‘ମୋ ସରକାର’ ସମୀକ୍ଷା: ୩ ପ୍ରମୁଖ ଅଧିକାରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,୧୦ା୧୦ (ଡି.ଏନ୍‌.ଏ.): ରାଜ୍ୟର ଶୀର୍ଷ ପ୍ରଶାସନରେ ନିଆଯାଉଥିବା ନିଷ୍ପତ୍ତି ତୃଣମୂଳରେ କିପରି କାର୍ଯ୍ୟକାରୀ ହେଉଛି , ତାହାର ତଦାରଖ କରିବା ପାଇଁ ୩ ବରିଷ୍ଠ ଆଇଏଏସ୍‌ ଅଧିକାରୀ ବୁଧବାର ମାଲକାନଗିରି ଜିଲା ଗସ୍ତ କରିଛନ୍ତି। ଏହି ଅଧିକାରୀମାନେ ହେଉଛନ୍ତି- ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ବିଭାଗ ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ୍‌) ଅଧ୍ୟକ୍ଷା ଶାଳିନୀ ପଣ୍ଡିତ।
ଅଧିକାରୀମାନେ ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରିଥିଲେ। ସେଠାରେ ଏକାଧିକ ରୋଗୀଙ୍କୁ ଭେଟି ସେମାନଙ୍କୁ ମିଳୁଥିବା ସୁବିଧାସୁଯୋଗ ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ସ୍ଥାନୀୟ ଚିକିତ୍ସାଳୟରେ ଭିତ୍ତିଭୂମିର ଉନ୍ନୟନ ନେଇ କର୍ମଚାରୀ ଏବଂ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଡାକ୍ତରଖାନାକୁ ଆସୁଥିବା ପ୍ରତ୍ୟେକ ରୋଗୀ ଯେପରି ଉପଯୁକ୍ତ ଚିକିତ୍ସା ପାଇବେ, ସେ ଦିଗରେ ସମସ୍ତ କର୍ମଚାରୀ ଯତ୍ନଶୀଳ ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ରୋଗୀଙ୍କ ସହ ଆସୁଥିବା ବ୍ୟକ୍ତିବିଶେଷଙ୍କ ସହ ଉପଯୁକ୍ତ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଚିକିତ୍ସାଳୟରେ ଆବଶ୍ୟକ ହେଉଥିବା ମେଡିସିନ୍‌ ଏବଂ ଉପକରଣ ସମ୍ପର୍କିତ ତଥ୍ୟ ମଧ୍ୟ ଅଧିକାରୀଙ୍କ ଦ୍ୱାରା ସଂଗୃହୀତ କରାଯାଇଥିଲା। ମୁଖ୍ୟ ଚିକିତ୍ସାଳୟ ପରେ ଜିଲାର ଅନ୍ୟ ବ୍ଲକସ୍ତରୀୟ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।
ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ) ଅଜୟ କୁମାର ବୈଠାରୁ କହିଛନ୍ତି ଯେ, ମାଲକାନଗିରି ଡାକ୍ତରଖାନାରେ ଖାଲି ପଡିଥିବା ପଦବୀରେ ନିଯୁକ୍ତି, ପ୍ରତି ସପ୍ତାହରେ ଅନ୍ୟ ଜିଲା ଏବଂ ରାଜ୍ୟରୁ ବିଶେଷଜ୍ଞମାନେ ଦୁଇଥର ମାଲକାନଗିରି ଆସି ରୋଗୀଙ୍କୁ ପରୀକ୍ଷା କରିବେ। ରୋଗୀଙ୍କ ସମସ୍ତ ଔଷଧ ଖର୍ଚ୍ଚ ସରକାର ବହନ କରିବେ ା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ରହିବା ସୁବିଧା, କ୍ୟାଣ୍ଟିନ୍‌ ବ୍ୟବସ୍ଥା ଆଦି କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ସିଡିଏମ୍‌ଓ କହିଥିଲେ। ସେହିପରି ଡାକ୍ତରଖାନାରେ ୨୪ ଘଣ୍ଟିଆ ଶୁଦ୍ଧ ପାନୀୟଜଳ ଯୋଗାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଆଗାମୀ ଦିନରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମାଲକାନଗିରି ଜିଲା ଉଲ୍ଲେଖନୀୟ ସୋପାନ ହାସଲ କରିବା ନେଇ ଏନ୍‌ଏଚ୍‌ଏମ୍‌ ଅଧ୍ୟକ୍ଷା ଶାଳିନୀ ପଣ୍ଡିତ ଦୃଢୋକ୍ତି ପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ, ୩ ଅଧିକାରୀ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ଏମ୍‌.ଭି- ୩ସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପରେ ଅବତରଣ କରି ସେଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରିଥିଲେ। ସେମାନଙ୍କ ସହ ଜିଲାପାଳ ମନୀଷ ଅଗ୍ରଓ୍ବାଲ, ଏସ୍‌ପି ହୃଷୀକେଶ ଡି. ଖିଲାରି, ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ) ଅଜୟ କୁମାର ବୈଠାରୁ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ(ଏଡିଏମ୍‌ଓ) ଅନିଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ପରେ ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri