ଆବାସ କାର୍ଯ୍ୟାଦେଶ ପାଇଁ ଲାଞ୍ଚ ମାମଲା: ତଦନ୍ତ କଲେ ଏପିଡି

ପରଜଙ୍ଗ, ୧।୧୧(ଡି.ଏନ.ଏ.)-ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଁ ଲାଞ୍ଚ କାରବାର ହେଉଥିବା ହିତାଧିକାରୀମାନେ ଅଭିଯୋଗ ଆଣିଥିଲେ। ଗୁରୁବାର ଏପିଡି ସରିତା ଷଡ଼ଙ୍ଗୀ, ଓଡ଼ିଶା ଜୀବିକା ମିଶନ ଏପିଡି ମୌସୁମୀ ମହାନ୍ତି, ପିଇଓ ନକୁଳ ବେହେରା ଏହାର ତଦନ୍ତ କରିଛନ୍ତି।
ସୂଚନାଯୋଗ୍ୟ, ହିତାଧିକାରୀ ଲବଙ୍ଗ ବେହେରା, ସୁଶାନ୍ତ ବିଶ୍ୱାଳ, ଅଞ୍ଜଳି ଦେହୁରୀ ପ୍ରମୁଖ ପାଟରପଦା ସରପଞ୍ଚ ଦୁଃଶାସନ ବିଶ୍ୱାଳଙ୍କ ବିରୋଧରେ କାର୍ଯ୍ୟାଦେଶ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ଆଣିଥିଲେ। ଏହାପରେ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ବିଡିଓ ବସନ୍ତ ମଲ୍ଲିକ କୁହନ୍ତି, ଅଭିଯୋଗକାରୀମାନେ ସରପଞ୍ଚଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏ ନେଇ କୌଣସି ପ୍ରମାଣ ଦେଇନାହାନ୍ତି। ଏହା ଉପରେ ବ୍ଲକ ପ୍ରଶାସନ ପକ୍ଷରୁ ସରପଞ୍ଚଙ୍କୁ କୈଫିୟତ ମଗାଯାଇଥିଲା। ସରପଞ୍ଚ ଏହାର ଉତ୍ତର ରଖିଛନ୍ତି। ଅନ୍ୟପଟେ ହିତାଧିକାରୀ ଲବଙ୍ଗ କୁହନ୍ତି, ସେ ସମ୍ପୂର୍ଣ୍ଣ ବିଲ୍‌ ପାଇସାରିଛନ୍ତି। କାର୍ଯ୍ୟାଦେଶ ଦେବାକୁ ସେ ୨ବର୍ଷ ତଳେ ଟଙ୍କା ଦେଇଥିବା କହିଛନ୍ତି। ସେହିପରି ଅଞ୍ଜଳି କୁହନ୍ତି, ସେ ୧୦ ହଜାର ଟଙ୍କା ଦେଇଥିଲେ। ଉକ୍ତ ଟଙ୍କା ସରପଞ୍ଚ ଫେରାଇ ଦେଇଛନ୍ତି। ହିତାଧିକାରୀଙ୍କ ଅଭିଯୋଗକୁ ନେଇ ସରପଞ୍ଚ ନିଜ ପକ୍ଷ ରଖି କୁହନ୍ତି, ସେ କୌଣସି ଟଙ୍କା ନେଣଦେଣ କାରବାରରେ ସମ୍ପୃକ୍ତ ନାହାନ୍ତି। ତେଣୁ ଟଙ୍କା ଫେରାଇବାର ପ୍ରଶ୍ନ ଉଠୁନାହିଁ । ଅନ୍ୟପଟେ ଅଭିଯୋଗପତ୍ରରେ ଦର୍ଶାଯାଇଥିବା ସାକ୍ଷୀମାନଙ୍କୁ ଡକାଯାଇଥିଲେ ମଧ୍ୟ କେହି ଆସି ନ ଥିବା ଜଣାପଡ଼ିଛି। ସେହିପରି ରେଣ୍ଠାପାଟ ପଞ୍ଚାୟତ ଅନ୍ତର୍ଗତ ପାଣିଗେଙ୍ଗୁଟିଆ ଗ୍ରାମରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଥିବାବେଳେ ତଦନ୍ତକାରୀ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri