ଦାଦନ ସମସ୍ୟାକୁ ରୋକିବ ଲୋକକଳା

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବାକୁ ଲୋକକଳାର ସାହାଯ୍ୟ ନିଆଯିବ। ଲୋକକଳା ପରିବେଷଣ ମାଧ୍ୟମରେ ଲୋକଙ୍କୁ ଦାଦନ ସମସ୍ୟାର ଭୟାବହତା ଏବଂ ନକାରାତ୍ମକ ଦିଗ ସମ୍ପର୍କରେ ସଚେତନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ବଲାଙ୍ଗୀର, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଭଳି ୪ଟି ଜିଲାରେ ଏହି କାର୍ଯ୍ୟକ୍ରମ କରାଯିବ। ଜିଲାର ପ୍ରତ୍ୟେକ ଗ୍ରାମରେ ସ୍ଥାନୀୟ ଲୋକକଳା କଳାକାରମାନଙ୍କ ଦ୍ୱାରା ନୃତ୍ୟ, ଗୀତ ଓ ନାଟକ ମାଧ୍ୟମରେ ଦାଦନ ସମସ୍ୟା ରୋକିବା ଲାଗି ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିରେ ସମ୍ପୃକ୍ତ ଜିଲାର ବ୍ଲକ୍‌ କଳା ସଂସ୍କୃତି ସଂଘ (ବିକେଏସ୍‌ଏସ୍‌) ଏବଂ ଜିଲା କଳା ସଂସ୍କୃତି ସଂଘ (ଜେଡ୍‌କେଏସ୍‌ଏସ୍‌) ସାମିଲ ହେବେ। ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଶୁକ୍ରବାର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି। ପଞ୍ଚାୟତିରାଜ, ପାନୀୟଜଳ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ୟୁନିସେଫ୍‌ ସହାୟତାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଆଭିମୁଖ୍ୟକରଣ ଓ ତିନିଦିନିଆ ତାଲିମ୍‌ କର୍ମଶାଳାକୁ ପଞ୍ଚାୟତିରାଜ ଓ ପାନୀୟଜଳ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଉଦ୍‌ଘାଟନ କରିଥିଲେ। ଦାଦନ ରୋକିବାକୁ କିଭଳି ଲୋକକଳାକୁ ବ୍ୟବହାର କରାଯିବ ଏବଂ କଳାକାରଙ୍କୁ ନିୟୋଜିତ କରାଯିବ ସେନେଇ ଏଥିରେ ଆଲୋଚନା ହୋଇଥିଲା।
ବିକେଏସ୍‌ଏସ୍‌ ଏବଂ ଜେଡ୍‌କେଏସ୍‌ଏସ୍‌ର ଉପସଭାପତି, ବିଶିଷ୍ଟ ଓ ବରିଷ୍ଠ ଗୁରୁ, ବଛା ବଛା କଳାକାରମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଜନାର ରୂପରେଖ ଓ ତା’ର ସଫଳ ରୂପାୟନ ଲାଗି ସମସ୍ତ ପ୍ରକାରର ତାଲିକା ପ୍ରସ୍ତୁତ କରାଯିବ। କେଉଁ କେଉଁ ସ୍ଥାନରେ, କେଉଁ ଦିନ କ’ଣ କ’ଣ କାର୍ଯ୍ୟକ୍ରମ ହେବ ଏବଂ କେଉଁ ଦଳ ଏହାକୁ ପରିବେଷଣ କରିବେ ତାହାର ସମ୍ପୂର୍ଣ୍ଣ ତାଲିକା କରାଯିବ। ଏହାପରେ ସ୍କ୍ରିପ୍ଟ ଲେଖାଯାଇ ଉକ୍ତ ଦଳଗୁଡ଼ିକୁ ଦିଆଯିବ। ସ୍କ୍ରିପ୍ଟ ଲେଖିବା ସମୟରେ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ନିୟମାବଳୀ ସମ୍ପର୍କରେ ଧ୍ୟାନ ଦେବାକୁ କୁହାଯାଇଛି। ସ୍କ୍ରିପ୍ଟ ସହ ଅଭ୍ୟାସ କରିବା ପରେ କଳାକାରମାନେ ଗଁା ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରିବେ। ଉକ୍ତ କର୍ମଶାଳା ଉଦ୍‌ଘାଟନ ଅବସରରେ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ଶାସନ ସଚିବ ମାନସ ରଞ୍ଜନ ଦେବତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଯୁଗ୍ମ ନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ, ବିଭାଗୀୟ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

ଭାରତ ବିରୋଧରେ ପାକିସ୍ତାନର ନୂଆ ଚାଲ, ସହଯୋଗ କରୁଛି ଚାଇନା!

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଏସିଆର ସର୍ବପୁରାତନ ଆଞ୍ଚଳିକ ସଂଗଠନ ସାର୍କ ସମ୍ପର୍କରେ ପାକିସ୍ତାନ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବିଷାକ୍ତ ବିବୃତ୍ତି ଆରମ୍ଭ କରିଛି। ପାକିସ୍ତାନର...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri