୧୮ରୁ ଧାନକିଣା, ୩ରୁ ମିଳିବ ଟୋକନ

ଢେଙ୍କାନାଳ ଅଫିସ, ୨୪।୧୧ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ‘୫-ଟି’ ଏବଂ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରି ମିଳିମିଶି କାମ କଲେ ସଫଳତା ମିଳିବ ବୋଲି କହିଥିଲେ। ମୋ ସରକାରରେ ସ୍ବାସ୍ଥ୍ୟ ଏବଂ ପୋଲିସ ବିଭାଗ ଅନ୍ତର୍ଭୁକ୍ତ ହୋଇଛି। ଡିସେମ୍ବର ୧ରୁ ଅନ୍ୟ ୫ ବିଭାଗକୁ ଏଥିରେ ସାମିଲ କରାଯିବ। ଜିଲାରେ ଡିସେମ୍ବର ୧୮ରୁ ଧାନ କିଣା ଆରମ୍ଭ ହେବ। ଏଥିପାଇଁ ୩ ତାରିଖରୁ ଟୋକନ ଦିଆଯିବ। ୧ ତାରିଖ ପୂର୍ବରୁ ଫାର୍ମ ପୋଖରୀ ତନଖି ଏବଂ ମମତା ଯୋଜନାର ହିତାଧିକାରୀଙ୍କୁ ମୋବାଇଲ ନମ୍ବର ପଞ୍ଜୀକରଣ କରାଯିବ ବୋଲି ସୂଚନା ଦିଆଯାଇଛି।
ଜିଲାରେ ୯୦% ରୋଗୀଙ୍କ ଟେଲିଫୋନ ନମ୍ବର ପଞ୍ଜୀକରଣ କରାଯାଉଛି। ପ୍ଲାଷ୍ଟିକ୍‌ ବର୍ଜନ ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଜିଲା ଚିକିତ୍ସାଳୟରେ ରୋଗୀଙ୍କ ସହାୟତା ପାଇଁ କାଉଣ୍ଟର ସଂଖ୍ୟା ବୃଦ୍ଧି କରାଯିବ। ପ୍ରତି ମହଲାରେ ଟିଭି ଲଗାଯାଇ ସୂଚନା ପ୍ରଦାନ କରାଯିବ। ସ୍ବାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତାକୁ ପ୍ରାଥମିକତା ଦିଆଯିବ। ଅତିଶୀଘ୍ର ଗୋଟିଏ ମିନି ଆଇସିୟୁ ଏବଂ ପୋଲିସ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ। ନୀତି ଆୟୋଗଙ୍କ ଆକାଂକ୍ଷା ଜିଲା ଭାବେ ଢେଙ୍କାନାଳରେ ‘ମିଶନ ଇନ୍ଦ୍ରଧନୁଷ’ ସଫଳତାର ସହ କାର୍ଯ୍ୟକାରୀ ହେଉଛି। ଆବାସିକ ସ୍କୁଲଗୁଡ଼ିକର ୮ ହଜାର ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସୁନେତ୍ର ଯୋଜନାରେ ଚକ୍ଷୁ ଚିକିତ୍ସା ସୁବିଧା ଉପଲବ୍ଧ ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ବର୍ହିବିଭାଗରେ ୨୪ଘଣ୍ଟିଆ ଏକ୍ସ-ରେ ସୁବିଧା ଯୋଗାଇଦେବାକୁ ଏସ୍‌ପି ଅନୁପମା ଜେମ୍‌ସ ପରାମର୍ଶ ଦେଇଥିଲେ।
ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଆର୍‌ଟିଓ କାର୍ଯ୍ୟାଳୟରେ ଦିନକୁ ଡ୍ରାଇଭିଂ ଲାଇସେନ୍ସ ପଞ୍ଜୀକରଣ ସଂଖ୍ୟା ୬୦୦କୁ ବୃଦ୍ଧି କରାଯାଇଛି। ଶିକ୍ଷାନୁଷ୍ଠାନରେ ବ୍ୟବହୃତ ଯାନବାହନର ଫିଟନେସ ଯାଞ୍ଚ କରିବା ନେଇ ସଚେତନ କରାଯିବ। ୨୫ ତାରିଖ ସୁଦ୍ଧା ସମସ୍ତ ଜନସେବା କେନ୍ଦ୍ରର ସ୍ବତ୍ତ୍ୱାଧିକାରୀଙ୍କୁ ଲାଇସେନ୍ସ ପଞ୍ଜୀକରଣ ଲାଗି ତାଲିମ ଦିଆଯିବ। କଙ୍କଡାହାଡ଼ ବ୍ଲକରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରିବା, ଚାଷୀଙ୍କୁ ସମସ୍ତ ସହାୟତା ଯୋଗାଇଦେବା, ପାନୀୟ ଜଳ ଯୋଗାଣ, ପେନସନ ପାଇଁ ଆଧାର ସଂଯୋଗୀକରଣ, ଶିଶୁଙ୍କ ଡାଟାବେସ୍‌ ପ୍ରସ୍ତୁତ, ବନ୍ୟଜନ୍ତୁଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା, ସମସ୍ତ ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ବିଶ୍ରାମ ଗୃହ ନିର୍ମାଣ ଆଦି ବିଷୟରେ ଆଲୋଚନା କରାଯାଇଥିଲା।
ବୈଠକରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର, ଜିଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡା, ଆରଟିଓ ଶ୍ରୀବତ୍ସ ଦଳେଇ, ଡେପୁଟି କଲେକ୍ଟର ସୌଦାମିନୀ ସାହୁଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri