Posted inଜାତୀୟ

୩୩ ପ୍ରତିଶତ ଲୋକଙ୍କ ମତ:ମାନ୍ଦାବସ୍ଥାର କାରଣ ବିମୁଦ୍ରୀକରଣ

ନୂଆଦିଲ୍ଲୀ, ୮।୧୧:୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ। ଏଥିଯୋଗୁ ୮୬% ନୋଟ୍‌ ଅଚଳ ଓ ଅବୈଧ ହୋଇଯାଇଥିଲା। ଏବେ ଏହାର ଠିକ୍‌ ତିନିବର୍ଷ ପରେ ବିମୁଦ୍ରୀକରଣକୁ ନେଇ ଲୋକାଲ୍‌ ସର୍କଲ୍ସ ନାମକ ଏକ ସଂସ୍ଥା ପକ୍ଷରୁ ଅନ୍‌ଲାଇନ୍‌ରେ ସର୍ବେକ୍ଷଣ କରାଯାଇଛି। ଅର୍ଥନୀତି ଉପରେ ମୋଦି ସରକାରଙ୍କ ଏହି ଦୁଃସାହସିକ ପଦକ୍ଷେପର ନକାରାମତ୍କ ପ୍ରଭାବ ପଡ଼ିଥିବା ୬୬% ଲୋକ କହିଛନ୍ତି। ସେହିପରି ୩୩% ଲୋକ ଆର୍ଥିକ ମାନ୍ଦାବସ୍ଥା ପାଇଁ ବିମୁଦ୍ରୀକରଣକୁ ଦାୟୀ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ୩ ବର୍ଷ ତଳେ ରାତି ୮ଟାରେ ବିମୁଦ୍ରୀକରଣ ନେଇ ଟେଲିଭିଜନ୍‌ରେ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ। ଏଥିସହ ଦୁଇଟି ବଡ଼ ୧,୦୦୦ ଓ ୫୦୦ ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା। କଳାଧନ ରୋକିବା, ଭ୍ରଷ୍ଟାଚାର ଉପରେ ଅଙ୍କୁଶ ଲଗାଇବା ଓ ଆତଙ୍କବାଦ ପାଇଁ ଅର୍ଥ ଯୋଗାଣକୁ ବନ୍ଦ କରିବା ନୋଟ୍‌ବନ୍ଦୀର ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ ସେତେବେଳେ ଘୋଷଣା କରିଥିଲେ। ଏତେଦିନ ବିତିଯିବା ପରେ ବିମୁଦ୍ରୀକରଣର ପ୍ରଭାବକୁ ନେଇ ଏକ ଅନ୍‌ଲାଇନ୍‌ ସର୍ଭେ କରାଯାଇଛି। ଭାରତୀୟ ଅର୍ଥନୀତି ଓ ଶ୍ରମ ନିୟୋଜନ ଉପରେ ଏହାର ନକାରାମତ୍କ ପ୍ରଭାବ ପଡ଼ିଛି ବୋଲି ସର୍ବେକ୍ଷଣରେ ଭାଗନେଇଥିତ୍ବା ଲୋକଙ୍କ ମଧ୍ୟରୁ ୬୬% କହିଛନ୍ତି। ବିମୁଦ୍ରୀକରଣର କୌଣସି ପ୍ରକାର ନକାରାମତ୍କ ପ୍ରଭାବ ନ ଥିବା କେବଳ ୨୮% ଉତ୍ତରଦାତା ମତ ଦେଇଛନ୍ତି। ୩୩% ମତଦାତାଙ୍କ କହିବା ହେଲା, ଅର୍ଥନୀତିରେ ମାନ୍ଦାବସ୍ଥାର କାରଣ ବିମୁଦ୍ରୀକରଣ। ସରକାର ଏହାର ସମାଧାନ କରିବାରେ ସକ୍ଷମ ହୋଇନାହାନ୍ତି। ବିମୁଦ୍ରୀକରଣ ଘୋଷଣା କରାଯିବା ସମୟରେ ଭାରତୀୟ ଅର୍ଥନୀତିର ଅବସ୍ଥା ବହୁତ ଭଲ ଥିଲା ବୋଲି ସେମାନେ କହିଛନ୍ତି। ସେମାନଙ୍କ ମତରେ ଏହି ଘୋଷଣାର କିଛି ମାସ ପରେ ଅର୍ଥନୀତି ନିମ୍ନଗାମୀ ହେବାରେ ଲାଗିଲା। ୨୦୧୭-୧୮ରେ ଏହା କିଛି ମାତ୍ରାରେ ଠିକ୍‌ ଅବସ୍ଥାକୁ ଆସୁଥିଲା। କିନ୍ତୁ ପରେ ପୁଣି ତଳକୁ ଖସିବାରେ ଲାଗିଲା। ବିଗତ ୫ଟି ଚତୁର୍ମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ଲଗାତର ଖସିବାରେ ଲାଗିଛି। ତେବେ ଏହି ସ୍ଥିତି ପାଇଁ କେବଳ ବିମୁଦ୍ରୀକରଣକୁ ଦାୟୀ କରାଯାଇ ପାରିବ ନାହିଁ।
ଅର୍ଥନୀତି ଉପରେ ତୀକ୍ଷ୍ଣ ନଜର ରଖୁଥିବା ଲୋକେ କହିଛନ୍ତି ଯେ, ବିମୁଦ୍ରୀକରଣ ଯୋଗୁ ଅସଙ୍ଗଠିତ କ୍ଷେତ୍ର ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ନିଯୁକ୍ତିରେ ଛଟେଇ ଓ ତଦ୍‌ଜନିତ ସର୍ପିଳ ପ୍ରଭାବ ଯୋଗୁ ଲୋକଙ୍କ ଆୟ କମିବା ସହ କ୍ରୟ ଦକ୍ଷତା ମଧ୍ୟ ହ୍ରାସ ପାଇଛି। ବିଶେଷକରି ଗ୍ରାମଞ୍ଚଳରେ ଏପରି ଦେଖିବାକୁ ମିଳୁଛି। ସେହିପରି ବିମୁଦ୍ରୀକରଣ ଯୋଗୁ ଅନେକ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ଆୟ କମିବାର ମୁଖ୍ୟ କାରଣ ବୋଲି ଏହି ସଦ୍ୟ ସର୍ଭେରେ ଭାଗ ନେଇଥିବା ୩୨% ଲୋକ ଏକମତ ହୋଇଛନ୍ତି। ଅନ୍ୟପକ୍ଷରେ ବିମୁଦ୍ରୀକରଣ ସପକ୍ଷରେ ଭୋଟ ଦେଇଥିବା ଲୋକଙ୍କ ମଧ୍ୟରୁ ୪୨ ପ୍ରତିଶତଙ୍କ ମତରେ ଏହି ପଦକ୍ଷେପ ଟିକସ ଠକେଇ କରୁଥିବା ବହୁସଂଖ୍ୟକ ଲୋକଙ୍କୁ ଏହାର ପରିସର ମଧ୍ୟରୁ ଟାଣିଆଣି ଏକ ବର୍ଦ୍ଧିତ ଟାକ୍ସ ନେଟ୍‌ ଆଣିପାରିଛି। ସର୍ଭେରେ ଆହୁରି ଜଣାପଡ଼ିଛି ଯେ, ବିମୁଦ୍ରୀକରଣ ଘୋଷଣାର ଠିକ୍‌ ପରେ ବ୍ୟବସାୟ ଓ ବ୍ୟକ୍ତିଗତ କାରବାରରେ ନଗଦ ଅର୍ଥର ବ୍ୟବହାର କମିଥିବାବେଳେ ବିଗତ ଦୁଇବର୍ଷରେ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ...

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri