ରତନ ଟାଟା ୨୭ ବର୍ଷୀୟ ଯୁବକଙ୍କୁ ଫୋନ୍‌ କରି ପଚାରିଲେ, ମୋ ଆସିଷ୍ଟାଣ୍ଟ୍‌ ହେବେ କି

ବମ୍ବେ,୨୧।୧୧: ଦେଶର ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କ ସହ କାମ କରିବା ଅନେକଙ୍କ ପାଇଁ ଏକ ସ୍ବପ୍ନ ଥାଏ। କିନ୍ତୁ ଟାଟା ନିଜେ ଯଦି ଫୋନ୍‌ କରି ଚାକିରି ଅଫର୍‌ ଦେବ ତେବେ ତାହା ନିହାତି ସୌଭାଗ୍ୟର କଥା। ୨୭ ବର୍ଷୀୟ ଶାନ୍ତନୁ ନାଇଡୁଙ୍କୁ ଏଭଳି ଅଫର୍‌ ମିଳିଛି। ଫେସବୁକ୍‌ରେ ‘ହ୍ୟୁମାନ୍‌ ଅଫ୍‌ ବମ୍ବେ’ରେ ନିଜ ସଫଳତାର କାହାଣୀ ବଖାଣିଛନ୍ତି ଶାନ୍ତନୁ। ପାଞ୍ଚବର୍ଷ ପୂର୍ବେ ରାସ୍ତାରେ ବୁଲାକୁକୁରଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ଦେଖି ଶାନ୍ତନୁ ଅତ୍ୟନ୍ତ ଦୁଃଖିତ ଥିଲେ। ସେମାନଙ୍କ ପାଇଁ କିଛି କରିବାକୁ ସେ ଚିନ୍ତା କରିଥିଲେ। ଏଥିପାଇଁ ସେ ବୁଲା କୁକୁରଙ୍କ ବେକରେ ଏକ ରିଫ୍ଲେକ୍ଟର ଲଗାଇ ଥିଲେ। ଏହାଦ୍ୱାରା ଦ୍ରୁତ ଗତିରେ ଆସୁଥିବା ଗାଡି ଡ୍ରାଇଭର୍‌ଙ୍କୁ ରାସ୍ତାରେ କୁକର ଥିବା ଦୂରରୁ ଜଣାପଡିବ। ଶାନ୍ତୁନୁଙ୍କ ଏଭଳି କାମକୁ ଟାଟା ଗ୍ରୁପ୍‌ ଅଫ୍‌ କମ୍ପାନୀଜ୍‌ର ‘ନୁଜଲେଟର’ରେ ବେଶ୍‌ ପ୍ରଶଂସା କରାଯାଇଥିଲା। ଏହାପରେ ରତନ ଟାଟାଙ୍କୁ ଏକ ଚିଠି ଲେଖିଥିଲେ ଶାନ୍ତନୁ। ଦୁଇ ମାସ ପରେ ଏହାର ଉତ୍ତର ମିଳିଥିଲା। ରତନ ଟାଟା ନିଜେ ଶାନ୍ତନୁଙ୍କୁ ଭେଟିବାକୁ ଚାହୁଁଥିଲେ। ୨୦୧୪ରେ ପ୍ରଥମଥର ପାଇଁ ରତନ ଟାଟାଙ୍କୁ ମୁମ୍ବାଇରେ ସେ ଭେଟିଥିଲେ। ତାଙ୍କ କାର୍ଯ୍ୟର ପ୍ରଶଂସା କରିବା ସହ ଭବିଷ୍ୟତକୁ ବେଶ୍‌ କିଛି ପ୍ରଶ୍ନ ତାଙ୍କୁ ପଚାରିଥିଲେ ଟାଟା। ଏହାପରେ ଶାନ୍ତନୁ ମାଷ୍ଟର ଡିଗ୍ରୀ ପୂରା କରିବା ପାଇଁ ବିଦେଶ ପ୍ରଳାଇଥିଲେ। ଭାରତ ଫେରିବା ପରେଦିନେ ରତନ ଟାଟା ହଠାତ୍‌ ତାଙ୍କ ଫୋନ୍‌ କରି କହିଥିଲେ, ମୋତେ ଅଫିସରେ ବହୁତ କିଛି କାମ କରିବାର ଅଛି, ତୁମେ ମୋ ଆସିଷ୍ଟାଣ୍ଟ ହେବ କି? ବାସ୍‌ ଏତିକି ଶୁଣି ଶାନ୍ତନୁ ତୁରନ୍ତ ହଁ ମାରିଦେଇଥିଲେ। ଗତ ୧୮ ମାସ ହେବ ସେ ଟାଟା କମ୍ପାନୀରେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri