ଫସର ଫାଟିଲା ଗ୍ୟାଙ୍ଗଷ୍ଟର ରବିଙ୍କ ଅପହରଣ ଯୋଜନା: ବାଙ୍କୁଆଳରୁ ୫ ସହଯୋଗୀ ଗିରଫ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଏନ୍‌କାଉଣ୍ଟର ତଥା ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରବି ରାଓଙ୍କ ଅପହରଣ ଯୋଜନା ଫସର ଫାଟିଛି। ଜେଲରୁ କୋର୍ଟ ଯିବା ବେଳେ ରବିଙ୍କୁ ଅପହରଣ କରିନେବାର ଯୋଜନା ରଚିଥିବା ୫ଜଣଙ୍କୁ ବୁଧବାର କମିଶନରେଟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖାରବେଳ ନଗର ଶାନ୍ତି ନଗରର ରଘୁ ବିଶ୍ୱାଳ, ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ସେକ୍‌ ଆମିନ ଓରଫ ତିଓ୍ବାରି ଓ ମୋତିବୁଲ୍ଲା, ପଶ୍ଚିମବଙ୍ଗ ହାଓଡ଼ା ମାଟିଆବୁର୍ଜର ଶିବୁ ଠାକୁର, ବେଗୁନିଆ ନୂଆସାହିର ପବିତ୍ର ମୋହନ ଦାସ ଓରଫ ସାନୁ। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଖେଳଣା ପିସ୍ତଲ, ୫ଟି ମୋବାଇଲ ଫୋନ୍‌, କଟୁରୀ ସମେତ ଲଙ୍କାଗୁଣ୍ଡ ପ୍ୟାକେଟ ଜବତ କରିଛି। ଏମାନେ ରବିଙ୍କ ମୁଖ୍ୟ ସହଯୋଗୀ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପୋଲିସକୁ ଆକ୍ରମଣ କରି ରବିଙ୍କୁ ଉଠାଇ ନେବା ପାଇଁ କିଛିଦିନ ତଳେ ଯୋଜନା କରିଥିଲେ। ବୁଧବାର ସକାଳେ ବାଙ୍କୁଆଳରେ ଏମାନେ ଏକାଠି ହୋଇ ଏହି ଯୋଜନାକୁ ଚୂଡ଼ାନ୍ତ ରୂପରେଖ ଦେବା ଓ ଡକାୟତି କରିବା ପାଇଁ ଆଲୋଚନା ଚଳାଇଥିଲେ। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌କୁ କୌଣସି ସୂତ୍ରରୁ ଏ ନେଇ ସୂଚନା ମିଳିଥିଲା। ଏହାପରେ ସ୍ପେଶାଲ ସ୍କ୍ବାଡ୍‌ର ଅଧିକାରୀମାନେ ଶହୀଦନଗର ଥାନା ପୋଲିସ ସହଯୋଗରେ ସେଠାରେ ପହଞ୍ଚତ୍ ଚଢାଉ କରିଥିଲେ। ପୋଲିସ ହାତରେ ଏହି ୫ ଅଭିଯୁକ୍ତ ଧରାପଡ଼ିଥିଲେ। ସେମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା ପୋଲିସ। ଜେରା ବେଳେ ସେମାନଙ୍କଠାରୁ ଚମକାଇ ଦେଲା ଭଳି ତଥ୍ୟ ମିଳିଥିଲା। ଜେଲରୁ ରବିଙ୍କୁ କୋର୍ଟରେ ହାଜର ପାଇଁ ନିଆଯିବା ବେଳେ ସେମାନେ ପୋଲିସ କର୍ମଚାରୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗି ଏବଂ ଆବଶ୍ୟକ ପଡ଼ିିଲେ ଗୁଳି ଚଳାଇ ରବିଙ୍କୁ ଛଡ଼ାଇ ନେବାକୁ ଯୋଜନା ରଚିଥିଲେ ବୋଲି ପୋଲିସ ନିକଟରେ କହିଥିଲେ। ଏପରି କି ଜେଲ ଗେଟ୍‌ ଏବଂ ଯେଉଁ ଟ୍ରାଫିକ ଛକ ଦେଇ ରବିଙ୍କୁ କୋର୍ଟ ନିଆଯିବ ସେସବୁ ସ୍ଥାନର ଭିଡିଓ ରେକର୍ଡିଂ କରିଥିଲେ। ଏହି ଅଭିଯୁକ୍ତମାନେ ଅନୁଗୋଳରେ ଘଟିଥିବା ଚୋରା କୋଇଲା କାରବାରକୁ ନେଇ ଗୁଳିକାଣ୍ଡ ମାମଲାରେ ରବିଙ୍କ ମୁଖ୍ୟ ସହଯୋଗୀ ଥିଲେ। ଏମାନଙ୍କ ନାମରେ ଭୁବନେଶ୍ୱର ସମେତ ବିଭିନ୍ନ ଥାନାରେ ବହୁ ଆପରାଧିକ ମାମଲା ରହିଛି। ଏମାନଙ୍କ ବିରୋଧରେ ଶହୀଦନଗର ଥାନାରେ କେସ୍‌ ନଂ. ୬୦୫/୧୯ ରୁଜୁ କରିଛି। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଧିକ ତଥ୍ୟ ସଂଗ୍ରହ ନିମନ୍ତେ ପଚରାଉଚରା ଲାଗି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି: କମୁଛି ଅଭିଯୋଗ ପତ୍ର ସଂଖ୍ୟା

ରାଇକିଆ,୧୬।୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଜିଲାପାଳ ବେଦ ଭୂଷଣଙ୍କ ଦ୍ବାରା ଜନସାଧାରଣଙ୍କ ଦାରା ଅଭିଯୋଗ ଗୁଡ଼ିକର ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।...

ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ

ବ୍ରହ୍ମପୁର,୧୬ା୧୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଝଟକା । ଖାରଜ ହେଲା ଜାମିନ ଆବେଦନ । ବିକ୍ରମ ପଣ୍ଡାଙ୍କ ସମେତ...

IPL 2026 Mini Auction: ୩୫୦ରୁ ଅଧିକ ଖେଳାଳି, ୭୭ସ୍ଲଟ, KKR-CSK ନିକଟରେ ସବୁଠାରୁ ବଡ଼ ବଜେଟ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅପରାହ୍ନ ୨ଟା ୩୦ ସମୟରେ ହେବାକୁ ଥିବା ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ...

National Herald Case: ସୋନିଆ-ରାହୁଲଙ୍କୁ ଆଶ୍ୱସ୍ତି, କୋର୍ଟ କହିଲେ…

ନୂଆଦିଲ୍ଲୀ,୧୬।୧୨: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ରାଉଜ୍ ଆଭେନ୍ୟୁ...

IPL 2026 ନିଲାମିର ଠିକ ପୂର୍ବରୁ BCCI କଲା ଫାଇନାଲ ଲିଷ୍ଟ, ସାମିଲ କଲା ଏହି ୧୯ ଖେଳାଳିଙ୍କୁ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର IPL 2026 ନିଲାମ, ବା ମିନି-ନିଲାମ, ବହୁତ ରୋମାଞ୍ଚକର ହେବାକୁ ଯାଉଛି। କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସର ମିଳିତ...

୪୦ ବର୍ଷ ପରେ ମହିଳାଙ୍କ କାହିଁକି ଅଧିକ କେଶ ଝଡ଼େ? ଜାଣନ୍ତୁ ପ୍ରତିକାର

ପୁରୁଷ ହେଉ କି ମହିଳା, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ତଥାପି ୪୦ ବର୍ଷ ବୟସ ପରେ ମହିଳାମାନଙ୍କର କେଶ ଝଡ଼ିବାର ସମ୍ଭାବନା ଅଧିକ...

VIDEO: ଆତଙ୍କବାଦୀଙ୍କୁ କାବୁ କରିଥିବା ଅହମ୍ମଦଙ୍କୁ ‘ଅଷ୍ଟ୍ରେଲିଆର ପ୍ରକୃତ ହିରୋ’ ବୋଲି କହିଲେ ପ୍ରଧାନମନ୍ତ୍ରୀ ଆଲବାନିଜ୍‌

ସିଡନୀ,୧୬।୧୨: ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଗୁଳିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri