ଘାତ ପ୍ରତିଘାତରେ ଝଲସିଛି ପ୍ରତିଭା

ବନ୍ତ, ୨୮।୫ (ଡି.ଏନ.ଏ.) – ପିଲାଟି ବେଳୁ ବହୁ ଘାତପ୍ରତିଘାତ ମଧ୍ୟରେ ସଂଗ୍ରାମ କରି ନିଜ ପ୍ରତିଭାର ବିକାଶ ପାଇଁ କାର୍ଯ୍ୟ କରିଆସୁଛନ୍ତି ଜଳଧର। ହାରମୋନିୟମ ସାଙ୍ଗକୁ ତବଲା ବାଦନରେ ସେ ବେଶ୍‌ ଧୂରୀଣ। ଏଥିସହ କଣ୍ଠର ଯାଦୁ ଦେଖାଇ ସମସ୍ତଙ୍କୁ ମୋହିତ କରିଥାନ୍ତି। ଯୋଗ ଶିକ୍ଷକ ଭାବେ ସେ ମଧ୍ୟ ପରିଚୟ ହାସଲ କରିଛନ୍ତି। ଏଭଳି ବହୁମୁଖୀ ପ୍ରତିଭାବାନ ହୋଇଥିଲେ ବି ପରିବାର ଚଳାଇବା ଲାଗି ଜଳଧର ନିଜ ଗଁାରେ ଏକ ମଞ୍ଜି ଓ ଚାରା ବିକ୍ରୟକେନ୍ଦ୍ର ଖୋଲି ଏହା ଉପରେ ନିର୍ଭର କରୁଛନ୍ତି। ବିଭିନ୍ନ ସ୍ଥାନରେ କଳା ପ୍ରତିଭା ଦେଖାଇ ରୋଜଗାର କରୁଥିବା କିଛି ଅର୍ଥ ତାଙ୍କ ପାଇଁ ସାହାରା ପାଲଟିଛି। ଅର୍ଥାଭାବ ସ୍ଥିତିକୁ ସାମ୍ନା କରି କଳା ପାଇଁ ନିରନ୍ତର କାର୍ଯ୍ୟ କରୁଥିବାରୁ ସେ ଅଞ୍ଚଳବାସୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି। କେବଳ ସେତିକି ନୁହେଁ ପ୍ରକୃତି ଓ ପରିବେଶର ସୁରକ୍ଷା ଲାଗି ସେ ଲୋକଙ୍କୁ ମଧ୍ୟ ସଚେତନତାର ବାର୍ତ୍ତା ବାଣ୍ଟି ଆସୁଛନ୍ତି।
ଜଳଧରଙ୍କ ଘର ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ନିଳୋକ ଗ୍ରାମରେ। ବୟସ ୬୦ ଛୁଇଁଲାଣି। ତାଙ୍କ ପିତା ହେଲେ ଲକ୍ଷ୍ମୀଧର ଯେନା। ଜଳଧର କହନ୍ତି, ପିଲାଦିନୁ ବାଦ୍ୟଯନ୍ତ୍ର ପ୍ରତି ତାଙ୍କର ଦୁର୍ବଳତା ଥିଲା। ୪ର୍ଥ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେ ବାଦ୍ୟଯନ୍ତ୍ର ଶିଖିବା ଆରମ୍ଭ କରିଥିଲେ। ନିକଟସ୍ଥ ଦୋଳପଦୀ ସ୍ଥିତ ଆନନ୍ଦରାମ ପାଟୋଡିଆ ହାଇସ୍କୁଲରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ଆର୍ଥିକ ଅନାଟନ ଯୋଗୁ ଆଉ ପାଠ ପଢ଼ିପାରି ନ ଥିଲେ। ନିଜର ସ୍ବଳ୍ପ ଚାଷଜମିରେ ପରିବାର ଚଳାଇବା କଷ୍ଟକର ହେବାରୁ ପରଘରେ ମୂଲ ଲାଗିବାକୁ ପଡ଼ିଥିଲା। ଘରେ ମା’, ବାପାଙ୍କ ସମେତ ସ୍ତ୍ରୀ ପିଲାଙ୍କୁ ନେଇ ବହୁ କୁଟୁମ୍ବ। ଦୈନନ୍ଦିନ ମୂଲ ଲାଗି ଯାହା ମିଳୁଥିଲା ସେଥିରେ ପରିବାର ଚଳୁଥିଲା। ଏହାସତ୍ତ୍ୱେ ସେ ନିଜ ପ୍ରତିଭାକୁ ବଣମଲ୍ଲୀ ଭଳି ଝଡ଼ି ଯିବାକୁ ଦେଇ ନ ଥିଲେ। ନିଜ ଅଞ୍ଚଳରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଭାଗ ନେଇ ହାରମୋନିୟମ ଓ ତବଲା ବାଦନ କରିବା ସହ ସଙ୍ଗୀତ ପରିବେଷଣ କରୁଥିଲେ। ସେଥିରୁ କିଛି ରୋଜଗାର ମଧ୍ୟ କରିପାରୁଥିଲେ। ତାଙ୍କର ଏହି ପାରଦର୍ଶିତା ପାଇଁ ସେ ବିଭିନ୍ନ ସ୍ଥାନରେ ସମ୍ମାନିତ ହୋଇଛନ୍ତି। କେବଳ ସେତିକି ନୁହେଁ ସେ ନିୟମିତ ଅଲେଖ ମହିମା ମେଳା କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଆସୁଛନ୍ତି। ୧୯୯୭ ମସିହାରୁ ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜ ଓ ଶିବମୁନି ଯୋଗାଶ୍ରମରେ ଯୋଗ ଶିକ୍ଷା ଗ୍ରହଣ କରିଥିବାରୁ ଏବେ ଯୋଗ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ନିଳୋକଠାରେ ଥିବା ଯୋଗାଶ୍ରମକୁ ନିୟମିତ ଯାଇ ଯୋଗ ଶିଖାଉଛନ୍ତି। ସ୍ଥାନୀୟ ବଜାରରେ ଥିବା ଦୋକାନରେ ବିଭିନ୍ନ କିସମର ମଞ୍ଜି ଓ ଚାରା ବିକ୍ରୟ କରିବା ସାଙ୍ଗକୁ ସମୟର ବିନିଯୋଗ କରି ନିଜର ପ୍ରତିଭା ଓ କର୍ତ୍ତବ୍ୟ ପରାୟଣତା ବଜାୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri