ବିଏମ୍‌ସିର ରାଜସ୍ବ ଚିନ୍ତା

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ରାଜସ୍ବ ବଢ଼ାଇବା ଚିନ୍ତାରେ ବାଉଳିଚାଉଳି ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଆର୍ଥିକ ବର୍ଷ ଶେଷ ସୁଦ୍ଧା କିପରି ୧୫୦ କୋଟି ଟଙ୍କା ରାଜସ୍ବ ଆଦାୟ କରିବ, ଏନେଇ ଟେର୍‌ ପାଉନି ବିଏମ୍‌ସି। ସର୍ବକ୍ଷମା ଯୋଜନାରେ ସୁଧାର ହେଉ ବା ହୋଲ୍ଡିଂ ଟ୍ୟାକ୍ସରେ ପରିବର୍ତ୍ତନ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିୟମ ହେଉ ବା ବିଜ୍ଞାପନ ଏବଂ ବଜାର ଟିକସ୍‌ ଅଦାୟ, ସେହିପରି ପାର୍କିଂ ପାଇଁ ଟେଣ୍ଡର ହେଉ ବା ସ୍ପଟ୍‌ ଅକ୍ସନ୍‌, ସବୁଆଡ଼ୁ ରାଜସ୍ବ ଆଦାୟର ନିଗମ ଚେଷ୍ଟା ଚଳାଇଛି। ହେଲେ ସମସ୍ତ ପ୍ରକ୍ରିୟା ଏବେ ନାଲିଫିତା ତଳେ ନଥିପତ୍ର ହୋଇ ପଡ଼ିରହିଛି। ଚଳିତ ଆର୍ଥିକ ବର୍ଷର ୭ମାସ ବିତିଯାଇଥିଲେ ମଧ୍ୟ ସେପ୍ଟେମ୍ବର ସୁଦ୍ଧା ବିଏମ୍‌ସି ମାତ୍ର ୩୦ କୋଟି ୯୧ ଲକ୍ଷ ୪୯ହଜାର ୮୧୩ ଟଙ୍କା ଆଦାୟ କରିଛି। ତେବେ ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ବିଏମ୍‌ସି ୧୫୦ କୋଟିର ରାଜସ୍ବ ଆଦାୟ ଟାର୍ଗେଟ୍‌ କିଭଳି ପୂରଣ କରିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି।
ଅନ୍ୟପକ୍ଷେ ବିଏମ୍‌ସିର ହୋଲ୍ଡିଂ ଟ୍ୟାକ୍ସ କଲେକ୍ଟର ଭାବେ ଏସ୍‌ଏଚ୍‌ଜି ମହିଳାଙ୍କ ନିଯୁକ୍ତି ଏବେ ବି ଟେଣ୍ଡର ଭାବେ ପଡ଼ିରହିଛି ଓ ବାରମ୍ବାର ଏହାର ସମୟସୀମା ବୃଦ୍ଧି କରାଯାଉଛି। ଏପଟେ ଏସ୍‌ଏଚ୍‌ଜି ମହିଳାମାନେ ବିଏମ୍‌ସିର ସର୍ତ୍ତରେ ରାଜି ନ ଥିବାବେଳେ ନିଷ୍କର୍ଷ ଆଲୋଚନାରେ ଅଟକିଛି। ଫଳରେ ଅହେତୁକ ବିଳମ୍ବ ହୋଇଚାଲିଛି। ଏନେଇ ଜଣେ ଏସ୍‌ଏଚ୍‌ଜି ମହିଳା କହିଛନ୍ତି, ମହିଳା ସଶକ୍ତୀକରଣ ବାର୍ତ୍ତା ଦେଇ ପ୍ରଲୋଭନ ଦେଖାଯାଉଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ନିଯୁକ୍ତି ପାଇଁ ପୂର୍ବରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ରଖାଯାଇଥିବାରୁ କେହି ମଧ୍ୟ ଟେଣ୍ଡରରେ ଆବେଦନ କରି ନ ଥିଲେ। ଏବେ ଉକ୍ତ ସର୍ତ୍ତକୁ କମାଇ ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ୍‌ ପାସ୍‌ ରଖାଯାଇଛି। ତେବେ ଆଗକୁ ଯଦିଓ ନିଯୁକ୍ତି ମିଳୁଛି, ଏତେ କମ୍‌ ସମୟ ମଧ୍ୟରେ ଏତେ ପରିମାଣର ରାଜସ୍ବ ଆଦାୟ କରିହେବ ନାହିଁ ବୋଲି ସେ କହିଛନ୍ତି।
ସେହିପରି ସହରରେ ପାର୍କିଂରୁ ବିଏମ୍‌ସି ମୋଟା ଅଙ୍କର ରାଜସ୍ବ ଆଦାୟ କରିଥାଏ। କିନ୍ତୁ ଗତ କିଛି ମାସ ହେବ ବିଏମ୍‌ସିର ଓ୍ବେବସାଇଟରେ ପାର୍କିଂ ପାଇଁ ଟେଣ୍ଡର ଅବଧି ବଢ଼ି ଚାଲିଛି, ହେଲେ ଆଶାନୁରୂପ ଆବେଦନ ହେଉନାହିଁ। ପ୍ରଥମତଃ ପାର୍କିଂ ପ୍ୟାକେଜ୍‌ ପାଇଁ କେହି ଆବେଦନ କରି ନ ଥିବାବେଳେ ଗତ ମାସରେ ପୁଣି ଥରେ ପ୍ରକାଶ ପାଇଥିବା ଟେଣ୍ଡରରେ ‘ମିନିମମ୍‌ କଷ୍ଟ ରେଟ୍‌’ ନ ଥିବାରୁ କେହି ଆବେଦନ କରି ନ ଥିଲେ। ଯେଉଁଥିପାଇଁ ଏବେ ପାର୍କିଂ ସ୍ଥଳଗୁଡ଼ିକର ନିଲାମ କରାଯିବ ବୋଲି ଓ୍ବେବସାଇଟରେ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଜମିର ବେଞ୍ଚ୍‌ମାର୍କ ଅନୁସାରେ ବିଏମ୍‌ସି ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ ନୂଆ ନିୟମ ପ୍ରସ୍ତୁତ କରିଛି। ତେବେ ଏନେଇ କୌଣସି ଆଧିକାରିକ ସୂଚନା ମିଳି ନ ଥିବାବେଳେ ଗତ ୯ତାରିଖରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏ ବାବଦରେ ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ପ୍ରତି ୨ବର୍ଷରେ ଜମିର ବେଞ୍ଚ୍‌ମାର୍କ ବଢ଼ାଇ ଦିଆଯାଉଥିବାବେଳେ ବିଏମ୍‌ସି ସେଭଳି କିଛି ନ କରି ଟ୍ୟାକ୍ସ ଆଦାୟର ପରିମାଣକୁ ଦ୍ୱିଗୁଣିତ କରିବ। ତେବେ ୨୦୧୦ରେ ପିଡବ୍ଲୁଡି ନିୟମାନୁଯାୟୀ ଟ୍ୟାକ୍ସ କଲେକ୍ସନ ପାଇଁ ନିୟମ ହୋଇଥିଲା। ହେଲେ ଏହାକୁ ନେଇ ଜନ ଅସନ୍ତୋଷ ହେବାସହ ବିରୋଧ କରାଯାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ବିଭିନ୍ନ ସମୟରେ ବିଏମ୍‌ସିର ଏଭଳି ନିଷ୍ପତ୍ତିଗୁଡ଼ିକୁ ନେଇ ବିରୋଧ କରାଯାଉଥିବାବେଳେ ଏହି ନିଷ୍ପତ୍ତିକୁ ମଧ୍ୟ ଲୋକେ ଗ୍ରହଣ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri