କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ହଡ଼ପ କରିବା ପ୍ରତିବାଦ: ରାଜଭବନ ସମ୍ମୁଖରେ ଭାଜପାର ଧାରଣା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜେଡି ନିଜ ନାମରେ କରୁଥିବା ଅଭିଯୋଗ ଆଣିଛି ଭାଜପା। ଏଥିସହ ଅନ୍ୟ ଚାରୋଟି ପ୍ରସଙ୍ଗକୁ ନେଇ ଭାଜପା ପକ୍ଷରୁ ଗୁରୁବାର ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟ ସରକାର ଚଞ୍ଚକତା କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରିଚାଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହାଉସିଂ ଫର୍‌ ଅଲ୍‌ ୨୦୨୨’ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। ଓଡ଼ିଶାରେ ଏହି ଯୋଜନାରେ ୧୬ଲକ୍ଷରୁ ଅଧିକ ଗୃହ ନିର୍ମାଣ ହୋଇଛି। ହେଲେ ଏହାକୁ ରାଜ୍ୟ ସରକାର ଅନୈତିକ ଏବଂ ଅଗଣତାନ୍ତ୍ରିକ ଭବେ ପରିବର୍ତ୍ତନ କରି ମୋ ଆବାସ ନାମରେ ରାଜ୍ୟବାସୀଙ୍କୁ ଠକି ଚାଲିଥିବା ଭାଜପା ପକ୍ଷରୁ କୁହାଯାଇଛି।

ତେବେ ବୁଧବାର ବିକ୍ଷୋଭ ନେଇ ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେବା ପରେ ଏହାକୁ ବିଜେଡି ପକ୍ଷରୁ ସମାଲୋଚନା କରାଯାଇଥିଲା। ଏନେଇ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ କହିଥିଲେ, ଭାଜପା ପାଖରେ ଅନ୍ୟ କୌଣସି ପ୍ରସଙ୍ଗ ନ ଥିବାରୁ ଏଭଳି ବିଭ୍ରାନ୍ତିକର ତଥ୍ୟ ରଖି ଲୋକଙ୍କୁ ଭୁଆଁ ବୁଲାଉଛି। ରାଜ୍ୟ ସରକାର ପକ୍କା ଘର ନିର୍ମାଣ କ୍ଷେତ୍ରରେ ବାରମ୍ବାର କେନ୍ଦ୍ର ସରକାରଙ୍କ ପାଖରୁ ପୁରସ୍କୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ୬୦ ପ୍ରତିଶତ ଏବଂ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଦେଉଛି। ଅନ୍ୟାନ୍ୟ ଖର୍ଚ୍ଚ ମିଶାଇଲେ ଏହା କେନ୍ଦ୍ର ଭାଗଠାରୁ ଅଧିକ ହେବ। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ରାଜ୍ୟ ସରକାର ନିଜସ୍ବ ବିଜୁ ପକ୍କାଘର ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ଏନେଇ ଭାଜପା ଅଯଥାରେ ରାଜନୀତି କରୁଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରୀ ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

‘ଆଗକୁ ବଢ଼ିବେ ଚାଷୀ, ସରକାରୀ ଯୋଜନାରେ ସାମିଲ ହୋଇ ହେବେ ଉପକୃତ’

ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ...

ବଲାଙ୍ଗୀରରେ ଗଠନ ହେଲା ଭାଜପାର ୯୦ ଜଣିଆ ଟିମ୍‌, ସୁଦୃଢ଼ ହେବ…

ବଲାଙ୍ଗୀର,୧୮ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଗୁରୁବାର ଜିଲା ସ୍ତରରେ ଏକ ବୈଠକ ପଥରଚେପା ଭାଜପା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ଭାଜପା...

ବଡ଼ ଜାଲିଆତିର ଖୁଲାସା: ଗାଁରେ ଜନସଂଖ୍ୟା ୧୫୦୦, ତିନି ମାସରେ ୨୭,୦୦୦ ଶିଶୁ ଜନ୍ମ!

ମୁମ୍ବାଇ,୧୮ା୧୨: ମହାରାଷ୍ଟ୍ରର ଏକ ଛୋଟ ଗାଁରେ ଏପରି ଏକ ଘଟଣା ଘଟିଛି, ଯାହା ପ୍ରଶାସନର ନିଦ ହଜାଇ ଦେଇଛି। ୟବତମାଲ ଜିଲାର ଆର୍ନି ତହସିଲ ଅନ୍ତର୍ଗତ...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଜମୁଛି କାର୍ତ୍ତିକ-ଅନନ୍ୟାଙ୍କ ଯୋଡ଼ି, ଟ୍ରେଲର ରିଲିଜ ପରେ ସାମ୍ନାକୁ ଆସିଲା…

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ଅନନ୍ୟା ପାଣ୍ଡେଙ୍କ ରୋମାଣ୍ଟିକ-କମେଡି ଫିଲ୍ମ ‘ତୁ ମେରି ମୈ ତେରା ମୈ ତେରା ତୁ ମେରି’ର ଟ୍ରେଲର ଗୁରୁବାର ରିଲିଜ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ପାଇଁ ଭାଜପା ବିଧାୟକଙ୍କ ପ୍ରସ୍ତାବ

ଭୁବନେଶ୍ବର,୧୮।୧୨: ଆଜି ଭାଜପା ବିଧାୟକ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ତେବେ ଆଜି ବୈଠକ ପରେ ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।...

ପୁଅ ପାଲଟିଲେ ରାକ୍ଷସ, କରତରେ ମା-ବାପାଙ୍କ ମୁଣ୍ଡ କାଟି ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲେ, ପୋଲିସ ଆଗରେ କହିଲେ…

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶର ଜୌନପୁର ଜିଲାର ଜାଫରାବାଦ ଥାନା ଅଞ୍ଚଳର ଅହମଦପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏହି ଗାଁର ୩୭ ବର୍ଷୀୟ ଅମ୍ବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri