ଅବହେଳାର ଶିକାର ଏନ୍‌ଟିପିସି ହଟିଂବାସୀ : ପାଣି ମୁନ୍ଦେ ପାଇଁ ଧାଡ଼ି ବିକଳ୍ପ

କଣିହାଁ, ୨୬ା୫(ଡି.ଏନ.ଏ.) – କାରଖାନାରେ ଖଟିବା ଠାରୁ ବଳିଯାଉଛି ପାଣି ସଂଗ୍ରହ ପାଇଁ ଶ୍ରମର ପରିମାଣ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବି ଧାଡ଼ିରେ ଛିଡା ହେବା ଛଡା ଆଉ କିଛି ବିକଳ୍ପ ନାହିଁ। ଶୋଷକୁ ଶାନ୍ତ କରିବାକୁ ଦିନ ଆରମ୍ଭରୁ ହିଁ ଟ୍ୟାପ ସମ୍ମୁଖରେ ଆଗ ଧାଡିରେ ଛିଡା ହେବାକୁ ଆରମ୍ଭ ହେଉଛି ପ୍ରତିଯୋଗିତା। ଏତେ ପରିଶ୍ରମ ପରେ ବି ପଛରେ ରହି ପାଣି ପାଇପାରୁ ନ ଥିବା ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଆଉ ଏ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ମହାରତ୍ନ ମାନ୍ୟତା ପ୍ରାପ୍ତ ଏନ୍‌ଟିପିସି ପ୍ରକଳ୍ପ ଶକ୍ତିଦ୍ୱାର ନିକଟସ୍ଥ ହଟିଂବାସୀ। ଏତେ ନିକଟରେ ଥାଇ ବି ପ୍ରକଳ୍ପ ଅଧିକାରୀଙ୍କ ଦୃଷ୍ଟି ପଡୁନି ସେମାନଙ୍କ ସମସ୍ୟା ଉପରେ। ପ୍ରଶାସନ ମଧ୍ୟ ଜାଣି ଅଜଣା ହେଉଛି। ଫଳରେ ସଂଘର୍ଷ କରି ପାଣି ସଂଗ୍ରହ କରିବା ଛଡା ଆଉ କିଛି ଉପାୟ ନାହିଁ ବୋଲି କହିଛନ୍ତି ହଟିଂବାସୀ।
ହଟିଂ ବାସିନ୍ଦା ସୁନୀଲ, କାଳନ୍ଦୀ, ପ୍ରତାପ ଟୁଡୁ, ଏମ୍‌ ମୁର୍ମୁ , ବାପୁନି ଜେନା, ଗଣେଷ କୁମାର ପ୍ରମୁଖଙ୍କ କହିବା ମୁତାବକ, ଏଠାରେ ପାଣି ସମସ୍ୟା ଦୀର୍ଘ ୨୫ ବର୍ଷର। ବିଭିନ୍ନ ଜିଲାରୁ ଶ୍ରମିକମାନେ ଆସି ହଟିଂରେ ରହୁଥିଲେ ମଧ୍ୟ ସରକାର ଓ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଅବହେଳାର ଶିକାର ହୋଇଆସୁଛନ୍ତି। ଏବେ ପାନୀୟ ସମସ୍ୟାରେ ପ୍ରାୟ ହଜାରେ ଲୋକ ଯୁଝି ହେଉଛନ୍ତି। ହଟିଂ ସ୍କୁଲ ସହ ଅନ୍ୟ ୨ ସ୍ଥାନରେ ଥିବା ନଳକୂଅ ଦୀର୍ଘଦିନ ହେଲା ଅଚଳ। ପ୍ରକଳ୍ପର ଦୂଷିତ ପାଣିକୁ ଲୋକେ ଶୌଚ ପାଇଁ ବ୍ୟବହାର କରୁଛନ୍ତି। ଶୁଦ୍ଧ ପାନୀୟ ଜଳ ପାଇଁ ପ୍ରକଳ୍ପ ଶକ୍ତିଦ୍ୱାର ନିକଟରେ ଗୋଟିଏ ସଂଯୋଗରେ ୩ଟି ଟ୍ୟାପର ବ୍ୟବସ୍ଥା ହୋଇଥିଲା। ଦୀର୍ଘ ଦିନ ହେଲା ମାତ୍ର ଗୋଟିଏ ଟ୍ୟାପରୁ ପାଣି ବାହାରୁଥିବାବେଳେ ୨ଟି ଖରାପ ହୋଇଯାଇଥିଲା। ବର୍ତ୍ତମାନ ସେହି ଗୋଟିଏ ଟ୍ୟାପ୍‌ରୁ ମଧ୍ୟ ଆବଶ୍ୟକ ମୁତାବକ ପାଣି ବାହାରୁନି। ମାସେ ହେଲାଣି ଘଣ୍ଟା ଘଣ୍ଟା ଧରି ଖରାତରାରେ ଧାଡ଼ିରେ ଛିଡା ହେବାକୁ ପଡୁଛି। ଏପରିକି ପାଣି ଆସୁ ନ ଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଲୋକେ ଗରା ମାଠିଆ ଧରି ଅପେକ୍ଷା କରୁଛନ୍ତି। ଏଥିପାଇଁ ସରକାର ଓ ପ୍ରକଳ୍ପ ଦୃଷ୍ଟି ନ ଦେଲେ ହଟିଂବାସୀ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଏନ୍‌ଟିପିସି ପ୍ରକଳ୍ପ ଜନ ସମ୍ପର୍କ ଅଧିକାରୀ ଅମିତ କୁମାର ବେହେରାଙ୍କୁ ପଚାରିବାରେ କହିଛନ୍ତି, ହଟିଂକୁ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା। ଟ୍ୟାଙ୍କର ଯୋଗେ ମଧ୍ୟ ପାଣି ଯାଉଛି। କେଉଁଠି ଅସୁବିଧା ହେଉଛି ତାହାର ତଦାରଖ କରାଯାଇ ସମସ୍ୟା ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ...

ମା’ ଠାକୁରାଣୀଙ୍କ ଯାତ୍ରାରେ ନବମ ଦିନରେ ପ୍ରକମ୍ପିତ ଗୌଡ଼ ସାହି

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମା’ ଠାକୁରାଣୀଙ୍କ ଯାତ୍ରା ନବମ ଦିନରେ ପହଞ୍ଚିଛି। ଏହି ୯ଦିନ ଧରି ଦାରିଙ୍ଗବାଡ଼ିି ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରତିଦିନ...

ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ

ଫୁଲନଖରା,୧ା୫(ସତ୍ୟ ରଞ୍ଜନ ଦାସମହାପାତ୍ର): ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ କଟକ ସଦର ଥାନା ପୋଲିସ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଜିଲାରେ ହେବ ଭୋଟ୍‌ ଗ୍ରହଣ। ଏଥି ନିମନ୍ତେ ବୁଧବାର ଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସ। ଏହି...

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା...

ଅତାବିରା ଆସନ ପାଇଁ ଜୟକ୍ରିଷ୍ଣାଙ୍କ ନାମାଙ୍କନପତ୍ର ଦାଖଲ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ବୁଧବାର...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri