ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ: ଯୁବକ ମୃତ ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ, ରାସ୍ତାରୋକୋ

 

ଭାପୁର,୨୦ା୧୦(ଡି.ଏନ.ଏ.): ନୟାଗଡ଼ ଜିଲା ଫତେଗଡ଼ ଥାନା ମଣିପୁର ଗ୍ରାମରେ ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅର୍ଜୁନ ବଳିୟାରସିଂହ (୩୨)। ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବାବେଳେ ଶନିବାର ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତାରୋକୋ ସହ ଥାନା ଘେରାଉ କରିଥିଲେ। ପୋଲିସ ଉଚ୍ଚ ପଦାଧିକାରୀ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଅର୍ଜୁନଙ୍କ ସ୍ତ୍ରୀ ରଶ୍ମିତା ବଳିୟାରସିଂହ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଅର୍ଜୁନ ଗଁାମୁଣ୍ଡ କାଚରାପାଟ ବନ୍ଧକୁ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ଗ୍ରାମର ବାହାନ ଖଟେଇ, ଶଙ୍କର ଦଳେଇ, ତାପସ ଜେନା, ଅଶୋକ ଖଟେଇ, ଟୁଲୁ ଜେନା, ଜିତେନ୍ଦ୍ର ଦଳେଇ, ଧରମା ରାଉତରାୟ, ପ୍ରତାପ ଦଳେଇ ୪/୫ଟି ବାଇକ୍‌ରେ ଆସି ପ୍ରଥମେ ବୋମାମାଡ଼ କରିଥିଲେ। ପରେ ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଅର୍ଜୁନଙ୍କୁ ଜୋରଜବରଦସ୍ତ ବାଇକ୍‌ରେ ନେଇ ପଳାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ କଟକ ଜିଲା ବୈଦେଶ୍ୱର ଥାନା ମଧୁଆପଲ୍ଲୀ ଗ୍ରାମ ମୁଣ୍ଡରେ ଥିବା ଏକ ମଠ ନିକଟରୁ ମିଳିଥିଲା। ମୁଣ୍ଡରେ ଗୁଳି ବାଜିଥିବାରୁ ଉପରୋକ୍ତ ବ୍ୟକ୍ତିମାନେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ପୂର୍ବ ଶତ୍ରୁତାରୁ ସେମାନେ ଏହି ହତ୍ୟାକାଣ୍ଡ ଭିଆଇଥିବା ରଶ୍ମିତା ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୧୭୮/୧୯) ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। ଶନିବାର ଖବର ପ୍ରଚାରିତ ହେବା ପରିବାରବର୍ଗ ଓ ଗ୍ରାମବାସୀ ଫତେଗଡ଼ ଥାନା ସମ୍ମୁଖରେ ମୃତଦେହ ରଖି ଫତେଗଡ଼-କଣ୍ଟିଲୋ ରାସ୍ତା ଅବରୋଧ କରିଥିଲେ। ନୟାଗଡ଼ ଜିଲା ଅତିରିକ୍ତ ଏସ୍‌ପି ଦିଲୀପ କୁମାର ସାହାଣୀ, ଖଣ୍ଡପଡ଼ା ଏସ୍‌ଡିପିଓ ଶ୍ରୀନିବାସ ମହାନ୍ତି, ଫତେଗଡ଼ ଥାନା ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକ, ଖଣ୍ଡପଡ଼ା ଥାନା ଆଇଆଇସି ବିମଳ ମଲ୍ଲିକଙ୍କ ସମେତ ୩ ପ୍ଲାଟୁନ ଫୋର୍ସ ପହଞ୍ଚତ୍ ଆଇନଶୃଙ୍ଖଳା ରକ୍ଷା କରିଥିଲେ। ଅତିରିକ୍ତ ଏସ୍‌ପି ସାହାଣୀ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା ପରେ ଅଭିଯୁକ୍ତମାନଙ୍କୁ ୩ ଦିନ ମଧ୍ୟରେ ଗିରଫ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ଖୋର୍ଦ୍ଧା ଜିଲା ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ଯୁବକଙ୍କ ଏକ ୪ ବର୍ଷର ଝିଅ ଓ ୩ ବର୍ଷର ପୁଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

‘ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି’

ଭବାନୀପାଟଣା/କୋକସରା/ଗୋଲାମୁଣ୍ଡା/ କର୍ଲାମୁଣ୍ଡା,୨୮।୪(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ/ବଟକୃଷ୍ଣ ପଣ୍ଡା/ପ୍ରଦୀପ ସାହୁ): ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର କଳାହାଣ୍ଡି ଜିଲାର...

ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ...

ସମସ୍ୟା ଘେରରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଟାଙ୍ଗୀ,୨୮ା୪(ରଘୁନାଥ ସାହୁ)ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ପଞ୍ଚାୟତ, ଚିଲିକା ବ୍ଲକ ଅନ୍ତର୍ଗତ ୫ ପଞ୍ଚାୟତ ଓ ରଣପୁର ବ୍ଲକ ଅନ୍ତର୍ଗତ...

କଟକ: ଆସନ୍ତା କାଲି ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି

କଟକ,୨୮ା୪(କାର୍ତ୍ତିକ ସାହୁ)ଆସନ୍ତା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ନିର୍ବାଚନ ନିମନ୍ତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri