ଜଜାଙ୍ଗ ରଶ୍ମିରଞ୍ଜନ ହତ୍ୟା ମାମଲା : ମାଷ୍ଟର ମାଇଣ୍ଡଙ୍କୁ ମୁମ୍ବାଇରେ ଖୋଜୁଛି ପୋଲିସ

ଜଗତ୍‌ସିଂହପୁର ଅଫିସ,୪ା୧୧: ତିର୍ତ୍ତୋଲ ଥାନା ଅଧୀନ ବେଗୁଡିଆ ଜଜାଙ୍ଗ ଗ୍ରାମର ଦୀପା ଓରଫ ରଶ୍ମିରଞ୍ଜନ ସ୍ବାଇଁ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡଙ୍କୁ ମୁମ୍ବାଇରେ ଖୋଜୁଛି ପୋଲିସ। ସମ୍ପୃକ୍ତ ଅଭିଯୁକ୍ତ ଚଞ୍ଚକତାପୂର୍ବକ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ପୋଲିସକୁ ଗିରଫ କରିବାରେ ବିଳମ୍ବ ହେଉଛି। ତଥାପି ଶୀଘ୍ର ଅଭିଯୁକ୍ତ କବ୍‌ଜାକୁ ଆସିବେ ବୋଲି ତିର୍ତ୍ତୋଲ ଆଇଆଇସି କୃଷ୍ଣପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ଜଗତ୍‌ସିଂହପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ୫ ଜଣିଆ ଦଳ ମୁମ୍ବାଇ ଯାଇ ତାଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ତାଙ୍କ ଠିକଣା, ମୋବାଇଲ ନମ୍ବର ଆଦି ପୋଲିସକୁ ଜଣାଥିବାରୁ ବିଶେଷ ଅସୁବିଧା ହେବନାହିଁ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଗତ ମାସ ୨୨ ତାରିଖରେ ରଶ୍ମିରଞ୍ଜନଙ୍କୁ ବାଲିକୁଦା ଥାନା ମୁଳୁଗାଁର ଜଗା ଓରଫ ଜଗନ୍ନାଥ ଦାସ ଓ ଏହି ଥାନା ସରଣା ଗାଁର ରାଜା ଓରଫ ରାକେଶ ରଞ୍ଜନ ମୁଦୁଲି ମିଶି କଟରା ପଞ୍ଚାୟତ ପୋଖରୀ ନିକଟରେ ହତ୍ୟା କରିଥିଲେ। ପରେ ମୃତଦେହକୁ ପୋଖରୀରେ ଫିଙ୍ଗି ଦେଇଥିବା ପୋଲିସ ତଦନ୍ତରୁ ଜଣାଯାଇଥିଲା। ତଦନ୍ତକୁ ଆଧାର କରି ତିର୍ତ୍ତୋଲ ପୋଲିସ ଅଭିଯୁକ୍ତଦ୍ୱୟଙ୍କୁ ଧରିବା ପରେ ହତ୍ୟାକାଣ୍ଡର ରହସ୍ୟ ପଦାକୁ ଆସିଥିଲା। ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ହେଉଛନ୍ତି ଜଜାଙ୍ଗ ଗ୍ରାମର ଜଣେ ମହିଳାଙ୍କ ସ୍ବାମୀ ଯିଏକି ମୁମ୍ବାଇର ଏକ କମ୍ପାନୀରେ ଶ୍ରମିକ ସୁପରଭାଇଜର ଭାବେ କାମ କରନ୍ତି। ସମ୍ପୃକ୍ତ ମହିଳାଙ୍କୁ ରଶ୍ମିରଞ୍ଜନ ବଳ ପୂର୍ବକ ଯୌନ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରି ବିଫଳ ହେବାରୁ କ୍ରୋଧାନ୍ବିତ ହୋଇ ପଡିଥିଲେ। ଏପରି କି ମହିଳାଙ୍କ ଛୋଟ ସନ୍ତାନ ଓ ସ୍ବାମୀଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ପରିସ୍ଥିତି ଜଟିଳ ହେବାରୁ ମହିଳା ତାଙ୍କ ସ୍ବାମୀଙ୍କୁ ଫୋନ୍‌ରେ ସୂଚନା ଦେଲା ପରେ ପରିସ୍ଥିତି ଭିନ୍ନ ମୋଡ ନେଇଥିଲା। ମହିଳାଙ୍କ ସ୍ବାମୀ କୌଣସି ପରିସ୍ଥିତିରେ ରଶ୍ମିରଞ୍ଜନଙ୍କୁ ହତ୍ୟା କରିବାକୁ ଚାହିଁଥିଲେ। ସୌଭାଗ୍ୟ ଚାକିରି ଅନୁସନ୍ଧାନରେ ମୁମ୍ବାଇ ଯାଇଥିବା ମାଷ୍ଟରମାଇଣ୍ଡର ସମ୍ପର୍କୀୟ ଭାଇ ଜଗା ଦେଖା ହୋଇ ଯାଇଥିଲେ। ପରେ ରଶ୍ମିରଞ୍ଜନଙ୍କୁ ହତ୍ୟା ପାଇଁ ସୁପାରିକିଲର ଠିକ କରିଦେବାକୁ ମହିଳାଙ୍କ ସ୍ବାମୀ କହିବାରୁ ଆର୍ଥିକ ଦୃଷ୍ଟିରୁ ଗରିବ ଥିବା ଜଗା ଏହି କାମ ପାଇଁ ରାଜି ହୋଇ ଯାଇଥିଲେ। ୩ ଲକ୍ଷ ଟଙ୍କା ଡିଲ୍‌ ହୋଇଥିଲା। ପ୍ରଥମେ ୨୦ ହଜାର ଜଗା ନେଇଥିଲେ। ମୁମ୍ବାଇରୁ ଗାଁକୁ ଗଲା ବେଳେ ୫୦ ହଜାର ଟଙ୍କା ନେଇଥିଲେ। ରଶ୍ମିରଞ୍ଜନଙ୍କ ଜଣେ ବନ୍ଧୁ ହେଉଛନ୍ତି ରାଜା। ତେଣୁ ରାଜାଙ୍କ ସହାୟତାରେ ରଶ୍ମିରଞ୍ଜନଙ୍କୁ ହତ୍ୟା ପାଇଁ ଜଗା ଷଡଯନ୍ତ୍ର ରଚିଥିଲେ। ରାଜା ମଧ୍ୟ ଏଥିରେ ରାଜି ହୋଇ ଯାଇଥିଲେ। ଯୋଜନା ମୁତାବକ ସେମାନେ କଟରା ପଞ୍ଚାୟତ ପୋଖରୀ ପାର୍ଶ୍ୱରେ ମଦ୍ୟପାନ କରିଥିଲେ। ପରେ ଜଗା ଏକ ହଁସୁଆ କଟୁରୀରେ ରଶ୍ମିରଞ୍ଜନଙ୍କୁ ହାଣି ପୋଖରୀରେ ପକାଇ ଦେଇଥିଲେ। ହତ୍ୟାକାଣ୍ଡ ପରେ ମାଷ୍ଟରମାଇଣ୍ଡ ଆଉ ୫୦ ହଜାର ଟଙ୍କା ଦେଇଥିଲେ। ଜଗା ଏହା ଭିତରେ ୧,୨୦,୦୦୦ ଟଙ୍କା ନେଇଥିବା ବେଳେ ଅବଶିଷ୍ଟ ୧,୮୦,୦୦୦ ଟଙ୍କା ପାଇବାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri