତେକ ଛୋଟ ମନ୍ଦିର ମଧ୍ୟ ରହିଛି। ଏଠାରେ ୧୯୬୪ମସିହାରୁ ୧୯୬୭ ମସିହା ମଧ୍ୟରେ ତିବ୍ବତୀୟ ଶରଣାର୍ଥୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଥଇଥାନ ବ୍ୟବସ୍ଥା କରାଯାଇଥିଲା। ଏଠାରେ ଏବେ ପ୍ରାୟ ୨୫୦୦ରୁ ଊର୍ଦ୍ଧ୍ୱ ତିବ୍ବତୀୟ ବାସ କରୁଥିବାର ଜଣାପଡ଼ିଛି ା ସେମାନଙ୍କ ପାଇଁ ଏଠାରେ ଏକ ତିବ୍ବତୀୟ ଜଡ଼ିବୁଟି ଚିକିତ୍ସାଳୟ ଏବଂ ଏକ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ଖୋଲାଯାଇଛି। ଏଠାରେ ଥିବା ବାର୍ଦ୍ଧକ୍ୟ ଆବାସିକ ସ୍ଥଳରେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ ବସବାସ କରୁଛନ୍ତି। ଏହି ତିବ୍ବତୀୟମାନେ ଏଠାରେ ମୁଖ୍ୟତଃ ମକା, ବାଜରା ଆଦି ଚାଷ କରି ଜୀବିକା ନିର୍ବାହ କରନ୍ତି। ବିଦେଶୀ ତୀବ୍ବତୀୟ କୁକୁର ପାଇଁ ଏହି ଅଞ୍ଚଳ ବେଶ୍‌ ଜଣାଶୁଣା। ଏହା ବ୍ୟତୀତ ଶୀତ ବସ୍ତ୍ର ବ୍ୟବସାୟ ଏମାନଙ୍କ ମୁଖ୍ୟ ଜୀବିକା ଏବଂ ଏହା ସାଧାରଣରେ ବେଶ୍‌ ଆଦୃତ। ତିବ୍ବତୀୟମାନଙ୍କ ସହାୟତା ପାଇଁ ଏଠାରେ ଏକ ସମବାୟ ସମିତି ମଧ୍ୟ ଖୋଲାଯାଇଥିବା ଜଣାପଡ଼ିଛି।

ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର କରାଯାଉଛି। ହେଲେ ଏହାକୁ ଅଧିକ ବ୍ୟାପକ କରାଯାଇପାରିଲେ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ଏବଂ ଜିଲାର ବିକାଶରେ ସହାୟକ ହୋଇପାରିବ ବୋଲି ଜିଲାର ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri