ଆମ ଗାଁ ଆମ ବିକାଶ ଯୋଜନା ପ୍ରକଳ୍ପ ନିମ୍ନମାନର: ୬ମାସ ପୂରିନି, ଭାଙ୍ଗିଲା ଗାଧୁଆ ତୁଠ

ରସୁଲପୁର,୧୨।୧୦(ଡିଏନଏ): ରସୁଲପୁର ବ୍ଲକର ବଡକଇଁଚି ପଞ୍ଚାୟତରେ ଆମ ଗାଁ ଆମ ବିକାଶ ଯୋଜନାରେ ପୋଖରୀ ପାହାଚ ଓ ଗାଧୁଆ ତୁଠ ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଛି। ପରିଣାମ ସ୍ବରୂପ ନିର୍ମାଣ ଶେଷ ହେବାକୁ ୬ମାସ ପୂରିବା ପୂର୍ବରୁ ଭାଙ୍ଗି ଗଳି ପଡିଛି। ଗାଧୁଘର ଚଟାଣ ଫାଟି ଆଁ କରିଛି। ଗାଧୁଆ ଘର ଚତୁପାର୍ଶ୍ୱରେ ଗଛଲତା ଘେରି ରହିଛି। ଏହା ସର୍ବସାଧାରଣଙ୍କ ବ୍ୟବହାରରେ ଲାଗିପାରି ନାହିଁ। ଏହି କାମ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ତ୍ରୁଟି ଓ ଠିକାଦାରଙ୍କୁ ପ୍ରତି ଅହେତୁକ ଅନୁକମ୍ପା ଯୋଗୁ ଏଭଳି ଘଟିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ଦିଗରେ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ପ୍ରକାଶ ଯେ, ୨୦୧୮-୧୯ ଆର୍ଥତ୍କ ବର୍ଷରେ ଆମ ଗାଁ ଆମ ବିକାଶ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ରାଜ୍ୟ ସରକାର ଚଳିତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନାକୁ ଅତି ତରବରିଆ ଭାବେ କାର୍ଯ୍ୟକାରୀ କରିଥିଲେ। ଗାଁର ବିକାଶ ଆଳରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ବ୍ୟୟ ଅଟକଳ କରିଥିଲେ। ଏ ସବୁ କାର୍ଯ୍ୟକୁ ପଲ୍ଲୀସଭା ଓ ଗ୍ରାମସଭାରେ ଅନୁମୋଦନ କରାଯାଇ ନ ଥିଲା। ବିକାଶ କାମର ତଦାରଖ ଦାୟିତ୍ୱ ବିଭାଗୀୟ ଅଧିକାରୀଙ୍କ ହାତକୁ ଟେକି ଦିଆଯାଇଥିଲା। କାର୍ଯ୍ୟ ତଦାରଖ ପାଇଁ ଗ୍ରାମ୍ୟ ଶ୍ରମିକ ମୁଖିଆ ଚୟନ କରାଯାଇ ନ ଥିଲା। ଯୋଜନା ଆରମ୍ଭରୁ ଗଳାବାଟ ପ୍ରସ୍ତୁତ ହୋଇଥିଲା ବୋଲି କୁହାଯାଉଛି। ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ ତଦାରଖ କରିବେ ଆଉ ଉକ୍ତ କାର୍ଯ୍ୟର ବିଲ୍‌ ବି କରିବେ। ଏହିଭଳି ଏକପାଖିଆ ନିୟମ କାମରେ ଅନିୟମିତତା ହେବାର ବାଟ ଫିଟାଇଥିଲା। ଏହି ବ୍ଲକ କଇଁଚି ଶାସନ ପୋଖରୀ ଗାଧୁଆ ଘର ଓ ପାହାଚ ନିର୍ମାଣ କାର୍ଯ୍ୟ ସରିବାକୁ ଅଧାବର୍ଷ ପୂରିବା ଆଗରୁ ଭାଙ୍ଗି ଯିବା ଓ ବ୍ୟବହାର ଉପଯୋଗୀ ହୋଇ ନ ପାରିବା ଘଟଣା ଏଭଳି ଅଭିଯୋଗକୁ ପ୍ରମାଣିତ କରିବାର ବଳିଷ୍ଠ ଉଦାହରଣ ବୋଲି କୁହାଯାଉଛି। ଏହିକ୍ରମରେ ଦେଖିଲେ ଏହି ଯୋଜନା ଜରିଆରେ ବ୍ଲକର ୨୪୪ଟି ପ୍ରକଳ୍ପ ପାଇଁ ୭କୋଟି ୬୨ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଏ ନେଇ ୧୮ ଜୁନ୍‌-୨୦୧୮ରେ ବ୍ଲକକୁ ଆସିଥିବା ପତ୍ରରେ ରହିଥିବା ସୂଚନାରୁ ଜଣାପଡିଛି। ଏ ଦିଗରେ ଆକଳନ କରାଯାଇ ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଠାରେ ଉପସ୍ଥାପିତ ପ୍ରକଳ୍ପ ନିର୍ମାଣ ପାଇଁ ୧.୫୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ଉକ୍ତ ଅର୍ଥରେ ପୋଖରୀର ପାହାଚ, ଗାଧୁଆ ଘର କାନ୍ଥ ଓ ଚଟାଣ ନିର୍ମାଣ କରାଯାଇଥିଲା। କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ମାତ୍ର ମାସ କେଇଟା ଭିତରେ ପାହାଚ ଗଳିପଡିବା ସହ ଗାଧୁଆଘର ଚଟାଣ ଫାଟି ଆଁ କରିଛି। ଫଳରେ ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାଛଡା ଉକ୍ତ ପୋଖରୀ ଖନନ କାର୍ଯ୍ୟ ଜଳ ବିଭାଜିକା ପକ୍ଷରୁ କରାଯାଇଥିଲା। ପୋଖରୀ ପାହାଚ ନିର୍ମାଣ ଆମ ଗାଁ ଆମ ବିକାଶ ପକ୍ଷରୁ କରାଯାଇଛି। ହେଲେ ଏହି ପାହାଚ ପାଇଁ ଜଳ ବିଭାଜିକା ପକ୍ଷରୁ ବିଲ ପୈଠ କରାଯାଇ ଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରିଛନ୍ତି। ଏ ଦିଗରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ହାସଲ ପାଇଁ ଆବେଦନ କରାଯାଇଛି। ତଥ୍ୟ ଆସିବା ପରେ ଘଟଣା ପଛର ରହସ୍ୟ ସାଧାଣରେ ଉନ୍ମୋଚିତ ହେବ ବୋଲି କୁହାଯାଉଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ସ୍ମୃତିରେଖା ଧଡାଙ୍କୁ ପଚାରିବାରୁ, ଦୁଇଟା ପାହାଚ ଭାଙ୍ଗି ଯାଇଥିବା ସ୍ବୀକାର କରିଛନ୍ତି। ଏଥିପାଇଁ ସେ ନୂଆ ମାଟି ଉପରେ ନିର୍ମାଣ କାର୍ଯ୍ୟ ହୋଇଥିବା ସହ ବର୍ଷା ପାଣି ନିଷ୍କାସନକୁ ଦାୟୀ କରିଛନ୍ତି। ଜଳ ବିଭାଜିକା ପକ୍ଷରୁ ପୋଖରୀ ଖନନ କରାଯାଇ ହୁଡ଼ାରେ ମାଟି ପକାଯାଇଥିଲା। ଉକ୍ତ ମାଟି ଉପରେ ଗାଧୁଆ ତୁଠ ଚଟାଣ ନିର୍ମାଣ କରାଯାଇଥିଲା। ବର୍ଷାଦିନରେ ଚଟାଣ ତଳ ମାଟି ଚହଲି ଯିବାରୁ ଏହା ଫାଟିଛି ବୋଲି କହିଥିବାବେଳେ ଗାଁରୁ ନିଷ୍କାସିତ ହେଉଥିବା ବର୍ଷା ପାଣି ପାହାଚ କଡ଼ରେ ପୋଖରୀକୁ ବହୁଛି। ଫଳରେ ପାହାଚ କାନ୍ଥ ପ୍ରଭାବିତ ହୋଇ ଏଭଳି ପରିସ୍ଥିତି ଉପୁଜିଛି। ଏହି କାର୍ଯ୍ୟ ପାଇଁ ବିଲ୍‌ ପୈଠ ହୋଇସାରିଛି। ମାତ୍ର କ୍ଷତିଗ୍ରସ୍ତ କାର୍ଯ୍ୟର ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri