‘ମାୟାବିନୀ ମୌସୁମୀ’ରେ ନାରୀର କଥା

ନାରୀ ହେଉଛି ପ୍ରକୃତି ସ୍ବରୂପା। ନାରୀ ହିଁ ଏ ପୁରୁଷ ପ୍ରାଧାନ୍ୟ ସମାଜର ଏକ ପ୍ରଧାନ ଉତ୍ସ। ନାରୀ ହସିଲେ ସମାଜ ହସେ। ନାରୀ କାନ୍ଦିଲେ ସମାଜ କାନ୍ଦେ। ଯେତେବେଳେ ନାରୀ ଆଖିରୁ ଲୁହ ଝରେ, ଯେତେବେଳେ ତା’ ନାକପୁଡ଼ାରୁ ତତଲା ନିଃଶ୍ୱାସ ବାହାରେ ସେତେବେଳେ ପୁରୁଷ ପ୍ରାଧାନ୍ୟ ସମାଜ ଧ୍ୱଂସ ହୋଇଯାଏ। ସେମିତି ଏକ କାହାଣୀକୁ ନେଇ ରଚିତ ହୋଇଛି ନାଟକ ‘ମାୟାବିନୀ ମୌସୁମୀ’।

ନାଟକର ଭାବବସ୍ତୁଟି ଏମିତି: ମୌସୁମୀର ଆଗମନରେ ମାଟି ହୁଏ ସବୁଜ ଶ୍ୟାମଳ। ଆନନ୍ଦରେ ବିଭୋର ହୁଏ ପୃଥିବୀ। ମୌସୁମୀ ମାୟାକଲେ ପୃଥିବୀ ହୁଏ ଧୂସର। ମାଟି ହୁଏ ମରୁଭୂମି। ସମୟର ମୌସୁମୀ ଭାଗ୍ୟର ମାଟି ଉପରେ ଯଦି କେବେ ମାୟାବିନୀ ସାଜି ମାୟାର ଖେଳ ଖେଳେ ତା’ହେଲେ ଜୀବନ ହୁଏ ବିପର୍ଯ୍ୟସ୍ତ। ମାୟାବିନୀ ମୌସୁମୀର ଉତ୍ତପ୍ତ ନିଃଶ୍ୱାସ ତଳେ ବିଚରା ମଣିଷ ଜଳିପୋଡ଼ି ଛାରଖାର ହୋଇଯାଏ।

ଏଭଳି ଏକ ସମ୍ବେଦନଶୀଳ କାହାଣୀକୁ ନେଇ ନାଟକଟିକୁ ରଚନା କରିଛନ୍ତି ନାଟ୍ୟକାର ଅଧ୍ୟାପକ ଚିନ୍ମୟ ଦାସ ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି କିଶୋର ଖଣ୍ଡୁଆଳ। ଏହାର ସଂଗୀତ ଦାୟିତ୍ୱ ବିକାଶ ଶୁକ୍ଳା ତୁଲାଇଥିବା ବେଳେ ଗୀତ ରଚନା କରିଛନ୍ତି ନିଗମ ମିଶ୍ର। ନୃତ୍ୟ ବିଭାଗରେ ଅଛନ୍ତି ବାପିସାର୍‌। ଭାଇଭାଇର ପ୍ରେମ, ସନ୍ଦେହ, ପିତାର ଆଦର୍ଶ, ସାବତ ମା’ର ଈର୍ଷା, ବଡ଼ଭାଇର ତ୍ୟାଗ, ସ୍ବାମୀ ସ୍ତ୍ରୀ ମଧ୍ୟରେ ଭୁଲ୍‌ ବୁଝାମଣା, ପ୍ରେମିକାର ଅନନ୍ୟ ପ୍ରେମ, ଖଳନାୟକର କୁତ୍ସିତ ଷଡ଼ଯନ୍ତ୍ର, ଦାରିଦ୍ର୍ୟର ଯନ୍ତ୍ରଣାରେ ଛଟପଟ ହେଉଥିବା ଭାଇ, ପୁରୁଷ ପୀଡ଼ିତା ଯାଜ୍ଞସେନୀର କଠୋର ପ୍ରତିଜ୍ଞା, ପରିସ୍ଥିତିର ନିଅଁାରେ ଜଳି ଛଟପଟ ହେଉଥିବା ମଣିଷ ଆଦି ଘଟଣାକୁ ନେଇ ନାଟକଟି ବଳିଷ୍ଠ ହୋଇପାରିଛି। ବିନୋଦ, ବେବିନା, ରୀନା, ଲିଜା, ପୂଜା, ସାଇ ସୁରଜ, ଦୀପକ ବୋଷ, ଅଭି, ବ୍ରଜ, ବାପି, ଟୁକୁ ପ୍ରମୁଖଙ୍କ ଅଭିନୟ ଯେତିକି ଜୀବନ୍ତ ସେତିକି ପ୍ରଶଂସନୀୟ। ନାଟ୍ୟକାର ତଥା ଯାତ୍ରା ପରିଚାଳକ ବଙ୍କିମ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିବେଷିତ ହେଉଥିବା ନାଟକଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇପାରୁଥିବା ଦର୍ଶକ ମହଲରୁ ଜଣାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

ଫ୍ୟାନ୍ସଙ୍କ ଭିଡ଼ ଯୋଗୁ ବିମାନବନ୍ଦରରେ ପଡ଼ିଗଲେ ସୁପରଷ୍ଟାର ବିଜୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧୨: ସୁପରଷ୍ଟାର ବିଜୟ ଯେଉଁଠାକୁ ଯାଆନ୍ତି, ପ୍ରଶଂସକମାନେ ତାଙ୍କୁ ଘେରି ଯାଆନ୍ତି । ଏହି ଅଭିନେତା ହଜାର ହଜାର ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବା ପାଇଁ...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri