Posted inଫୁରସତ

ବ୍ୟକ୍ତିତ୍ୱ: ଭୀଷ୍ମ ସାହାଣୀ

ଭୀଷ୍ମ ସାହାଣୀ ଏକାଧାରରେ ଥିଲେ ଜଣେ ନାଟ୍ୟକାର, ଔପନ୍ୟାସିକ, ଅଭିନେତା ଏବଂ ଟେଲିଭିଜନ ପର୍ସନାଲିଟି। ବିଶେଷକରି ସେ ତାଙ୍କର ନାଟକ ଏବଂ ଉପନ୍ୟାସ ଆଦି ପାଇଁ ସାରା ଭାରତରେ ଥିଲେ ସୁଖ୍ୟାତ। ତାଙ୍କର ଏକ ଅତି ଲୋକପ୍ରିୟ ଉପନ୍ୟାସ ହେଉଛି ‘ତାମସ’। ଭାରତ ବିଭାଜନକୁ ପୃଷ୍ଠ ଭୂମିରେ ରଖି ସେ ଏହି ଉପନ୍ୟାସ ରଚନା କରିଥିଲେ। ଉପନ୍ୟାସଟି ସର୍ବାଧିକ ପାଠକୀୟତା ଲାଭ କରିଥିଲା। ସେତିକି ନୁହେଁ, ଏହାର ଟେଲିଭିଜନ ସ୍କ୍ରିନପ୍ଲେ ମଧ୍ୟ ସେ ରଚନା କରିଥିଲେ। ଏହା ଟେଲିଭିଜନରେ ପ୍ରସାରିତ ହୋଇ ତାଙ୍କୁ ଆଶାନୁରୂପ ସଫଳତା ଆଣି ଦେଇଥିଲା। ୧୯୯୮ରେ ତାଙ୍କୁ ପଦ୍ମଭୂଷଣ ଉପାଧି ପ୍ରଦାନ କରାଯାଇଥିଲା। ସେହିଭଳି ୨୦୦୨ରେ ସେ ସାହିତ୍ୟ ଏକାଡେମୀର ଫେଲୋଶିପ୍‌ ହାସଲ କରିଥିଲେ। ତାଙ୍କର ଜନ୍ମ ଏକ କଳାକାର ବଂଶରେ। ତାଙ୍କର ବଡ଼ଭାଇ ହେଉଛନ୍ତି ହିନ୍ଦୀ ଫିଲ୍ମର ଜଣେ ଜଣାଶୁଣା ଅଭିନେତା ବଲରାଜ ସାହାଣୀ। ବାବୁ ହରିବଂଶଲ ସାହାଣୀ ଥିଲେ ତାଙ୍କର ବାପା।

ସ୍ବାଧୀନତା ଓ ବିଭାଜନ : ଭାରତର ସ୍ବାଧୀନତା ତଥା ଦେଶ ବିଭାଜନର ଜଣେ ପ୍ରତ୍ୟକ୍ଷ ସାକ୍ଷୀ ଥିଲେ ଭୀଷ୍ମ ସାହାଣୀ। ୧୯୧୫ ଅଗଷ୍ଟ ୮ ତାରିଖରେ ରାଓ୍ବଲପିଣ୍ଡିଠାରେ ଜନ୍ମ ହୋଇଥିଲେ ଭୀଷ୍ମ ।
ସେ ଜଣେ ବିଚକ୍ଷଣ ପ୍ରତିଭା ସମ୍ପନ୍ନ ଛାତ୍ର ଥିଲେ। ଇଂଲିଶ ଭାଷା ସାହିତ୍ୟରେ ସେ ଲାହୋର ସରକାରୀ ମହାବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେହିଭଳି ସେ ୧୯୫୮ ମସିହାରେ ପିଏଚ୍‌.ଡି. ହାସଲ କରିଥିଲେ। ଭାରତର ମୁକ୍ତି ସଂଗ୍ରାମରେ ଯୋଗ ଦେଇ ସେ ବ୍ରିିଟିଶ୍‌ ବିରୋଧରେ ଲଢ଼େଇ କରିଥିଲେ। ଭାରତ ବିଭାଜନ ସମୟରେ ଇଣ୍ଡିଆନ୍‌ ନ୍ୟାଶନାଲ କଂଗ୍ରେସର ସେ ଥିଲେ ଜଣେ ସକ୍ରିୟ ସଦସ୍ୟ। ଦେଶ ବିଭାଜନ ପରେ ଦଙ୍ଗା ଆରମ୍ଭ ହୋଇଗଲା। ବହୁ ଲୋକ ଶରଣାର୍ଥୀ ହୋଇ ଜୀବନ ଯାପନ କରିଥିଲେ। ସେହି ସମୟରେ ଅର୍ଥାତ୍‌ ୧୯୪୭ ମାର୍ଚ୍ଚ ମାସରେ ସେ ରାଓ୍ବଲ୍‌ପିଣ୍ଡି ଠାରେ ଦଙ୍ଗା ପୀଡ଼ିତ ଶରଣାର୍ଥୀଙ୍କ ନିମନ୍ତେ ରିଲିଫ୍‌ କ୍ୟାମ୍ପ୍‌ର ମଧ୍ୟ ଆୟୋଜନ କରିଥିଲେ।

କଂଗ୍ରେସ ଛାଡ଼ି କମ୍ୟୁନିଷ୍ଟ : ୧୯୪୮ ମସିହାରେ ଭୀଷ୍ମ ସାହାଣୀ ଇଣ୍ଡିଆନ୍‌ ପିପୁଲ୍ସ ଥିଏଟର ଆସୋସିଏଶନ୍‌ (ଇପଟା)ରେ କାମ କଲେ। ଏ ସଂସ୍ଥାରେ ତାଙ୍କର ବଡ଼ଭାଇ ତଥା ଅଭିନେତା ବଲରାଜ ସାହାଣୀ ମଧ୍ୟ ଆଗରୁ କାମ କରୁଥିଲେ। ବଲରାଜ ସେଠାରେ କେବଳ ଅଭିନେତା ଭାବରେ କାମ କରୁଥିବା ବେଳେ ଭୀଷ୍ମ ସାହାଣୀ ସେଠାରେ ଜଣେ ଅଭିନେତା ତଥା ନିର୍ଦ୍ଦେଶକ ଭାବରେ ଯୋଗଦେଲେ। ଇପଟାରେ ଯୋଗଦେବା ଯୋଗୁ ସେ କଂଗ୍ରେସ ପାଇଁ ସମୟ ଦେଇପାରିଲେ ନାହିଁ। ଫଳରେ କଂଗ୍ରେସକୁ ତାଙ୍କୁ ଛାଡ଼ିବାକୁ ହେଲା। କଂଗ୍ରେସକୁ ସିନା ଛାଡ଼ିଲେ। ହେଲେ ରାଜନୀତି ଛାଡ଼ି ପାରିଲେ ନାହିଁ। କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଲେ।

କ୍ୟାରିୟର: କ୍ୟାରିୟର କରିବା ପାଇଁ ତାଙ୍କୁ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ଛାଡ଼ି ପଞ୍ଜାବ ଯିବାକୁ ପଡ଼ିଲା। ସେ ପ୍ରଥମେ ଅମୃତସରର ଅମ୍ବାଲା ଏବଂ ପରେ ଖାଲସା କଲେଜରେ ଜଣେ ଅଧ୍ୟାପକ ଭାବରେ ଯୋଗଦେଲେ। ସେଠାରୁ ସେ ଗଲେ ଦିଲ୍ଲୀ। ଦିଲ୍ଲୀର ଜାକିର ହୁସେନ୍‌ କଲେଜରେ ସେ ଇଂଲିଶର ଅଧ୍ୟାପକ ଭାବରେ କାର୍ଯ୍ୟକଲେ। ୧୯୫୬ରୁ ୧୯୬୩ ଯାଏ ସେ ଜଣେ ଟ୍ରାନ୍ସଲେଟର ଭାବରେ କାର୍ଯ୍ୟକଲେ। ସେଥିଲାଗି ତାଙ୍କୁ ମସ୍କୋ ଯିବାକୁ ପଡ଼ିଲା। ସେହି ସମୟ ମଧ୍ୟରେ ସେ ଲିଓ ଟଲଷ୍ଟୟଙ୍କ ଗପସବୁକୁ ହିନ୍ଦୀରେ ଅନୁବାଦ କଲେ ଏବଂ ତାଙ୍କର ଉପନ୍ୟାସ ରିସରେକଶନ୍‌କୁ ମଧ୍ୟ ସେ ହିନ୍ଦୀରେ ଅନୁବାଦ କରିଥିଲେ। ତେବେ ଏହା ତାଙ୍କ ମନ ପସନ୍ଦର କାମ ନ ଥିଲା। ସେ ପୁଣିଥରେ ଦିଲ୍ଲୀ ଚାଲିଆସିଲେ ଓ ତାଙ୍କର ଅଧ୍ୟାପନା ବୃତ୍ତିରେ ଯୋଗଦେଲେ।

ସାହାଣୀଙ୍କ ସାହିତ୍ୟ : ଭୀଷ୍ମ ସାହାଣୀଙ୍କ ସାହିତ୍ୟ ବହୁଭାବରେ ସମୃଦ୍ଧ। ତେବେ ବିଭାଜନ ଓ ତା’ର ଧ୍ୱଂସ ତାଣ୍ଡବ ତାଙ୍କ ସାହିତ୍ୟକୁ ଅତ୍ୟଧିକ ପ୍ରଭାବିତ କରିଥିବା ଦେଖିବାକୁ ମିଳେ। ତାହାର ଏକ ଉଦାହରଣ ହେଉଛି ଉପନ୍ୟାସ ‘ତାମସ’। ବିଭାଜନକୁ ନେଇ କିଭଳି ରାଜନୀତି କରାଯାଇଥିଲା ଆଉ ସେଥିରେ କିପରି ସାଧାରଣ ଲୋକେ ବଳି ପଡ଼ିଥିଲେ ତାହାର ଏକ ମାର୍ମିକ ଚିତ୍ର ସେ ପ୍ରଦାନ କରିଥିଲେ ଉପନ୍ୟାସ ‘ତାମସ’ରେ। ଉପନ୍ୟାସଟି ଇଂଲିଶ ସମେତ ଫ୍ରେଞ୍ଚ, ଜର୍ମାନ ଆଦି ବହୁ ବୈଦେଶିକ ଭାଷା ତଥା ଅନେକ ଆଞ୍ଚଳିକ ଭାଷାରେ ମଧ୍ୟ ଅନୁଦିତ ହୋଇ ତାଙ୍କୁ ସଫଳତା ଆଣିଦେଇଥିଲା।  ୨୦୦୩ ଜୁଲାଇ ୧୧ ତାରିଖରେ ଏହି ଯୋଗଜନ୍ମା ବ୍ୟକ୍ତିତ୍ୱଙ୍କର ଦେହାନ୍ତ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri